ଲୌହ ଅତିଭାର

ଲୌହ ଅତିଭାର କୁହାଯାଏ ଯେତେବେଳେ ଶରୀରରେ ଅତ୍ୟଧିକ ପରିମାଣର ଲୁହା ଜମିଯାଏ ।

ଲୌହ ଅତିଭାର, ଅନ୍ୟ ନାମ ହେମୋକ୍ରୋମାଟୋସିସ (ଇଂରାଜୀ ଭାଷାରେ Iron overload ବା hemochromatosis) କୁହାଯାଏ ଯେତେବେଳେ ଶରୀରରେ ଅତ୍ୟଧିକ ପରିମାଣର ଲୁହା ଜମିଯାଏ ।[] ଏହାର ଲକ୍ଷଣ: ଥକ୍କା, ଉଦର ଯନ୍ତ୍ରଣା, ଚର୍ମ କଳା ପଡ଼ିଯିବା ଏବଂ ଯୌନ ସମସ୍ୟା ଉତ୍ପନ୍ନ ହୁଏ ।[] ରୋଗ ଜଟିଳ ହେଲେ ସିରୋସିସ୍, ଯକୃତ ବିଫଳତା, ଯକୃତ କର୍କଟ, ହୃଦ୍‌ପାତ, ମଧୁମେହ, ଆର୍ଥ୍ରାଇଟିସ, ଏବଂ ସଂକ୍ରମଣ ହୋଇପାରେ । [] []

Iron overload
Haemochromatosis, hemochromatosis, bronze diabetes[]
Micrograph of a liver biopsy showing iron deposits due to iron overload. Iron stain.
ବିଭାଗHematology, gastroenterology
ଲକ୍ଷଣTiredness, abdominal pain, darkening skin, sexual dysfunction[]
ଆକ୍ରାନ୍ତ ସମୟMales > 40, females > 50[]
କାରଣPrimary: Hereditary haemochromatosis (HHC)[]
Secondary: Repeated blood transfusions, excessive dietary intake[]
ବିପଦ କାରକLiver diseases, alcoholism[]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests (high ratio of iron to transferrin), liver biopsy[]
ଚିକିତ୍ସାPhlebotomy, chelation therapy, liver transplant[]
ପୁନଃପୌନିକHCC 1 in 400 white people[]

ଏହାର ସାଧାରଣ କାରଣ ହେଉଛି ଜେନେଟିକ ସମସ୍ୟାର ବଂଶଗତ ହେମୋକ୍ରୋମାଟୋସିସ (HHC), ଜେନେଟିକ ସମସ୍ୟା ଏବଂ ପୁନଃପୌନିକ ରକ୍ତ ଗ୍ରହଣ ଫଳରେ ଲୌହ ପରିମାନ ବୃଦ୍ଧି ।[] ଅତ୍ୟଧିକ ଖାଦ୍ୟ ଗ୍ରହଣ କିମ୍ବା କ୍ୱଚିତ ଦେଖାଯାଉଥିବା ଶିଶୁର ବିକାଶ ସମୟରେ ଆଘାତ ଫଳରେ ଏହା ହୁଏ ଯାହାକୁ ନିଓନାଟାଲ ହେମୋକ୍ରୋମାଟୋସିସ ମଧ୍ୟ କୁହାଯାଏ ।[] ଅନ୍ୟାନ୍ୟ ଯକୃତ ରୋଗ ଥିଲେ ଏବଂ ମଦ୍ୟପାନ କରୁଥିଲେ ଏହାର ଗୁରୁତର ସଙ୍କଟ ରହିପାରେ । [] ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ଓ ଯକୃତ ବାୟୋପ୍ସିଦ୍ୱାରା ଏହାକୁ ସମର୍ଥନ କରାଯାଏ ।[]

