ରୋଷନୀ ସିଂହ ଦେଓ

ଓଡ଼ିଆ ରାଜନୀତିଜ୍ଞ

ରୋଷନୀ ସିଂହ ଦେଓ (୧୦ ମାର୍ଚ୍ଚ ୧୯୪୦ - ୧୧ ଫେବୃଆରୀ ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଜନତା ଦଳ ଏବଂ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାର ଯଥାକ୍ରମେ ୧୧ଶ ଓ ୧୨ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ଓଡ଼ିଶା ବିଧାନ ସଭାର ୧୧ଶ ସଭାରେ ୧୯୯୫ ମସିହାରୁ ୨୦୦୦ ମସିହାଯାଏଁ ଏବଂ ୧୨ଶ ଓଡ଼ିଶା ବିଧାନ ସଭାରେ ୨୦୦୦ ମସିହାରୁ ୨୦୦୪ ମସିହାରେ ବିଜୁ ଜନତା ଦଳର ସରକାର ଭଙ୍ଗ ହେବା ପର୍ଯ୍ୟନ୍ତ କୋକସରା ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।

ରୋଷନୀ ସିଂହଦେଓ
ବିଧାୟିକା: ୧୧ଶ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୪
ନିର୍ବାଚନ ମଣ୍ଡଳୀକୋକସରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-10-03)୩ ଅକ୍ଟୋବର ୧୯୪୦
ମୃତ୍ୟୁ୧୧ ଫେବୃଆରୀ ୨୦୨୨(2022-02-11) (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀଚନ୍ଦ୍ରଭାନୁ ସିଂହ ଦେଓ
ସନ୍ତାନପୁଷ୍ପେନ୍ଦ୍ର ସିଂହ ଦେଓ (ପୁଅ)
ବାପା/ବୋଉରାମଚନ୍ଦ୍ର ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ରୋଷନୀ ସିଂହ ଦେଓ ୧୯୪୦ ମସିହାର ମାର୍ଚ୍ଚ ମାସ ୧୦ ତାରିଖ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ରାମଚନ୍ଦ୍ର ଦେଓ । ସେ ଦଶମ ଶ୍ରେଣୀଯାଏଁ ପାଠ ପଢ଼ିଥିଲେ ଏବଂ ମାଟ୍ରିକ୍ ପାଶ୍ କରିଥିଲେ । ରୋଷନୀ ଚନ୍ଦ୍ରଭାନୁ ସିଂହ ଦେଓଙ୍କୁ ବିବାହ କରିଥିଲେ ।[୨] ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଓ ତିନି ଗୋଟି ଝିଅ ଅଛନ୍ତି । ତାଙ୍କ ପତି ଚନ୍ଦ୍ରଭାନୁ ସିଂହ ଦେଓ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ସ୍ୱରାଜ ପାର୍ଟିର ଜଣେ ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଥିଲେ । ସେ ସ୍ୱରାଜ ପାର୍ଟିର ଜଣେ ପ୍ରତିନିଧି ଭାବରେ କୋକସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାର ୬ଷ୍ଠ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହାରେ ମନ୍ତ୍ରୀମଣ୍ଡଳ ଭଙ୍ଗ ହେବାଯାଏଁ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

ରାଜନୈତିକ ଜୀବନ ସମ୍ପାଦନା

ରୋଷନୀ ୧୯୯୫ ମସିହାରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୪ ମିସିହା ସେପ୍ଟେମ୍ବର ମାସ ୧୬ ତାରିଖରେ ରୋଷନୀଙ୍କର ପତିଙ୍କର ଦେହାନ୍ତ ହୋଇଥିଲା ।[୨] ଏହାପରେ ରୋଷନୀ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ଏବଂ ଜନତା ଦଳର ଜଣେ ପ୍ରତିନିଧି ଭାବରେ ୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ କୋକସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ, ଯେଉଁଠୁ ତାଙ୍କ ପତି ବିଧାୟକ ଥିଲେ । ଏହି ନିର୍ବାଚରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ପରବର୍ତ୍ତୀ ସମୟରେ ଓଡ଼ିଶାରେ ଜନତା ଦଳ ଭାଙ୍ଗି ବିଜୁ ଜନତା ଦଳ ଗଠିତ ହେଲା ଏବଂ ରୋଷନୀ ବିଜୁ ଜନତା ଦଳର ଜଣେ ସଭ୍ୟ ଭାବରେ ଯୋଗ ଦେଲେ । ଏହାପରେ ସେ ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାନରେ ପୁଣିଥରେ କୋକସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ଗୃହ କିମିଟି, ବିଧାନ ସଭା ସଦସ୍ୟଙ୍କ ଅସୁବିଧାକୁ ଦେଖିବାକୁ ଥିବା କମିଟି, ପାଠାଗାର କମିଟି ଆଦିରେ ରୋଷନୀ ଜଣେ ସଦସ୍ୟା ଭାବରେ ୨୦୦୦ ମିସିହାରୁ ୨୦୦୪ ମସିହା ମଧ୍ୟରେ ବିଭିନ୍ନ ସମୟରେ କାର୍ଯ୍ୟ କରି ଆସିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ରୋଷନୀ ସିଂହ ଦେଓ ୨୦୨୨ ମସିହାର ଫେବୃଆରୀ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ "Smt. Roshni Singh Deo". odishaassembly.nic.in. Retrieved 25 February 2019.
  2. ୨.୦ ୨.୧ "Late Chandrabhanu Singh Deo". odishaassembly.nic.in. Retrieved 2019-02-25.
  3. "MLA Chandrabhanu Singh Deo Profile | KOKSARA Constituency". odishahelpline.com. Retrieved 2019-02-25.
  4. "MLA Roshni Singh Deo Profile | KOKSARA Constituency". www.odishahelpline.com. Retrieved 2019-02-25.
  5. "କୋକସରାର ପୂର୍ବତନ ବିଧାୟିକା ରୋଶନି ସିଂହଦେଓଙ୍କର ପରଲୋକ | Sambad". ସମ୍ବାଦ (in ଓଡ଼ିଆ). କୋକସରା: sambad.in. 11 February 2022. Archived from the original on 11 February 2022. Retrieved 11 February 2022.{{cite news}}: CS1 maint: unrecognized language (link)