ରାଘବ ଦାସ ମଠ
ହିନ୍ଦୁ ମଠ
ପୁରୁଷତ୍ତମ କ୍ଷେତ୍ର ବା ପୁରୀରେ ଏକଦା ୭୫୨ଟି ମଠ ଥିଲା ବୋଲି ପ୍ରବାଦ ରହିଥିଲେ ବି ବର୍ତ୍ତମାନ ଅଧିକାଂଶ ମଠର ଅସ୍ତିତ୍ୱ ନାହିଁ । ଏହି ମଠମାନଙ୍କ ମଧରେ କେତୋଟି ମଠ ସହିତ ଜଗନ୍ନାଥଙ୍କର ଦୈନନ୍ଦିନ ନୀତି ଓ ଯ।ନିଯ।ତ୍ର। ସହ ରହିଛି ନିବିଡ ସମ୍ପର୍କା ସେଥରୁ ରାଘବ ଦାସ ମଠ ଅନ୍ୟତମ ।
ଏହି ମଠ ରାଘବ ଦାସଙ୍କ ନାମରେ ନାମିତ ।[୧] ଏହି ମଠର ମହନ୍ତ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣମୀ ଦିନ ଶାଢ଼ୀ ବନ୍ଧାଇବା ବିଧି ରହିଛି।
ମଠର ମହତ୍ତ୍ୱ
ସମ୍ପାଦନା- ମହ।ପ୍ରଭୁଙ୍କ ନିକଟରେ ଚାମର ସେବା କରିବା (କିନ୍ତୁ ବର୍ତ୍ତମାନ ଏହି ସେବା ବନ୍ଦ ଅଛି) ।[୧]
- ଏହି ମଠରୁ ପ୍ରତିଦିନ ଜଗନ୍ନାଥ ମନ୍ଦିରକୁ ବଲ୍ଲଭ ଭୋଗ ଯୋଗାଇ ଦିଆଯାଏ ।
- ସ୍ନାନ ପୂର୍ଣ୍ଣମୀ ଦିନ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବାଡ ପାଇଁ ହାତୀ ବେଶର ଉପକରଣ ବା ବେଶ ଦ୍ରବ୍ୟ ଯୋଗାଇବା ।
- ଜଗନ୍ନାଥ ମନ୍ଦିରର ମଣି ବିମାନ ମଣ୍ଡଣି ଓ ମରାମତିର ଦାୟିତ୍ୱ ବି ମଠର ।
- ଚନ୍ଦନ ଯାତ୍ରା ସମୟରେ ଚନ୍ଦନ ଚକଡ଼ାରେ ସର୍ବାଙ୍ଗ ନୀତି ।
- ରଥଯାତ୍ରା ବେଳେ ଭିତର ଚାର ବନ୍ଧା ହେବା ପାଇଁ ୧୪ ଖଣ୍ଡ ଚାରପଟ। ଯୋଗାଇବା ଏମଠର ଦାୟିତ୍ୱ ।
- ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନିଳାଦ୍ରୀ ବିଜେ ଠାକୁରଙ୍କ ପହଣ୍ଡି ବିଜେ ପାଇଁ ଟାହିଆ ଯୋଗାଇବା ।
- ଖଳିଲାଗି ଏକାଦଶୀ ଦିନ ସର୍ବାଙ୍ଗ ନୀତି ପାଇଁ ସାଢେ ସାତ ସେର ଚନ୍ଦନ କାଠ ଯୋଗାଇବା ।
- ପହଣ୍ଡି ବିଜେ ପାଇଁ ତିନିଟି ତୁଳି ଦେବା।
- ବାହୁଡ଼ା ଯାତ୍ରା ପରେ ରଥ ଉପରେ ଅଧରପଣା ଭୋଗ କରାଇବା ।
- ମକର ସଂକ୍ରାନ୍ତି ପୂର୍ବ ଦିନ ନବାଙ୍କ ବେଢା ପାଇଁ ଏହି ମଠ ଫୁଲମାଳ (ଜଗନ୍ନାଥଙ୍କ ପାଇଁ ୬୪ ହ।ତ, ବଳଭବ୍ରଙ୍କ ପାଇଁ ୫୬ ହାତ ଓ ସୁଭଦ୍ରାଙ୍କ ପାଇଁ ୪୮ ହାତର ଗେଣ୍ଡୁଫୁଲ ମାଳ)ଯୋଗାଇଥାଏ ।
- ଜ୍ୟେଷ୍ଠ ଏକାଦଶୀ, ଅକ୍ଷୟ ତୃତୀୟା ଓ ରୁକ୍ମିଣୀ ହରଣ ନୀତିମାନଙ୍କରେ ଶୀତଳ ଭୋଗ ଯୋଗାଇବା ।
- କାର୍ତ୍ତିକ ମାସରେ 'ବାଳଧୂପ' ଯୋଗାଇବା ।
- ଜଗନ୍ନାଥ ମନ୍ଦିରରୁ ବିଜେ ପ୍ରତିମାମ।ନଙ୍କଇ ବିଜେ ଦିନମାନଙ୍କରେ ଯଥା-କାଳୀୟ ଦଳନ, ରାଧାଷ୍ଟମୀ, ରାମାଭିଷେକ, ଗୁଣ୍ଡିଚା ଘରେ ପଂକ୍ତି ଭୋଗ କରାଇବା ।
- ଅଣସର ସମୟରେ ଅଣସର ପିଣ୍ଡିରେ ଚକଟ। ଭୋଗ କରାଇବା ।
- ଜଗନ୍ନାଥ ମନ୍ଦିର ରୋଷଘରେ ଏହି ମଠର ଚୁଲା ରହିଛି ।
- ଜଗନ୍ନାଥଙ୍କ ବିଜେ ପ୍ରତିମା 'ମଦନମୋହନ' ପ୍ରାୟ -- ଶହ ବର୍ଷ ପୂର୍ବେ ଏହି ମଠ ତରଫରୁ ପ୍ରଦ।ନ କରାଯାଇଥଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "ରାଘବ ଦାସ ମଠ". ପ୍ରମେୟ. ୩ ଜୁନ୍ ୨୦୧୫. Retrieved ୫ ଜୁଲାଇ ୨୦୧୫.
{{cite news}}
: Check date values in:|accessdate=
and|date=
(help)[permanent dead link]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |