ଶ୍ରୀବତ୍ସ ପଣ୍ଡା

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଶ୍ରୀବତ୍ସ ପଣ୍ଡା (୧ ଅକ୍ଟୋବର ୧୮୭୦ - ୧୧ ମଇ ୧୯୪୩)[୨] ଜଣେ ଓଡ଼ିଆ ଭାଷାପ୍ରେମୀ ସାହିତ୍ୟିକ ଓ ସମାଜ ସଂସ୍କାରକ ଥିଲେ ।[୩] ସେ ୧୮୭୦ମସିହରେ ଭଞ୍ଜନଗର ନିକଟବର୍ତ୍ତୀ ମନ୍ଦାର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଜାତିପ୍ରଥା, ବାଲ୍ୟବିବାହର ବିରୋଧ, ଅସ୍ମୃଶ୍ୟତା ନିବାରଣ, ବାଳିକା ଶିକ୍ଷା, ବିଧବା ଓ ଅନ୍ତର୍ଜାତୀୟ ବିବାହ[୪] ଏବଂ ଗୋରକ୍ଷା ଆଦି ଦିଗରେ ସେ କାର୍ଯ୍ୟ କରିଥିଲେ । ଉତ୍କଳ ସମ୍ମିଳନୀର ଜନ୍ମ ପୂର୍ବରୁ ଗଞ୍ଜାମରେ ଜାତୀୟ-ସଭାର ପ୍ରତିଷ୍ଠା ଓ ବେଦର ପ୍ରଚାରରେ ବ୍ରତି ଥିଲେ । ଭଞ୍ଜନଗର ନିକଟବର୍ତ୍ତୀ ତନରଡ଼ାଠାରେ ସେ ଗୋରକ୍ଷାଶ୍ରମ ଓ ବେଦଭବନ ପ୍ରତିଷ୍ଠା କରିଥିଲେ । ସରକାରୀ ଚାକିରିରେ ଯେଉଁ ସ୍ଥାନରେ ରହୁଥିଲେ, ସେଠିକାର ଲୋକଙ୍କୁ ବୁଝାଇସୁଝାଇ ବାଳିକାଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ କରିବା[୫], ପରଦା ପ୍ରଥାର ଉନ୍ମୋଚନ, ଛୁଆଁଅଛୁଆଁ ଭେଦଭାବ ଦୂରୀକରଣ, ସ୍ୱତନ୍ତ୍ର ଓଡ଼ିଶା ଗଠନ ଓ ସ୍ୱରାଜ୍ୟ ପ୍ରାପ୍ତି ପାଇଁ ଉଦ୍ୟମ ଜାରି ରଖିଥିଲେ ।

ଶ୍ରୀବତ୍ସ ପଣ୍ଡା
ଜନ୍ମ(1870-10-01)୧ ଅକ୍ଟୋବର ୧୮୭୦
ମୃତ୍ୟୁ୧୧ ମଇ ୧୯୪୩(1943-05-11) (ବୟସ ୭୨)
ପ୍ରସିଦ୍ଧିସାହିତ୍ୟିକ ଓ ସମାଜ ସଂସ୍କାରକ

ଓଡ଼ିଆ ଭାଷା ଓ ସାହିତ୍ୟକୁ ଅବଦାନ ସମ୍ପାଦନା

ଶ୍ରୀବତ୍ସ, ସରକାରୀ ଫାଇଲରେ ଇଂରାଜୀ ବା ତେଲଗୁ ଭାଷା ପରିବର୍ତ୍ତେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଉଦ୍ୟମ କରିଥିଲେ ।

ରଚନାବଳୀ ସମ୍ପାଦନା

  • ଅଛବ ଜାତି
  • ଆରୋଗ୍ୟ ବିଧାନ
  • ଗୋଧନ
  • ପଞ୍ଚାୟତ
  • ଆର୍ଯ୍ୟଧର୍ମ,
  • ଜାତୀୟ ସଙ୍ଗୀତ
  • ସଂସ୍କାର ସଂଗୀତାବଳୀ
  • ସଂସ୍କାରକ
  • ଦୟାନନ୍ଦ ସରସ୍ୱତୀଙ୍କର ଅମର ଗ୍ରନ୍ଥ ‘ସତ୍ୟାର୍ଥ ପ୍ରକାଶ’ର ଓଡ଼ିଆ ଅନୁବାଦ[୬]

ଫକୀର ମୋହନ ସେନାପତି, ସମ୍ବଲପୁର ଉତ୍କଳ ସମିଳନୀରେ ଶ୍ରୀବତ୍ସଙ୍କୁ କହିଥିଲେ ଯେ ଆପଣଙ୍କ ଲେଖାରେ ସତ୍ୟବାଦିତା ଓ ସାହସ ଭରି ରହିଛି । ତେଣୁ ସ୍ୱାର୍ଥୀଲୋକେ ସମାଜ ସଂସ୍କାର ଚାହୁଁ ନାହାନ୍ତି ଓ ଆପଣଙ୍କୁ ଗାଳି ଦିଅନ୍ତି । ପରନ୍ତୁ, ସେଥିରେ ସମାଜର ହିତସାଧନ ହେବ, ଏଥିରେ ସନ୍ଦେହ ନାହିଁ ।"

୧୯୪୩ମସିହାରେ ଶ୍ରୀବତ୍ସଙ୍କର ପରଲୋକ ଘଟିଥିଲା । ସେ ନିଜର ଅଧିକାଂଶ ସଂପତ୍ତି ଶିକ୍ଷାର ପ୍ରସାର, ସମାଜ ସଂସ୍କାର ଓ ବେଦର ପ୍ରଚାର ପାଇଁ ଦାନ କରିଥିଲେ । [୭]

ଆଧାର ସମ୍ପାଦନା

  1. Orissa History Congress. Session (1996). Proceedings of the Annual Session. The Congress.
  2. ପାଢ଼ୀ, ଗିରିଶ. "ସଂସ୍କାର ଚେତନାର ସ୍ୱର". ପ୍ରମେୟ. Archived from the original on 28 November 2016. Retrieved 25 November 2016.
  3. Journal of Indian History. 2005.
  4. Sirisa Kumar Shadangi (1 December 2005). The prisons of South Orissa and the freedom fighters in incarceration, 1900-1947. Punthi Pustak.
  5. Bina Kumari Sarma; Soma Mukherjee (1 January 2004). Folk deities and Matrika cult of South West Bengal. R.N. Bhattacharya.
  6. Orissa (India). Orissa District Gazetteers: Ganjam. Superintendent, Orissa Government Press.
  7. "ସମାଜ ସଂସ୍କାରକ ଶ୍ରୀବତ୍ସ ପଣ୍ଡା". ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୩୦/୦୯/୨୦୧୫ ପୃଷ୍ଠା ୯. Retrieved 30 September 2015.[permanent dead link]