ସୟଦ ମୁସ୍ତାଫିଜ ଅହମଦ
ସୟଦ ମୁସ୍ତାଫିଜ ଅହମଦ (୨୧ ଡିସେମ୍ବର ୧୯୪୧ - ୧୧ ସେପ୍ଟେମ୍ବର ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ଜନତା ଦଳ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ମୁସ୍ତାଫିଜ ଅହମଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୮୫ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କଟକ ସିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ସୟଦ ମୁସ୍ତାଫିଜ ଅହମଦ | |
---|---|
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୫ | |
ପୂର୍ବ ଅଧିକାରୀ | ଶ୍ରୀକାନ୍ତ ପଣ୍ଡା |
ପର ଅଧିକାରୀ | ସମିର ଦେ |
ନିର୍ବାଚନ ମଣ୍ଡଳୀ | କଟକ ସିଟି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୧ ଡିସେମ୍ବର ୧୯୪୧ |
ମୃତ୍ୟୁ | ୧୧ ସେପ୍ଟେମ୍ବର ୨୦୧୭ | (ବୟସ ୭୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି |
ଜୀବନ ସାଥୀ | ସାହାନା ଅହମଦ |
ବାପା/ବୋଉ | ସୟଦ ମୁମତାଜ୍ ଅହମଦ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାସୟଦ ମୁସ୍ତାଫିଜ ଅହମଦ ୧୯୪୧ ମସିହାର ଡିସେମ୍ବର ମାସ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୟଦ ମୁମତାଜ୍ ଅହମଦ ଓ ପତ୍ନୀଙ୍କ ନାମ ସାହାନା ଅହମଦ ।[୧]
ରାଜନୈତିକ ଜୀବନ
ସମ୍ପାଦନାସୟଦ ମୁସ୍ତାଫିଜ ଅହମଦ ଓଡ଼ିଶା ରାଜନୀତିରେ ଜନତା ଦଳ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାସୟଦ ମୁସ୍ତାଫିଜ ଅହମଦ ୨୦୧୭ ମସିହାର ସେପ୍ଟେମ୍ବର ମାସ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Shri Sayed Mustafiz Ahmed". odishaassembly.nic.in. Odisha Assembly. Retrieved 16 March 2020.