ଲିଆ (ବା ଖଇ)ଧାନକୁ ଭାଜି ସେଥିରୁ ତିଆରି କରାଯାଉଥିବା ଏକ ପ୍ରକାର ଖାଦ୍ୟ ।[୧][୨]) ଏହା ଓଡ଼ିଶାରେ ମୁଖ୍ୟତ ଖିଆହୁଏ ।[୩] ଏହାକୁ ଖଇ ମଧ୍ୟ କୁହାଯାଇଥାଏ । ଏଥିରୁ ତିଆରି ଅନ୍ୟ ଏକ ଖାଦ୍ୟ ହେଲା ଉଖୁଡ଼ା ଯାହା "ଲିଆ"ରେ ଗୁଡ଼ ପାଗ ଦେଇ ତିଆରି କରାଯାଇଥାଏ ।[୪] .ଚାଉଳକୁ ତତଲା ବାଲିରେ ଭାଜି ଏହା ତିଆରି କରାଯାଇଥାଏ । ଏଥିରେ ତରଳ ଓ ବହଳ ଗୁଡ଼ ପାଗ ଦେଇ ଉଖୁଡ଼ା ତିଆରି କରାଯାଇଥାଏ । ଲିଆରୁ ତିଆରି କୋରାଖଇ ଲିଙ୍ଗରାଜଙ୍କ ପାଖରେ ଭୋଗ ରୂପେ ଲାଗିଥାଏ ।[୫]

ଲିଆ
ବଡ଼ଦାଣ୍ଡରେ ମିଳୁଥିବା ଭୋଗ ଅର୍ପିତ ଖଇ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣଉଖୁଡ଼ା, କୋରାଖଇ, ଖଇ
ମୂଳ ଉପାଦାନଚାଉଳ

ଖଇଚଲା ସମ୍ପାଦନା

ମାଟି ହାଣ୍ଡିରେ ବାଲିକୁ ଗରମ କରି ସେଥିରେ ଧାନକୁ ପକାଯାଏ, ତା'ପରେ ଧାନ ଫୁଟିଲା ପରେ ଲିଆ ବା ଖଇରେ ପରିଣତ ହୋଇଥାଏ । ସେ ଖଇରେ ଧାନ ଲାଗି ରହିଥାଏ,ସେହି ଧାନ ବା ତସୁ ଗୁଡ଼ିକୁ ଖଇରୁ ଅଲଗା କରିବା ପାଇଁ ଏକ ବାଉଁଶ ତିଆରି ପାତ୍ର ବ୍ୟବହାର କରାଯାଏ, ଯାହାର ନାମ ଖଇଚଲା ବା ଖଇଚଲା ଚାଲୁଣି । ବାଉଁଶ ପାତ ଗୁଡ଼ିକୁ ସାଇଜ କରି ବୁଣାକାରମାନେ ଏପରି ତିଆରି କରିଥାନ୍ତି ଯେପରି ତସୁଗୁଡ଼ିକ ତଲକୁ ଖସି ପଡ଼ିବ ଓ ଲିଆଗୁଡ଼ିକ ଅଲଗା ହୋଇ ରହିଯିବ । ବାଉଁଶ ପାତ ଗୁଡ଼ିକୁ ଛନ୍ଦି ବୁଣିଲା ବେଳେ ଛୋଟ ଛୋଟ ଫୋଡ଼ ରହିଥାଏ ଯେଉଁ ଛିଦ୍ର ଲିଆରୁ ତସୁ ଅଲଗା କରିବା ପାଇଁ ସାହାଯ୍ୟ କରେ ।

 
ଚଲା ହୋଇ ବଛା ସରିବା ପରେ ଖଇ ।

ଆଧାର ସମ୍ପାଦନା

  1. Ray, Dr. Krishna Gopal (2003). Volume 5 of Fairs and Festivals of India. Gyan Pub. House. p. 471. ISBN 9788121205894.
  2. Das, Patnaik, Raicharan, Dhirendranath (1982). Festivals of Orissa. Orissa Sahitya Akademi. p. 80.{{cite book}}: CS1 maint: multiple names: authors list (link)
  3. Panda, Shishir Kumar (1991). Medieval Orissa: a socio-economic study. Mittal Publications. p. 152. ISBN 9788170992615.
  4. Jena, B. B. (1980). Orissa, people, culture, and polity. Kalyani Publishers, Original from the University of Michigan.
  5. Lord Lingaraja, Offerings