ନାମ ବଦଳ "ଶ୍ରେଣୀ" → ଶ୍ରେଣୀ:କୋଭିଡ ମହାମାରୀ ସମ୍ପାଦନା

[[{{subst:SUBJECTPAGENAME}}]] → {{subst:#ifeq::କୋଭିଡ ମହାମାରୀ|?|:କୋଭିଡ ମହାମାରୀ|{{subst:#ifexist::କୋଭିଡ ମହାମାରୀ|କୋଭିଡ ମହାମାରୀ|କୋଭିଡ ମହାମାରୀ}}}} – ଉଇକିପିଡ଼ିଆରେ ସବୁବେଳେ ବହୁପ୍ରଚଳିତ ଶବ୍ଦକୁ ଅଗ୍ରାଧିକାର ଦିଆଯାଉଥିବାରୁ ପାଣ୍ଡେମିକ ନ ହୋଇ ମହାମାରୀ ହେବା କଥା । ଏଥି ସହ ସମ୍ବନ୍ଧିତ ଶ୍ରେଣୀ ମଧ୍ୟ ସମାନ କାରଣରୁ ବଦଳ ହେବା ଉଚିତ । --ସୁଭ (ଆଳାପ) ୦୮:୧୭, ୧ ଜୁଲାଇ ୨୦୨୦ (IST)Reply

ମହାମାରୀ ନାମ ପରିବର୍ତ୍ତନରେ ଏକ ଅସୁବିଧା ସମ୍ପାଦନା

ଇଂରାଜୀ ଭାଷାରେ ତିନୋଟି ଶବ୍ଦ ଅଛି: ଏଣ୍ଡେମିକ, ଏପିଡେମିକ ଓ ପାଣ୍ଡେମିକ । ତିନୋଟି ଶବ୍ଦ ଭିନ୍ନ ଭିନ୍ନ ଅବସ୍ଥାରେ ବ୍ୟବ‌ହୃତ ହୁଏ । ଓଡ଼ିଆରେ କିନ୍ତୁ ମହାମାରୀ ଶବ୍ଦଟିଏ ଅଛି । ଆମେ ଯଦି ପିନପଏଣ୍ଟ ନ କରି ବ୍ୟବ‌ହାର କରିବା, ତା ହେଲେ ଚଳିବ । କିଛି ଅସୁବିଧା ନାହିଁ । ମୋର ବ୍ୟକ୍ତିଗତ ମତ ତିନୋଟି ଥାଉ ବା ମହାମାରୀ ସ‌ହ ବନ୍ଧନୀ ଦେଇ ଉପରୋକ୍ତ ତିନୋଟି ଶବ୍ଦ ଲେଖାଯାଉ । --Subas Chandra Rout (ମୋ ଆଲୋଚନା) ୧୭:୨୪, ୧ ଜୁଲାଇ ୨୦୨୦ (IST)Reply

