ଲୋକନାଥ ପାତ୍ର
ଓଡ଼ିଆ ରାଜନୀତିଜ୍ଞ
ଲୋକନାଥ ପାତ୍ର (ଜନ୍ମ: ୨୮ ଅପ୍ରେଲ ୧୯୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଲୋକନାଥ ପାତ୍ର | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ଯାଦବ ପାତ୍ର |
ପର ଅଧିକାରୀ | ଦୁବର ପୋଡ୍ରା |
ନିର୍ବାଚନ ମଣ୍ଡଳୀ | ବାଲିଗୁଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୮ ଅପ୍ରେଲ ୧୯୧୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ଚନ୍ଦ୍ରମା ପାତ୍ର |
ବାପା/ବୋଉ | ଜଗବନ୍ଧୁ ପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଲୋକନାଥ ପାତ୍ର ୧୯୧୦ ମସିହାର ଅପ୍ରେଲ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗବନ୍ଧୁ ପାତ୍ର ଓ ପତ୍ନୀଙ୍କ ନାମ ଚନ୍ଦ୍ରମା ପାତ୍ର ।[୧]
ରାଜନୈତିକ ଜୀବନ
ସମ୍ପାଦନାଲୋକନାଥ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Lokanath Patra". odishaassembly.nic.in. Odisha Assembly. Retrieved 11 April 2021.