ଶ୍ରୀକାନ୍ତ ପଣ୍ଡା

ଓଡ଼ିଆ ରାଜନୀତିଜ୍ଞ

ଶ୍ରୀକାନ୍ତ ପଣ୍ଡା (୬ ଜୁଲାଇ ୧୯୩୧ - ୨୨ ସେପ୍ଟେମ୍ବର ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ଭାରତୀୟ ଜାତୀୟ କଂଗ୍ରେସ ଓ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଶ୍ରୀକାନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୪ ଓ ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କଟକ ସିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଶ୍ରୀକାନ୍ତ ପଣ୍ଡା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଭୈରବ ଚନ୍ଦ୍ର ମହାନ୍ତି
ପର ଅଧିକାରୀବିଶ୍ୱନାଥ ପଣ୍ଡିତ
ନିର୍ବାଚନ ମଣ୍ଡଳୀକଟକ ସିଟି
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀବିଶ୍ୱନାଥ ପଣ୍ଡିତ
ପର ଅଧିକାରୀସୟଦ ମୁସ୍ତାଫିଜ ଅହମଦ
ନିର୍ବାଚନ ମଣ୍ଡଳୀକଟକ ସିଟି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1931-07-06)୬ ଜୁଲାଇ ୧୯୩୧
ମୃତ୍ୟୁ୨୨ ସେପ୍ଟେମ୍ବର ୨୦୧୧(2011-09-22) (ବୟସ ୮୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ
ଜୀବନ ସାଥୀଗୀତା ପଣ୍ଡା
ବାପା/ବୋଉଅନନ୍ତ ପ୍ରସାଦ ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଶ୍ରୀକାନ୍ତ ପଣ୍ଡା ୧୯୩୧ ମସିହାର ଜୁଲାଇ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତ ପ୍ରସାଦ ପଣ୍ଡା ଓ ପତ୍ନୀଙ୍କ ନାମ ଗୀତା ପଣ୍ଡା ।[୧] ଶ୍ରୀକାନ୍ତ‌ଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଶ୍ରୀକାନ୍ତ ପଣ୍ଡା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଶ୍ରୀକାନ୍ତ ପଣ୍ଡା ୨୦୧୧ ମସିହାର ସେପ୍ଟେମ୍ବର ମାସ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Srikanta Panda". odishaassembly.nic.in. Odisha Assembly. Retrieved 15 March 2020.