ରାମ ଚରଣ ଅଗ୍ରୱାଲ
ରାମ ଚରଣ ଅଗ୍ରୱାଲ (୨ ଡିସେମ୍ବର ୧୯୧୭ – ୨୫ ଜୁଲାଇ ୧୯୭୭) ଜଣେ ଭାରତୀୟ ରାଜନେତା ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୧] ସେ ଦିଲ୍ଲୀର ଡେପୁଟି ମେୟର ଭାବରେ କାର୍ଯ୍ୟ କରିଥିଲେ ।[୨][୩]
ରାମ ଚରଣ ଅଗ୍ରୱାଲ | |
---|---|
ଡେପୁଟି ମେୟର: ଦିଲ୍ଲୀ | |
ନିର୍ବାଚନ ମଣ୍ଡଳୀ | ୧୯୫୮ – ୧୯୬୧ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନାଜିବାବାଦ, ଉତ୍ତର ପ୍ରଦେଶ | ୨ ଡିସେମ୍ବର ୧୯୧୭
ମୃତ୍ୟୁ | ୨୫ ଜୁଲାଇ ୧୯୭୭ | (ବୟସ ୫୯)
ନାଗରିକତା | ବ୍ରିଟିଶ ଭାରତ (୧୯୧୭ - ୧୯୪୭) ଭାରତ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ସନ୍ତାନ | ଜୟ ପ୍ରକାଶ ଅଗ୍ରୱାଲ (ପୁଅ) |
ବାପା/ବୋଉ | ରାମଚନ୍ଦ୍ର ମଲ (ବାପା) |
ବୃତ୍ତି | ରାଜନେତା |
ଜନ୍ମ ଓ ପରିବାର
ସମ୍ପାଦନାରାମ ଚରଣ ଅଗ୍ରୱାଲ ୧୯୧୭ ମସିହାର ଡିସେମ୍ବର ୨ ତାରିଖରେ ଉତ୍ତର ପ୍ରଦେଶସ୍ଥିତ ନାଜିବାବାଦଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ରାମଚନ୍ଦ୍ର ମଲ ଥିଲେ ଜଣେ ବ୍ୟବସାୟୀ ।[୪] ତାଙ୍କ ପୁଅ ଜୟ ପ୍ରକାଶ ଅଗ୍ରୱାଲ ଭାରତର ରାଜନୀତିରେ ସକ୍ରିୟ ଅଛନ୍ତି ।[୫]
ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ
ସମ୍ପାଦନାରାମ ଚରଣ ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ପ୍ରେରିତ ହୋଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯ ବର୍ଷ ବୟସରେ ସେ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର କୋଷାଧକ୍ଷ ଭାବରେ କାମ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ପାଇଁ ୧୯୩୯, ୧୯୪୨ ଓ ୧୯୪୫ ମସିହାରେ ଗିରଫ ହୋଇ କାରାବରଣ କରିଥିଲେ । ବ୍ୟକ୍ତିଗତ ସତ୍ୟାଗ୍ରହ ପାଇଁ ମହାତ୍ମା ଗାନ୍ଧୀଙ୍କଦ୍ୱାରା ଦିଲ୍ଲୀରୁ ବଛା ଯାଇଥିବା ୧୧ ଜଣ ସତ୍ୟାଗ୍ରହୀମାନଙ୍କ ମଧ୍ୟରୁ ସେ ଜଣେ ଥିଲେ ।
ରାଜନୈତିକ ଜୀବନ
ସମ୍ପାଦନାସ୍ୱାଧୀନତା ପରେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଭାବରେ ସେ ରାଜନୀତିରେ ସକ୍ରିୟ ଥିଲେ । ୧୯୫୧ ଓ ୧୯୫୪ ମସିହାର ଦିଲ୍ଲୀ ମୁସିଲିପାଲିଟି ନିର୍ବାଚନରେ ସେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇଥିଲେ । ୧୯୫୮ ମସିହାରେ ସେ ଦିଲ୍ଲୀ ମୁନିସିପାଲିଟିର ଡେପୁଟି ମେୟର ଭାବରେ କାମ କରିଥିଲେ ।
ସମ୍ମାନ
ସମ୍ପାଦନା- ୨୦୦୯ ମସିହାରେ, ଇଣ୍ଡିଆ ପୋଷ୍ଟ ତାଙ୍କ ଉପରେ ଷ୍ଟାମ୍ପ ଜାରି କରି ତାଙ୍କୁ ସମ୍ମାନିତ କରିଥିଲା ।[୬]
ଆଧାର
ସମ୍ପାଦନା- ↑ "स्वतंत्रता सेनानी लाला राम चरण अग्रवाल को उनके जन्मदिवस पर दी श्रद्धांजलि". Dainik Bhaskar.
- ↑ "Ramcharan Agrawal". iStampGallery.
- ↑ "दिल्ली के पहले उप महापौर व स्वतंत्रता सेनानी लाला रामचरण अग्रवाल को किया याद". Dainik Jagran (in ହିନ୍ଦୀ). Retrieved 2022-11-29.
- ↑ "Ramcharan Agarwal". Azadi Ka Amrit Mahotsav, Ministry of Culture, Government of India (in English). Archived from the original on 14 August 2023. Retrieved 14 August 2023.
{{cite web}}
: CS1 maint: unrecognized language (link) - ↑ "Aggarwal, Shri Jai Parkash". Delhi Legislative Assembly.
- ↑ "COMMEMORATIVE STAMPS" (PDF). India Post.