ରାମଲି ଇବ୍ରାହିମ

ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ

ରାମଲି ଇବ୍ରାହିମ (ଜନ୍ମ : ୨୦ ମଇ ୧୯୫୩) ମାଲେସିଆର ଜନ୍ମିତ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଅଟନ୍ତି । ସେ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଓ ତାଙ୍କରି ଧାରା ଅନୁସରଣ କରି, ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରନ୍ତି । ଓଡ଼ିଶୀ ବ୍ୟତିତ ସେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଭରତନାଟ୍ୟମରେ ମଧ୍ୟ ପ୍ରଶିକ୍ଷିତ । ଜଣେ ବାଲେଟ ନୃତ୍ୟଶିଳ୍ପୀ ଓ କୋରିଓଗ୍ରାଫର ଭାବରେ ମଧ୍ୟ ସେ ପରିଚିତ । ମାଲେସିଆରେ ଓଡ଼ିଶୀ ନୃତ୍ୟରେ ତାଙ୍କ ଅବଦାନ ପାଇଁ ୨୦୧୮ ମସିହାରେ ଭାରତ ସରକାର ତାଙ୍କୁ ଦେଶର ଚତୁର୍ଥ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ । ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ମଧ୍ୟ ପୁରସ୍କୃତ ହୋଇଥିଲେ । ଏହି ପୁରସ୍କାର ପାଇବାରେ ସେ ଥିଲେ ପ୍ରଥମ ମାଲେସୀୟ ନାଗରିକ ।[୧]

ରାମଲି ଇବ୍ରାହିମ
୨୦୦୬ ମସିହାରେ ରାମଲି ନୃତ୍ୟରତ
ଜନ୍ମ
ରାମଲି ବିନ ଇବ୍ରାହିମ

(1953-05-20) ୨୦ ମଇ ୧୯୫୩ (ବୟସ ୭୦)
ବୃତ୍ତିଓଡ଼ିଶୀ ନୃତ୍ୟଶିଳ୍ପୀ
ପୁରସ୍କାରପଦ୍ମଶ୍ରୀ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ରାମଲି ୧୯୫୩ ମସିହାରେ ମାଲେସିଆରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଏନରିକ ବିନ ହିଜ ମହମ୍ମଦ ଅମୀନ । ସେ ଜଣେ ଶିକ୍ଷକ ଥିଲେ । ମାତାଙ୍କ ନାମ ଥିଲା କମରିଆ । ସେ "ସଂଯୁକ୍ତ ମାଲେସୀୟ ଜାତୀୟ ଅନୁଷ୍ଠାନ" (ୟୁଏମଏନଓ)ର ମହିଳା ସଂଗଠନ "କୌମ ଇବୁ"ର ସଚିବ ଥିଲେ । ସେମାନେ ଏକ ଉଦାର ଚେତା ପରିବାର ଥିଲେ ।[୨] ୨୦୧୬ ମସିହାରେ ଏକ ସାକ୍ଷାତକାରରେ ରାମଲି, ନିଜକୁ ଜଣେ ଗାୟକ ଭାବରେ ମଧ୍ୟ ପରିଚିତ କରାଇଥିଲେ ।[୩]

