ଶ୍ୱେତା ମଲ୍ଲିକ

ଓଡ଼ିଆ ଅଭିନେତ୍ରୀ

ଶ୍ୱେତା ମଲ୍ଲିକ ଜଣେ ଭାରତୀୟ‌-ଓଡ଼ିଆ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଓ ଆଲବମ୍‌ରେ ଅଭିନୟ କରୁଥିଲେ । ସେ ଏକାଧିକ ଓଡ଼ିଆ ଆଲ୍‌ବମ୍‌ରେ ଅଭିନୟ କରିବା ସହିତ ସୁନା ପଞ୍ଜୁରୀ, ସୁହାଗ ସିନ୍ଦୂର, ସୁନା ହରିଣୀ, କୃଷ୍ଣା କାବେରୀ, ଧର୍ମ ନିକିତି, ମନ ରହିଗଲା ତୁମରି ଠାରେ, ସାବତ ମାଆ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

ଶ୍ୱେତା ମଲ୍ଲିକ
Other namesମାହେଶ୍ୱରୀ
Occupationପୂର୍ବତନ (ଓଡ଼ିଆ) ଅଭିନେତ୍ରୀ
Years active୧୯୯୫ରୁ - ୨୦୦୩

ଅଭିନୟ ଜୀବନ ସମ୍ପାଦନା

ଶେତା ମଲ୍ଲିକ ପ୍ରଥମେ ଓଡ଼ିଆ ଆଲ୍‌ବମ୍ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୫ର ଓଡ଼ିଆ କଥାଚିତ୍ର ସୁନା ପଞ୍ଜୁରୀରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ୭ଟି ଓଡ଼ିଆ, ୨ଟି ବଙ୍ଗଳା ଓ ଗୋଟିଏ ତେଲୁଗୁ ଫିଲ୍ମରେ ଅଭିନୟ କରିଥିଲେ[୧] ଏବଂ ୨୦୦୦ ମସିହାରେ ସେ ଅଭିନୟ ଜଗତରେ କାମ କରିବା ଛାଡ଼ି ଦେଇଥିଲେ ।[୨]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୯୫ ସୁନା ପଞ୍ଜୁରୀ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୯୬ ସୁହାଗ ସିନ୍ଦୂର ସୀମା
୧୯୯୮ ନିର୍ଭୟ ଦୂରଦର୍ଶନ ଧାରାବାହିକ
୧୯୯୯ ସୁନା ହରିଣୀ ସୀମା
କୃଷ୍ଣା କାବେରୀ ମୋନାଲିସା
୧୯୯୯ ଧର୍ମ ନିକିତି ଲତା'ର ସାଥି
୨୦୦୨ ମନ ରହିଗଲା ତୁମରି ଠାରେ ହେମା
୨୦୦୩ ସାବତ ମାଆ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଶ୍ୱେତା ମଲ୍ଲିକ ଓଡ଼ିଆ ଆଲ୍‌ବମ୍ ଜଗତର ଜଣାଶୁଣା ନିର୍ମାତା ସମ୍ରାଟ କ୍ୟାସେଟ୍‌ର ମାଲିକ ବିଶ୍ୱମ୍ବର ସାବତଙ୍କୁ ବିବାହ କରିଥିଲେ ।[୩] ବିବାହ ପରେ ତାଙ୍କ ପତିଙ୍କ ସହିତ ସେ ସନ୍ୟାସ ଧର୍ମ ଗ୍ରହଣ କରି ନିଜର ନାମ ପରିବର୍ତ୍ତନ କରି ମାହେଶ୍ୱରୀ ରଖିଥିଲେ ।[୪]

ଆଧାର ସମ୍ପାଦନା

  1. "ଗ୍ଲାମର୍ ଅଭିନେତ୍ରୀ ଶ୍ୱେତା ମଲ୍ଲିକ ଏବେ ମାତା ମାହେଶ୍ୱରୀ". Odisha Reporter. 2019-01-17. Archived from the original on 2021-09-12. Retrieved 2021-09-12.
  2. "୨୦୦୦ ମସିହାରେ ମୁଁ ସାରା ସଂସାରର ମା' ବୋଲି ଅନୁଭବ କଲି : ଶ୍ୱେତା ମଲ୍ଲିକ ଓରଫ ମାତା ମାହେଶ୍ୱରୀ | Kanak News". Kanak News. kanaknews.com. 17 January 2019. Archived from the original on 12 September 2021. Retrieved 12 September 2021.
  3. "ଶ୍ୱେତା ହେଲେ ମାତା ମାହେଶ୍ୱରୀ । | Kanak News" (in ଆମେରିକୀୟ ଇଂରାଜୀ). 2019-01-17. Archived from the original on 2021-09-12. Retrieved 2021-09-12.
  4. Bureau, OdishaLIVE (2019-01-17). "ଅଭିନେତ୍ରୀ ଶ୍ୱେତା ମଲ୍ଲିକ ଏବେ ମାତା 'ମାହେଶ୍ୱରୀ'". OdishaLIVE (in ଆମେରିକୀୟ ଇଂରାଜୀ). Archived from the original on 2021-09-12. Retrieved 2021-09-12.

ଅଧିକ ତଥ୍ୟ ସମ୍ପାଦନା