ଜଳନ୍ଧର ଦେବ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଜଳନ୍ଧର ଦେବ (୧୮୭୩-୧୯୫୨) ଓଡ଼ିଶାର ଦେବଗଡ଼ ଜିଲାରେ ଜନ୍ମିତ ଜଣେ ସାହିତ୍ୟିକ ଥିଲେ ।[୧][୨][୩] ସେ ବହୁ ପ୍ରବନ୍ଧ, ଗଳ୍ପ, ନାଟକ, କବିତା ଓ କାହାଣୀ ରଚନା କରି ଆଧୁନିକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାକୁ ସେ ଉଦ୍ୟମ କରିଥିଲେ ।

ଜଳନ୍ଧର ଦେବ
ଜନ୍ମ ଓ ଜନ୍ମସ୍ଥାନ(1872-10-15)୧୫ ଅକ୍ଟୋବର ୧୮୭୨
ଦେବଗଡ଼, ଓଡ଼ିଶା
ମୃତ୍ୟୁ୧୯୫୨
ବିଷୟସାହିତ୍ୟିକ

ଜଳନ୍ଧର ଦେବ ୧୭୭୨ମସିହା ଅକ୍ଟୋବର ୧୫ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ, ବାମଣ୍ଡାର ରାଜା ବାସୁଦେବ ସୁଢଳ ଦେବଙ୍କ ସମ୍ପର୍କୀୟ ଭାଇ ଥିଲେ । ଶୈଶବରୁ ମାତୃହରା ଜଳନ୍ଧରଙ୍କର ଲାଳନପାଳନ କରିଥିଲେ, ବାମଣ୍ଡାର ରାଜମାତା । ସୁଢଳ ଦେବଙ୍କ ପୁତ୍ର ସଚ୍ଚିଦାନନ୍ଦ ଓ ଜଳନ୍ଧର ସହପାଠୀ ଥିଲେ । ଜଳନ୍ଧର ଦେବ ବାମଣ୍ଡା ଛାତ୍ର ଆନ୍ଦୋଳନର ପ୍ରଥମ ସମ୍ପାଦକ ଥିଲେ ଓ ସଚ୍ଚିଦାନନ୍ଦ ଦେବ ସଭାପତି ଥିଲେ । ୧୯୦୩ ମସିହାରେ ସଚ୍ଚିଦାନନ୍ଦ ଦେବ ସିଂହାସନରେ ବସିବାପରେ ଜଳନ୍ଧରଙ୍କୁ ଦେବାନ ଦାୟିତ୍ୱ ଅର୍ପଣ କରିଥିଲେ । ପ୍ରଶାସନିକ କାର୍ଯ୍ୟ ସହିତ ଜଳନ୍ଧର ଆଜୀବନ ସାହିତ୍ୟ ସାଧନାରେ ବ୍ରତି ରହିଥିଲେ ।

ସାହିତ୍ୟ ସାଧନା ସମ୍ପାଦନା

ଜଳନ୍ଧର ଦେବ, ୩୦ଟି ପ୍ରବନ୍ଧ, ୧୨ଟି ଗଳ୍ପ, ଗୋଟିଏ ନାଟକ, ଦୁଇଟି ଏକାଙ୍କିକା, କିଛି କବିତା ଓ ଭ୍ରମଣ କାହାଣୀ ରଚନା କରିଥିଲେ । ବିଭିନ୍ନ ପତ୍ରିକା ସହ ସଂଶ୍ଳିଷ୍ଟ ରହିଥିଲେ ଓ ସମ୍ପାଦନା ମଧ୍ୟ କରିଥିଲେ ।

ରଚନାବଳି ସମ୍ପାଦନା

ଗଳ୍ପ ସମ୍ପାଦନା

  • ଗୌରୀ ଓ କାହ୍ନୁ
  • ଅତିଥି ସତ୍କାର
  • ଅଶ୍ରୁଧାରା
  • ବିବାହ ଭୋଜି
  • ଜଳନ୍ଧର ରଚନବଳୀ

ସମ୍ପାଦନା ସମ୍ପାଦନା

ପ୍ରବନ୍ଧ ସମ୍ପାଦନା

  • ବିବାହ ବିଚାର - ୧୯୨୮
  • ବେଦ ଓ ହିନ୍ଦୁଧର୍ମ - ୧୯୫୨
  • ବର୍ଣ୍ଣ ଓ ଜାତୀୟତା
  • ଭାଗବତ ଗୀତା

ଭ୍ରମଣ କାହାଣୀ ସମ୍ପାଦନା

  • ଡାଏରୀର କିୟଦଂଶ - ୧୯୫୨

ନାଟକ ସମ୍ପାଦନା

  • ଉଦୟ ସଂଘ - ୧୯୩୪

କବିତା ସମ୍ପାଦନା

  • ମେଘ ଭାବନା - ୧୯୩୪
  • ଅସ୍ପୃଶ୍ୟ - ୧୯୩୪[୬]


ମାନ ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. D. S. Rao (2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 123–. ISBN 978-81-260-2060-7.
  2. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  3. http://sahitya-akademi.gov.in/sahitya-akademi/publications/odia.pdf
  4. A History of Indian Literature: Struggle for freedom: triumph and tragedy, 1911-1956. Sahitya Akademi. 1991. ISBN 978-81-7901-798-2.
  5. "ସାହିତ୍ୟ ସାଧକ ଜଳନ୍ଧର ଦେବ". ସମ୍ବାଦ ୧୫/୧୦/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Archived from the original on 4 March 2016. Retrieved 15 October 2015.
  6. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 915–. ISBN 978-81-260-1803-1.