ନର୍ତ୍ତକ ଜୀବନ ସମ୍ପାଦନା

ରାମଲି ପିଲାଦିନୁ ବାଲେଟ ନୃତ୍ୟ ଶିକ୍ଷା କରିଥିଲେ ୧୯୭୦ ମସିହାରେ ଅଷ୍ଟ୍ରେଲିଆରେ ଇଞ୍ଜିନିୟରିଂ ପଢୁଥିବା ବେଳେ, ସେଠାକାର "ସିଡନୀ ଡାନ୍ସ କମ୍ପାନୀ" ମାଧ୍ୟମରେ ବାଲେଟ ନୃତ୍ୟ ପରିବେଷଣ କରୁଥିଲେ । ଅଷ୍ଟ୍ରେଲିଆରେ ଥିବା ସମୟରେ ସେ ଭରତନାଟ୍ୟମ ନୃତ୍ୟ ବିଷୟରେ ଜାଣିବାକୁ ପାଇଥିଲେ ଓ ଗୁରୁ ଆଦ୍ୟାର କେ ଲକ୍ଷ୍ମଣଙ୍କଠାରୁ ସେ ଭରତନାଟ୍ୟମ ନୃତ୍ୟ ଶିକ୍ଷାରମ୍ଭ କରିଥିଲେ । କ୍ରମେ ସେ ଓଡ଼ିଶୀ ନୃତ୍ୟ ବିଷୟରେ ଜାଣିଲେ ଓ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ଶିକ୍ଷା ଲାଭ କରିଥିଲେ । ମାଲେସିଆରେ ଓଡ଼ିଶୀ ନୃତ୍ୟକୁ ପ୍ରଚଳିତ ଓ ଲୋକପ୍ରିୟ କରିବାରେ ରାମଲିଙ୍କର ମୁଖ୍ୟ ଭୂମିକା ରହିଛି । ୧୯୮୩ ମସିହାରେ ସେ କୁଆଲାଲୁମ୍ପୁରଠାରେ "ସୂତ୍ର ଡାନ୍ସ ଥିଏଟର" ପ୍ରତିଷ୍ଠା କରିଥିଲେ । ଏହି ଅନୁଷ୍ଠାନ ମାଧ୍ୟମରେ ସେ ଦେବ ପ୍ରସାଦ ଦାସଙ୍କ ନୃତ୍ୟ ଶୈଳୀରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରନ୍ତି । ଏହି ଅନୁଷ୍ଠାନରେ ସେ ଅନେକ ମାଲେସୀୟ ନୃତ୍ୟଶିଳ୍ପୀ ଗଢିଛନ୍ତି । ସୂତ୍ର ଡାନ୍ସ ଥିଏଟର ସଂସ୍ଥା ମାଧ୍ୟମରେ ସେ ବହୁ ଆନ୍ତର୍ଜାତୀୟ ଓଡ଼ିଶୀ ମହୋତ୍ସବର ମଧ୍ୟ ଆୟୋଜନ କରିଛନ୍ତି । ସେଥିମଧ୍ୟରୁ ୨୦୦୮ର ଷ୍ଟିଂ ଓଡ଼ିଶୀ ୨୦୦୮ ଅନ୍ୟତମ ଥିଲା । ଏହି ଅନୁଷ୍ଠାନରେ ସେ ମାଲେସୀୟ ପରମ୍ପରା ନାମରେ ସେ ନିଜର ଏକ ନୃତ୍ୟ ଧାରା ଆରମ୍ଭ କରିଛନ୍ତି । ଭାରତ ସମେତେ ବିଶ୍ୱର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ କର୍ମଶାଳାମାନଙ୍କରେ ସେ ଭାଗ ନେଇଛନ୍ତି । ସେ ନିଜର ନୃତ୍ୟ ପରିବେଷଣର ଅନେକ ଡିଭିଡି ଭିଡିଓ ପ୍ରସ୍ତୁତ କରିଛନ୍ତି । ତାଙ୍କୁ ଉତ୍ସର୍ଗୀକୃତ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ର ରାମଲି: ହାର୍ଟ ଅଫ ସୂତ୍ର ମଧ୍ୟ ପ୍ରସ୍ତୁତ କରାଯାଇଛି । ଓଡ଼ିଶୀ ନୃତ୍ୟକୁ ନେଇ ସେ କରିଥିବା ବିଭିନ୍ନ ପ୍ରୟୋଗ ପାଇଁ ତାଙ୍କୁ ସମାଲୋଚନା ମଧ୍ୟ କରାଯାଇଛି ।[୪]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଫୁଲବ୍ରାଇଟ ବିଶିଷ୍ଟ କଳାକାର ସମ୍ମାନ - ୧୯୯୯
  • ଅଙ୍ଗରାଗ ଜୀବନବ୍ୟାପୀ ସାଧନା ସମ୍ମାନ - ୨୦୦୬
  • ପୁରୁଷ ସମ୍ମାନ - ୨୦୦୯
  • ରାମ ଗୋପାଳ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ସମ୍ମାନ - ୨୦୧୧
  • ବିଶିଷ୍ଟ ଆନ୍ତ୍ରଜାତୀୟ କଳାକାର ସମ୍ମାନ - ୨୦୧୧ ( ପଶ୍ଚିମ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ )[୫]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୨୦୧୧ ( ଓଡ଼ିଶୀ ନୃତ୍ୟରେ ଶ୍ରେଷ୍ଟତ୍ୱ ନିମନ୍ତେ )
  • ପଦ୍ମଶ୍ରୀ - ୨୦୧୮ ( ଓଡ଼ିଶୀ ନୃତ୍ୟରେ ଶ୍ରେଷ୍ଟତ୍ୱ ନିମନ୍ତେ )
  • ଦାତୁକ ସମ୍ମାନ ( ମାଲେସିଆରେ ପ୍ରଦତ୍ତ)[୬]

ଆଧାର ସମ୍ପାଦନା

  1. "Ramli Ibrahim receives India's prominent award". www.malaysiakini.com. malaysiakini.com. Archived from the original on 9 November 2020. Retrieved 9 November 2020.
  2. "Ramli Ibrahim: A Malaysian steeped in Indian classical dances. Read more at: www.newsgram.com/ramli-ibrahim-malaysian-steeped-in-ndian-classical-dances/". www.newsgram.com. Newsgram. Archived from the original on 9 November 2020. Retrieved 9 November 2020.
  3. Kothari, Sunil (2016-04-22). "The sutra of harmony". The Hindu (in Indian English). ISSN 0971-751X. Retrieved 2020-03-02.
  4. "'One has to know the rules before breaking them' Read more at: punemirror.indiatimes.com/others/sunday-read/one-has-to-know-the-rules-before-breaking-them/articleshow/67921945.cms?utm_source=contentofinterest&utm_medium=text&utm_campaign=cppst". punemirror.indiatimes.com. Indiatimes.com. Archived from the original on 9 November 2020. Retrieved 9 November 2020.
  5. "Ramli Ibrahim". sangeetnatak.gov.in. Culture Dept, Govt of India. Archived from the original on 9 November 2020. Retrieved 9 November 2020.
  6. Sunil Kothari. "Days of dancing Read more at: www.deccanherald.com/sunday-herald/sunday-herald-art-culture/days-dancing-688114.html". www.deccanherald.com. deccan herald. Archived from the original on 9 November 2020. Retrieved 9 November 2020.