ରେଣୁକା ଚୌଧୁରୀ
ରେଣୁକା ଚୌଧୁରୀ (ଜନ୍ମ ୧୩ ଅଗଷ୍ଟ ୧୯୫୪) ଜଣେ ଭାରତୀୟ ରାଜନେତା ତଥା ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଅଟନ୍ତି । ସେ ଆନ୍ଧ୍ରପ୍ରଦେଶରୁ ରାଜ୍ୟ ସଭାରେ ରାଜନୈତିକ ଦଳର ପ୍ରତିନିଧିତ୍ୱ କରୁଛନ୍ତି । ସେ ଭାରତ ସରକାରରେ ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟର କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ରେଣୁକା ଚୌଧୁରୀ | |
---|---|
ରାଜ୍ୟ ସଭାର ସଦସ୍ୟ (ଆନ୍ଧ୍ରପ୍ରଦେଶ) | |
କାର୍ଯ୍ୟକାଳ ୩ ଏପ୍ରିଲ ୨୦୧୨ – ୨ ଏପ୍ରିଲ ୨୦୧୮ | |
କାର୍ଯ୍ୟକାଳ ୩ ଏପ୍ରିଲ ୧୯୮୬ – ୨ ଏପ୍ରିଲ ୧୯୯୮ | |
କାର୍ଯ୍ୟକାଳ ୨୯ ଜାନୁଆରୀ ୨୦୦୬ – ୨୨ ମଇ ୨୦୦୯ | |
କାର୍ଯ୍ୟକାଳ ୨୩ ମଇ ୨୦୦୪ – ୨୮ ଜାନୁଆରୀ ୨୦୦୬ | |
ଲୋକ ସଭା ନିର୍ବାଚନ ମଣ୍ଡଳୀର ସଦସ୍ୟ | |
କାର୍ଯ୍ୟକାଳ ୧୦ ଅକ୍ଟୋବର ୧୯୯୯ – ୧୮ ମଇ ୨୦୦୯ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ | ୧୩ ଅଗଷ୍ଟ ୧୯୫୪
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ (୧୯୯୮-ବର୍ତ୍ତମାନ) |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ତେଲୁଗୁ ଦେଶମ ପାର୍ଟି (୧୯୮୪-୧୯୯୮) |
ଜୀବନ ସାଥୀ | ଶ୍ରୀଧର ଚୌଧୁରୀ |
ସନ୍ତାନ | ୨ |
ଶିକ୍ଷାନୁଷ୍ଠାନ | କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟ |
ବୃତ୍ତି | ରାଜନେତା, ସାମାଜିକ କର୍ମୀ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାସେ ୧୩ ଅଗଷ୍ଟ ୧୯୫୪ ମସିହାରେ ବିଶାଖାପାଟଣା, (ଆନ୍ଧ୍ରପ୍ରଦେଶ)ରେ ଏୟାର କମୋଡୋର ସୂର୍ଯ୍ୟନାରାୟଣ ରାଓ ଏବଂ ବସୁନ୍ଧରାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ।[୧] ରେଣୁକା ତିନି ଝିଅଙ୍କ ମଧ୍ୟରୁ ଜ୍ୟେଷ୍ଠ କନ୍ୟା ଅଟନ୍ତି । ସେ ଡେରାଡୁନ ୱେଲହମ ବାଳିକା ବିଦ୍ୟାଳୟରେ ପାଠପଢ଼ା ସମାପ୍ତ କରି ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ଇଣ୍ଡଷ୍ଟ୍ରିଆଲ ସାଇକୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।[୨] ୧୯୭୩ ମସିହାରେ ସେ ଶ୍ରୀଧର ଚୌଧୁରୀଙ୍କୁ ବିବାହ କରିଥିଲେ ।
ବୃତ୍ତି