କଥାଟା ସତ @Subas Chandra Rout: ସାର ହେଲେ କୋଭିଡ-୧୯ ଏଣ୍ଡେମିକ, ଏପିଡେମିକ ଓ ପାଣ୍ଡେମିକ ତିନୋଟି ଅଛି କି? ଯଦି ନା ତାହେଲେ ଆମେ ମହାମାରୀ ବ୍ଯବହାର କରିପାରିବା ବୋଲି ଭାବୁଛି । ଯଦି କୋଭିଡ-୧୯ ଏଣ୍ଡେମିକ ଓ କୋଭିଡ-୧୯ ଏପିଡେମିକ ଥାଆନ୍ତା ତାହେଲେ ଏ ଅସୁବିଧାଟା ନିହାତି ହୁଅନ୍ତା । --ସୁଭ (ଆଳାପ) ୨୦:୪୧, ୧ ଜୁଲାଇ ୨୦୨୦ (IST)Reply
ମହାଶୟ, କୋଭିଡ-୧୯ ତିନି ପ୍ରକାର ନାହିଁ ଓ ରହିବ ନାହିଁ ମଧ୍ୟ । ଏହା ଗୋଟିଏ ପ୍ରକାର । ଏହା କି ପ୍ରକାର ରୋଗ ଓ ତାହାର ଚିହ୍ନଟ ନିମନ୍ତେ ତିନୋଟି ଶବ୍ଦ ବ୍ୟବ‌ହାର କରାଯାଏ । ମହାମାରୀ ଲେଖିଲେ ଭବିଷ୍ୟତରେ ଏହା କେଉଁ ଧରଣର ମହାମାରୀ, କେହି ଜାଣିବେନି । ଜଣେ ଅଭିଜ୍ଞ ଚିକିତ୍ସକ ହିସାବରେ କିଛି ଉପଦେଶ ଦେଲି,ମାନିବେ ବା ନ ମାନିବେ, ଆପଣମାନଙ୍କର ଇଚ୍ଛା । ଏ ବିଷୟରେ ଆଉ ମୁଁ ଅଧିକ କିଛି ଲେଖିବିନି । --Subas Chandra Rout (ମୋ ଆଲୋଚନା) ୦୬:୪୫, ୨ ଜୁଲାଇ ୨୦୨୦ (IST)Reply
ଆମେ କୌଣସି ସିଦ୍ଧାନ୍ତକୁ ଶେଷ ସିଦ୍ଧାନ୍ତ ନ ମାନିଲେ ଭଲ । ଆଲୋଚନାକୁ କଳି ନ ମାନିଲେ ଭଲ । ଭିନ୍ନ ମତକୁ କାହା ପ୍ରତି ଅସମ୍ମାନ ନ ମାନିଲେ ଭଲ । ଏ ପୃଷ୍ଠାର ନାମକରଣ ଉପରେ ଆଲୋଚନା ଆପଣଙ୍କ ଅଭିଜ୍ଞତା ପ୍ରତି ତିଳେ ହେଲେ ଅସମ୍ମାନ ନୁହେଁ । ଥିଲେ ମୁଁ ବିନା ଆଲୋଚନାରେ ମନୋମୁଖୀ କାମଟେ କରିଥାନ୍ତି । ଅଛି ବୋଲି ସାଧୁ ଭାଷାରେ ଆଲୋଚନା କରୁଛି । ଏ ଆଲୋଚନା କେବଳ ଏକ ପ୍ରସଙ୍ଗର ନାମକରଣ ଓ ତହିଁରେ ଅଧିକ ବ୍ୟବହୃତ ଶବ୍ଦାବଳୀର ବ୍ୟବହାର ବାବଦରେ । କୌଣସି ବ୍ୟକ୍ତିଙ୍କର ଶିକ୍ଷାଗତ କିମ୍ବା ଅଭିଜ୍ଞତାଗତ ସ୍ଥିତି ବାବଦରେ ନୁହେଁ । ସଳଖ ଭାବେ ଆଉଥରେ ପୁଣି ପଚାରୁଛି ଯେ ଆମେ ଲିଖିତ ଓଡ଼ିଆରେ ବ୍ୟାପକ ଭାବେ "ପାଣ୍ଡେମିକ" ଅଧିକ ଦେଖୁ ନା "ମହାମାରୀ" ଅଧିକ ଦେଖୁ? ଯେଉଁଟି ଅଧିକ ଉଇକିପିଡ଼ିଆରେ ସେଇଟି ରହିବ । ଉଇକିପିଡ଼ିଆ ଲିପି କି ଭାଷା ସଂସ୍କାର ଉଦ୍ଦେଶ୍ୟରେ ନୁହେଁ । ଏ ସଂକ୍ରାନ୍ତରେ ମୋର ପ୍ରାରମ୍ଭିକ ମତ (୨୦୧୧-୨୦୧୨ ବେଳର) ସହ ମଧ୍ୟ ମୋ ନିଜର ମତଭେଦ ରହିଛି । COVID-19 pandemic ବୋଲି ବନ୍ଧନୀ ଭିତରେ ଲେଖିବାରେ କୌଣସି ଆପତ୍ତି ନାହିଁ । କିନ୍ତୁ "ପାଣ୍ଡେମିକ" ବୋଲି ଓଡ଼ିଆରେ ଲେଖିବାର ଅର୍ଥ 'ଉଇକିପିଡ଼ିଆ ଭିତରେ ବ୍ୟାପକ ଭାବେ ବ୍ୟବହୃତ ଶବ୍ଦାବଳୀର ବ୍ୟବହାର'କୁ ଖଣ୍ଡନ କରିବା । ତା' ପୁଣି କେତେକ ପ୍ରସଙ୍ଗରେ । ତାହା ଦ୍ୱନ୍ଦାତ୍ମକ । --ସୁଭ (ଆଳାପ) ୧୧:୫୧, ୨ ଜୁଲାଇ ୨୦୨୦ (IST)Reply
Return to "କୋଭିଡ ପାଣ୍ଡେମିକ" page.