ରାମଚନ୍ଦ୍ର ଖୁଣ୍ଟିଆ

ଓଡ଼ିଆ ରାଜନୀତିଜ୍ଞ

ରାମଚନ୍ଦ୍ର ଖୁଣ୍ଟିଆ (ଜନ୍ମ: ୧୦ ଫେବୃଆରୀ ୧୯୫୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରାମଚନ୍ଦ୍ର ଖୁଣ୍ଟିଆ
ଦିଲ୍ଲୀରେ ଏକ ସଭାରେ ରାମଚନ୍ଦ୍ର ଖୁଣ୍ଟିଆ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା (ଉପ)
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀଅଶୋକ କୁମାର ଦାସ
ପର ଅଧିକାରୀଅଶୋକ କୁମାର ଦାସ
ନିର୍ବାଚନ ମଣ୍ଡଳୀକୋରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1954-02-10)ଫେବୃଆରୀ ୧୦, ୧୯୫୪
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀହେମଲତା ଖୁଣ୍ଟିଆ
ବାପା/ବୋଉକାହ୍ନୁ ଚରଣ ଖୁଣ୍ଟିଆ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ରାମଚନ୍ଦ୍ର ଖୁଣ୍ଟିଆ ୧୯୫୪ ମସିହାର ଫେବୃଆରୀ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ କାହ୍ନୁ ଚରଣ ଖୁଣ୍ଟିଆ ଏବଂ ପତ୍ନୀଙ୍କ ନାମ ହେମଲତା ଖୁଣ୍ଟିଆ ।[୧] ରାମଚନ୍ଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ରାମଚନ୍ଦ୍ର ଖୁଣ୍ଟିଆ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Rama Chandra Khuntia". odishaassembly.nic.in. Odisha Assembly. Retrieved 14 November 2019.