ସମ୍ପାଦନାଚୌଧୁରୀ ୧୯୮୪ ମସିହାରେ ତେଲୁଗୁ ଦେଶମ ଦଳର ସଦସ୍ୟ ଭାବରେ ରାଜନୀତିରେ ପ୍ରବେଶ କରିଥିଲେ ।[୩] ସେ ଲଗାତାର ଦୁଇ ଥର ରାଜ୍ୟ ସଭାର ସଦସ୍ୟ ଥିଲେ ଏବଂ ୧୯୮୬ରୁ ୧୯୯୮ ପର୍ଯ୍ୟନ୍ତ ତେଲୁଗୁ ଦେଶମ ସଂସଦୀୟ ଦଳର ମୁଖ୍ୟ ସଚେତକ ଥିଲେ ।[୪][୫] ସେ ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ୧୯୯୮ ମସିହାରେରେ କଂଗ୍ରେସ ଦଳରେ ଯୋଗଦେବା ପାଇଁ ତେଲୁଗୁ ଦେଶମ ପାର୍ଟି ଛାଡିଥିଲେ ।[୬] ୧୯୯୯ ଏବଂ ୨୦୦୪ ରେ, ସେ ଯଥାକ୍ରମେ ଖମ୍ମମର ପ୍ରତିନିଧିତ୍ୱ କରି ୧୩ତମ ଏବଂ ୧୪ତମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଅନ୍ୟ ପଦବୀରେ ଅର୍ଥ କମିଟିର ସଦସ୍ୟତା (୧୯୯୯-୨୦୦୦) ଏବଂ ମହିଳା ସଶକ୍ତିକରଣ କମିଟି (୨୦୦୦–୨୦୦୧)ରେ ମଧ୍ୟ ଅନ୍ତର୍ଭୁକ୍ତ ।
ମଇ ୨୦୦୪ ମସିହାରେ, ସେ ୟୁପିଏ ଆଇ (ସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନ) ସରକାରର ପର୍ଯ୍ୟଟନ ମନ୍ତ୍ରୀ ହୋଇଥିଲେ । ସେ ଜାନୁଆରୀ ୨୦୦୬ ମସିହାରୁ ମଇ ୨୦୦୯ ମସିହା ପର୍ଯ୍ୟନ୍ତ ୟୁପିଏ ଆଇ ସରକାରରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀ ଥିଲେ । ମଇ ୨୦୦୯ ଲୋକ ସଭା ନିର୍ବାଚନରେ ରେଣୁକା ଚୌଧୁରୀ ଖମ୍ମମରୁ ଟିଡିପିର ନାମ ନାଗେଶ୍ୱରା ରାଓଙ୍କୁ ୧,୨୪,୪୪୮ ଭୋଟରେ ହରାଇଥିଲେ ।[୭]
ଚୌଧୁରୀ କଂଗ୍ରେସର ମୁଖପାତ୍ର ହୋଇଥିଲେ ଏବଂ ୨୦୧୨ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।[୮]
ଆଧାର
ସମ୍ପାଦନା- ↑ "Members Bioprofile". Lok Sabha. Retrieved 26 May 2020.
- ↑ Sharanya (17 June 2022). "Congress Leader Renuka Chowdhury Booked by Police: What Went Down?". She the People. Retrieved 5 April 2023.
- ↑ Phadnis, Aditi (12 February 2018). "Renuka Chowdhury, 'Rajini of Rajya Sabha' unlikely to make a return". Business Standard. Business Standard. Business Standard Private Limited. Retrieved 26 May 2020.
- ↑ "Untitled - Rajya Sabha" (PDF). Rajya Sabha. Retrieved 26 May 2020.
- ↑ "Political Complexion of Rajya Sabha" (PDF). Rajya Sabha. Retrieved 26 May 2020.
- ↑ Ghosh, Barun (11 April 1999). "RENUKA RUSH TO OPEN MAMATA FLANK IN ANDHRA PRADESH". The Telegraph (Kolkata). ABP Group. Retrieved 26 May 2020.
- ↑ Election Commission of India, General Elections, 2009 (15th LOK SABHA)
- ↑ (25 March 2012) 55 elected unopposed to Rajya Sabha the Hindu, retrieved 30 March 2012