ରିପୁନାଥ ସେଠ

ଓଡ଼ିଆ ରାଜନୀତିଜ୍ଞ

ରିପୁନାଥ ସେଠ (୨୭ ଅକ୍ଟୋବର ୧୯୫୮ - ୨୮ ମାର୍ଚ୍ଚ ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରିପୁନାଥ ସେଠ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀକିଶୋରୀମଣି ସିଂହ
ପର ଅଧିକାରୀଅଶୋକ କୁମାର ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀବିଜେପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1958-10-27)୨୭ ଅକ୍ଟୋବର ୧୯୫୮
ମୃତ୍ୟୁ୨୭ ମାର୍ଚ୍ଚ ୨୦୨୨(2022-03-27) (ବୟସ ୬୩)
ବରପାଲି
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଯାଜ୍ଞସେନୀ ସେଠ
ବାପା/ବୋଉଖଗେଶ୍ୱର ସେଠ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ରିପୁନାଥ ସେଠ ୧୯୫୮ ମସିହାର ଅକ୍ଟୋବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଖଗେଶ୍ୱର ସେଠ ।[୧]

ରାଜନୈତିକ ଜୀବନ ସମ୍ପାଦନା

ରିପୁନାଥ ସେଠ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୯ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

୨୦୨୨ ମସିହା ମାର୍ଚ୍ଚ ୨୭ ତାରିଖ ଦିନ ବରପାଲିଠାରେ ରିପୁନାଥ ସେଠଙ୍କର ପରଲୋକ ଘଟିଥିଲା ।[୨] ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Ripunath Seth". odishaassembly.nic.in. Odisha Assembly. Retrieved 21 July 2021.
  2. PARIMITA, PRANGYAN (27 March 2022). "୬୭ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ". otvkhabar.in. odissa television. Archived from the original on 30 March 2022. Retrieved 28 March 2022.