ଶଙ୍ଖ ପତ୍ରିକା, ଏକ ମାସିକ ଓଡ଼ିଆ ପତ୍ରିକା ଥିଲା । ଏହା ବାମଣ୍ଡା ରାଜ୍ୟର ଦେବଗଡ଼ରୁ ପ୍ରକାଶିତ ହେଉଥିଲା ।[୧] ଏହା ୧୯୪୫ ମସିହାରେ ଏହାର ପ୍ରକାଶନ ଆରମ୍ଭ ହୋଇଥିଲା । ୩ ବର୍ଷ ପର୍ଯ୍ୟନ୍ତ ଏହା ପ୍ରକାଶିତ ହେବା ପରେ ବନ୍ଦ ହୋଇ ଯାଇଥିଲା । ପ୍ରଥମେ ମାୟାଧର ମାନସିଂହ[୨][୩][୪] ଓ ପରେ ଜଳନ୍ଧର ଦେବ ଏହି ପତ୍ରିକାର ସମ୍ପାଦନା କରୁଥିଲେ ।[୫]

ଶଙ୍ଖ
ସମ୍ପାଦକମାୟାଧର ମାନସିଂହ, ଜଳନ୍ଧର ଦେବ
ପ୍ରତିଷ୍ଠିତ୧୯୪୫
ଭାଷାଓଡ଼ିଆ
ମୁଖ୍ୟାଳୟଦେବଗଡ଼, ବାମଣ୍ଡା ରାଜ୍ୟ

ଶଶିଭୂଷଣ ରାୟ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଗୋପାଳଚନ୍ଦ୍ର ମିଶ୍ର, ପ୍ରାଣକୃଷ୍ଣ ସାମଲ, ବୈକୁଣ୍ଠନାଥ ପଟ୍ଟନାୟକ, ରାଧାମୋହନ ଗଡ଼ନାୟକ, ଗୋପୀନାଥ ମହାନ୍ତି, ମାୟାଧର ମାନସିଂହ, ନବକିଶୋର ଦାସ, ଗୋକୁଳାନନ୍ଦ ମହାପାତ୍ର ପ୍ରମୂଖଙ୍କର ଲେଖା ଏହି ପତ୍ରିକାରେ ପ୍ରକାଶିତ ହେଉଥିଲା । ଏହାକୁ ଏକ ସାହିତ୍ୟ ପତ୍ରିକା କରିବାର ଯୋଜନା ରହିଥିଲେ ମଧ୍ୟ, ପରେ ଏଥିଏ ବିଜ୍ଞାନ, ଦର୍ଶନ ଓ ଭ୍ରମଣ ଆଦି ଲେଖା ମଧ୍ୟ ପ୍ରକାଶିତ ହୋଇଥିଲା ।[୬]

ଆଧାର ସମ୍ପାଦନା

  1. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  2. Orissa Society of Americas 29th Annual Convention Souvenir: For Annual Convention Held in 1998 at Monterey, California. Odisha Society of the Americas. pp. 103–. GGKEY:5THF0FTRLAE.
  3. International Journal of Contemporary Sociology. Department of Sociology and Anthropology, Auburn University. 2006.
  4. Indian Journal of History of Science. National Institute of Sciences of India. 2007.
  5. A History of Indian Literature: Struggle for freedom: triumph and tragedy, 1911-1956. Sahitya Akademi. 1991. ISBN 978-81-7901-798-2.
  6. "ପତ୍ରିକା – ୫ (୧୯୦୧ – ୧୯୫୦)". www.odiabibhaba.in. ସୃଜନିକା. Archived from the original on 23 December 2020. Retrieved 23 December 2020.