ରୋହିତ ଜୋଶେଫ ତିର୍କୀ
ଓଡ଼ିଆ ରାଜନେତା
ରୋହିତ ଜୋଶେଫ ତିର୍କୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରୋହିତ ଜୋଶେଫ ତିର୍କୀ | |
---|---|
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୫ ଜୁନ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ଶଙ୍କର ଓରାମ |
ନିର୍ବାଚନ ମଣ୍ଡଳୀ | ବୀରମିତ୍ରପୁର |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବୃତ୍ତି | ରାଜନୀତିଜ୍ଞ |
ରାଜନୈତିକ ଜୀବନ
ସମ୍ପାଦନାସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୪,୧୧୬ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଶଙ୍କର ଓରାମଙ୍କୁ ୬,୮୮୪ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଆଧାର
ସମ୍ପାଦନା- ↑ "General Election to Assembly Constituencies 2024: Biramitrapur (Odisha)". Election Commission of India. Retrieved 3 July 2024.