ଚିକିତ୍ସା: ନିୟମିତ ଫ୍ଲେବୋଟୋମିଦ୍ୱାରା ଶିରାରୁ ରକ୍ତ ଅପସାରଣ କରି ଲୌହ ଅତିଭାର କମେଇଦିଆଯାଏ ।[] ପ୍ରାରମ୍ଭରେ ଏହା ସପ୍ତାହରେ ଦୁଇଥର କରାଯାଇପାରେ ଏବଂ ଥରେ ସ୍ତର ହ୍ରାସ ହେଲେ ବର୍ଷକୁ ଦୁଇରୁ ତିନିଥର କରାଯାଇପାରେ | [] ଯେଉଁମାନଙ୍କର ଅନ୍ୟ କାରଣରୁ ଲୌହ ଅତିଭାର ଥାଏ, ସେମାନଙ୍କର ଚିଲେସନ ଥେରାପି କରି ଚିକିତ୍ସା କରାଯାଏ । [] ନିଓନାଟାଲ ହେମୋକ୍ରୋମାଟୋସିସ ରୋଗରେ ପ୍ରତିବଦଳ ରକ୍ତଦାନ ଓଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି ସହିତ ଚିକିତ୍ସା କରାଯାଇପାରେ | [] ବେଳେବେଳେ ଯକୃତ ପ୍ରତିରୋପଣ ଆବଶ୍ୟକ ହୁଏ | [] ଲୌବ ପରିପୂରକଏବଂ ଭିଟାମିନ୍ ସି ଏଡ଼େଇବା ଉଚିତ୍ | []

ଶ୍ୱେତାଙ୍ଗ ଲୋକଙ୍କ ମଧ୍ୟରୁ ପ୍ରତି ୪୦୦ ଜଣରେ ୧ ଜଣର ଏହି ରୋଗ ଥାଏ ଏହା ଏହି ଗୋଷ୍ଠୀର ସବୁଠାରୁ ସାଧାରଣ ଅଟୋସୋମାଲ ରିସିସିଭ ରୋଗ ।[] ପୁରୁଷମାନଙ୍କର ଲକ୍ଷଣ ୪୦ ବର୍ଷ ବୟସ ପରେ ଏବଂ ମହିଳାଙ୍କର ସାଧାରଣତଃ ୫୦ ବର୍ଷ ବୟସ ପରେ ଏହି ରୋଗ ହୁଏ ।[] ପୁରୁଷ ଏବଂ ମହିଳାଙ୍କର ସମାନ ଭାବରେ ମ୍ୟୁଟେସନ ହେଲେ ମଧ୍ୟ ପୁରୁଷମାନଙ୍କର ୨ବା ୩ ଗୁଣ ଅଧିକ ଜଟିଳତା ଦେଖାଯାଏ । [] [] ଯଦି ରୋଗ ଶୀଘ୍ର ଚିହ୍ନଟ ହୁଏ ଏବଂ ଚିକିତ୍ସା କରାଯାଏ ତେବେ ଏହି ରୋଗର ଫଳାଫଳ ଭଲ ହୁଏ | [] ଏହି ରୋଗର ଲକ୍ଷଣ‌ଗୁଡ଼ିକ ଆର୍ମାଣ୍ଡ ଟ୍ରସୋ ୧୮୬୫ ମସିହାର ପ୍ରଥମେ ବର୍ଣ୍ଣନା କରିଥିଲେ ଓ ୧୮୮୯ ମସିହାରେ ଭନ ରେକଲିଙ୍ଗ‌ହସେନ ଏହି ରୋଗର ଲୁହା ସହିତ ସମ୍ପର୍କ ଥିବା ଦର୍ଶେଇଥିଲେ । []

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Porter, JL; Rawla, P (January 2020). "Hemochromatosis". PMID 28613612. {{cite journal}}: Cite journal requires |journal= (help)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ "Hemochromatosis". National Institute of Diabetes and Digestive and Kidney Diseases. NIDDK. Retrieved 24 February 2021.
  3. Barton, James C.; Edwards, Corwin Q. (2000). Hemochromatosis: Genetics, Pathophysiology, Diagnosis and Treatment (in ଇଂରାଜୀ). Cambridge University Press. p. 3. ISBN 978-0-521-59380-9.