ରାଇନୋଫାଇମା

ଏକ ପ୍ରକାର ରୋଗ ଯେଉଁଥିରେ ମଣିଷର ନାକ ଗୋଲାକାର ଓ ବଡ଼ ହୋଇଯାଏ । ନାକ ଉପରେ ଛୋଟ ଛୋଟ ଫୁଲା ଓ ଗାତ ଦେଖାଯାଏ, ଚର୍ମ ଲ

ରାଇନୋଫାଇମା ହେଉଛି ଏକ ପ୍ରକାର ରୋଗ ଯେଉଁଥିରେ ମଣିଷର ନାକ ଗୋଲାକାର ଓ ବଡ଼ ହୋଇଯାଏ ।[୧] [୨] ନାକ ଉପରେ ଛୋଟ ଛୋଟ ଫୁଲା ଓ ଗାତ ଦେଖାଯାଏ, ଚର୍ମ ଲାଲ ହୋଇପାରେ, ରକ୍ତନଳୀ ଦୃଶ୍ୟମାନ ହୋଇପାରେ ।[୧] ଏହାଦ୍ୱାରା ମାନସିକ ଚାପ ସୃଷ୍ଟି ହୁଏ ଏବଂ ନାକରୁ ନିଶ୍ୱାସ ନେବାରେ ଅସୁବିଧା ହୋଇପାରେ ।[୩] ନାକ ବ୍ୟତୀତ ଥୋଡ଼ି, କାନ, ଆଖିପତା ଏବଂ କପାଳ ମଧ୍ୟ ସମାନ ଭାବରେ ପ୍ରଭାବିତ ହୋଇପାରେ ।[୧]

Rhinophyma
ବିଭାଗDermatology, ENT surgery
ଲକ୍ଷଣEnlarged and bulbous nose[୧][୨]
ଆକ୍ରାନ୍ତ ସମୟOlder males[୩]
କାରଣUnclear[୧]
ବିପଦ କାରକRosacea[୧]
ରୋଗ ନିର୍ଣ୍ଣୟ ପଦ୍ଧତିExamination[୩]
ସଠିକ ରୋଗ ନିର୍ଣ୍ଣୟBasal cell cancer, sarcoidosis, lymphoma, leishmaniasis[୩]
ଔଷଧMetronidazole, azelaic acid, tetracycline antibiotics, isotretinoin[୧]
ଚିକିତ୍ସାMedications, procedures[୧]
ପୁନଃପୌନିକ0.1%[୪]

ଏହି ରୋଗର କାରଣ ସ୍ପଷ୍ଟ ହୋଇନାହିଁ ।[୧] ସାଧାରଣତଃ ଏହା ରୋଜେସିଆ ରୋଗର ଜଟିଳତା ଭାବରେ ଘଟିଥାଏ, ଯଦିଓ ବ୍ରଣ ପରେ ମଧ୍ୟ ହୋଇପାରେ ।[୩] [୧] ଏହା ଭୁଲ୍ ବଶତ ମଦ୍ୟପାନ ସହିତ ଲିଙ୍କ୍ ହୋଇଛି ।[୨] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ସେବାସେଅସ ଗ୍ରନ୍ଥି ଏବଂ ସଂଯୋଜକ ତନ୍ତୁ ବୃଦ୍ଧି ସହିତ ଜଡିତ ।[୩] ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ।[୩]

ଏହାର ଚିକିତ୍ସାରେ ମେଟ୍ରୋନିଡାଜୋଲ କିମ୍ବା ଆଜେଲାଇକ୍ ଏସିଡ୍ ପରି କ୍ରିମ୍ ବ୍ୟବ‌ହାର କରାହୋଇପାରେ; ଟେଟ୍ରାସାଇକ୍ଲିନ୍ ଆଣ୍ଟିବାୟୋଟିକ୍ କିମ୍ବା ପାଟିରେ ଆଇସୋଟ୍ରେଟିନୋଏନ୍ ଦିଆଯାଇପାରେ ।[୧] କ୍ରାୟୋଥେରାପି, ଡର୍ମାବ୍ରେସନ୍, ଏବଂ ଲେଜର ଥେରାପି ଭଳି ଅନେକ ପଦ୍ଧତି ବ୍ୟବହାର କରାଯାଇପାରେ ।[୧] ଏହି ପ୍ରଣାଳୀଗୁଡ଼ିକ ସାହାଯ୍ୟରେ ଅତି କମରେ ସ୍ୱଳ୍ପ ମିଆଦି ଉପକାର ମିଳିଥାଏ ।[୩] ରାଇନୋଫାଇମା ମଧ୍ୟରେ ବାସାଲ୍ କୋଷ କର୍କଟ ହୋଇପାରେ। [୧]

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହି ରୋଗରେ ପ୍ରାୟ ୦.୧% ଲୋକ ପ୍ରଭାବିତ ହୋଇଛନ୍ତି ।[୪] ୫୦ ବର୍ଷରୁ ଅଧିକ ଧଳା ପୁରୁଷଙ୍କଠାରେ (ଗୋରା ଲୋକ) ଏହି ଅବସ୍ଥା ଅଧିକ ଦେଖାଯାଏ [୩] ଏସିଆ ଲୋକ ଏବଂ ଆଫ୍ରିକୀୟମାନଙ୍କଠାରେ ଏହା ଏକ ଅଭାବନୀୟ ଘଟଣା। [୩] ୧୪୦୦ ମସିହା ପରଠାରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇଛି ।[୩] ଏହାକୁ ହୁଇସ୍କି ନାକ, ଜିନ ବ୍ଲୋସୋମ ଓ ଆଳୁ ନାକ ମଧ୍ୟ କୁହାଯାଏ ।[୩] ବାରମ୍ବାର ଏହି ଅବସ୍ଥା କଳଙ୍କ ସହିତ ଜଡିତ ଥାଏ ।[୩]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Rhinophyma". dermnetnz.org. DermNet NZ. Archived from the original on 26 May 2021. Retrieved 10 June 2021.
  2. ୨.୦ ୨.୧ ୨.୨ Cohen AF, Tiemstra JD (2002). "Diagnosis and treatment of rosacea". J Am Board Fam Pract. 15 (3): 214–7. PMID 12038728. Archived from the original on 2019-12-15. Retrieved 2021-05-21.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ Dick, Mary K.; Patel, Bhupendra C. (2020), "Rhinophyma", StatPearls, Treasure Island (FL): StatPearls Publishing, PMID 31335093, archived from the original on 2021-05-20, retrieved 2020-12-24
  4. ୪.୦ ୪.୧ Rook's textbook of dermatology (Ninth ed.). Chichester, West Sussex: Wiley. 2016. p. 91-3. ISBN 9781118441176.