ରସଗୋଲା ଦିବସ
ରସଗୋଲା ଦିବସ ରସଗୋଲାର ପରିଚିତି ବିଶ୍ୱବ୍ୟାପୀ ଅଧିକ ଜଣାଇବା ପାଇଁ ପାଳିତ ଏକ ସାମାଜିକ ଦିବସ । ୨୦୧୫ ଜୁଲାଇ ୪ ତାରିଖରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପ୍ରଥମେ ସୋସିଆଲ ମିଡ଼ିଆରେ ପ୍ରଚାରରୁ ଆରମ୍ଭ ହୋଇଥିଲା ଓ ପରେ ସମ୍ବାଦ ଖବରକାଗଜ ଓ ରେଡ଼ିଓ ଚକୋଲେଟ ପାହାଳର "କେଳୁ ବେହେରା ମିଠା ବ୍ୟବସାୟୀ ମହାସଂଘ" ସହ ମିଶି ଏହାକୁ ଓଡ଼ିଶାରେ ଜନପ୍ରିୟ କରାଇଥିଲେ ।[୧] ଭୁବନେଶ୍ୱରରେ ପାଳିତ ଏହି ଉତ୍ସବରେ ୧୦ରୁ ଅଧିକ ରସଗୋଲା ଦୋକାନରୁ ପାଳଙ୍ଗ, ପୋଦିନା, ଅମୃତଭଣ୍ଡା ଆଦି ନାନାଦି ଉପାଦାନ ଥାଇ ରସଗୋଲା ପରିବେଷଣ କରିଥିଲେ ।[୨] ରସଗୋଲା ଓଡ଼ିଶାର ପୁରୀ ସହରରୁ କ୍ଷୀରମୋହନ ଭାବେ ଜନ୍ମିଥିବାର ଜଣାଯାଏ । ନଥିକରଣର ଅଭାବ ହେତୁ ସଠିକ ମସିହା ଲିପିବଦ୍ଧ ହୋଇପାରିନଥିଲା । ତେବେ ପୁରୀରୁ ଆରମ୍ଭ ହୋଇ ପରେ ଏହା କଟକର ସାଲେପୁର ଓ ଭୁବନେଶ୍ୱରର ପାହାଳଠାରେ ପୁରୁଷ ପୁରୁଷ ଧରି ପରମ୍ପରାଗତ ବେଉସାରେ ପରିଣତ ହୋଇଥିଲା । ଜଗନ୍ନାଥ ମନ୍ଦିରଙ୍କ ରୋଷଘରେ ତିଆରି ହେଉଥିବା କ୍ଷୀରମୋହନ (ରସଗୋଲା) ପରେ ପଶ୍ଚିମ ବଙ୍ଗର ନବୀନ ଚନ୍ଦ୍ର ଦାସଙ୍କ ଦେଇ ପରିବର୍ତ୍ତିତ ହୋଇଥିଲା ।[୩] ପ୍ରଥମ ରସଗୋଲା ଦିବସ ପାଳନ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦେଇ ପୁରୀ ବେଳାଭୂମିରେ ଏକ "ରସଗୋଲା ଦିବସ" ଲେଖାଥିବା ବାଲୁକାକଳା ନିର୍ମାଣ ହୋଇଥିଲା ।[୪]
ରସଗୋଲା ଦିବସ | |
---|---|
ନାମ | ରସଗୋଲା ଦିବସ |
ପାଳନକାରୀ | ମିଷ୍ଟାନ୍ନ ପ୍ରେମୀ |
ପର୍ବ ପାଳନ | ରସଗୋଲା ପୂଜା ପରେ ବଣ୍ଟନ |
ତାରିଖ | ନିଳାଦ୍ରୀ ବିଜେ ଦିନ(୨୦୧୫ମସିହା ପାଇଁ ୩୦ ଜୁଲାଇ) |
ପୁନଃପୌନିକତା | ବାର୍ଷିକ |
ସମ୍ପର୍କିତ | ଓଡ଼ିଶା,ଓଡ଼ିଆ |
ରସଗୋଲାର ଇତିହାସ
ସମ୍ପାଦନାଜଗନ୍ନାଥ ମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି ।[୫] ତେବେ ଏହା କେବେ ଆରମ୍ଭ ହେଲା ତାହା ବାବାଦରେ କୌଣସି ସଠିକ ପ୍ରମାଣ ଲିପିବଦ୍ଧ ନାହିଁ । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ରସଗୋଲା ଖୋଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା ।[୩] ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ କେଳୁ ଚରଣ ବେହେରା ପାହାଳଠାରେ ରସଗୋଲା ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଥିଲେ ।[୬]
କିମ୍ବଦନ୍ତୀ
ସମ୍ପାଦନାରଥଯାତ୍ରା ସମୟରେ ଭାଇ ଭଉଣୀଙ୍କୁ ଜଗନ୍ନାଥ ସାଥିରେ ଧରି ଫେରିବା ବେଳକୁ ଲକ୍ଷ୍ମୀ କ୍ରୋଧିତ ଥାଆନ୍ତି । ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ନିଜ ହାତରେ ରସଗୋଲା ତିଆରି କରି ତାଙ୍କୁ ଖୁଆଇ ଦେବାର ବିଧି ରହିଛି ।[୩]
ପାଳନ
ସମ୍ପାଦନା୨୦୧୫ ମସିହା ଜୁଲାଇ ୩୦ ତାରିଖରେ ନିଳାଦ୍ରୀ ବିଜେ ଅବସରରେ କେଳୁ ବେହେରା ମିଠା ବ୍ୟବସାୟୀ ସଙ୍ଘ ତରଫରୁ ପ୍ରଥମ କରି ଏହି ଦିବସ ପାଳନର ଯୋଜନା ନିଆଯାଇଥିଲା । ଏଥିପାଇଁ ସମ୍ବାଦ (ଖବରକାଗଜ), ରେଡ଼ିଓ ଚକୋଲେଟ ଆଦି ଅନୁଷ୍ଠାନ ଏହାର ପ୍ରଚାରପ୍ରସାର ଦାୟିତ୍ୱ ନେଇଥିଲେ ।[୭]
ଆଧାର
ସମ୍ପାଦନା- ↑ ପ୍ରଧାନ, ରଞ୍ଜନ (୩୦ ଜୁଲାଇ ୨୦୧୫). "ରସଗୋଲା ଦିବସ" (PDF). ସମ୍ବାଦ. Retrieved 30 July 2015.
{{cite news}}
: Check date values in:|date=
(help)[permanent dead link] - ↑ "ରସାଇଲା ରସଗୋଲା" (PDF). ସମ୍ବାଦ. ୩୧ ଜୁଲାଇ ୨୦୧୫. Retrieved 31 July 2015.
{{cite news}}
: Check date values in:|date=
(help)[permanent dead link] - ↑ ୩.୦ ୩.୧ ୩.୨ ପାଣିଗ୍ରାହୀ, ଶୁଭାଶିଷ (୩୦ ଜୁଲାଇ ୨୦୧୫). "ରସଗୋଲାର ଅନ୍ତୁଡ଼ିଶାଳ ଓଡ଼ିଶା". ସମାଜ. Archived from the original on 10 March 2016. Retrieved 30 July 2015.
{{cite news}}
: Check date values in:|date=
(help) - ↑ "ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ରସଗୋଲା ଦିବସ ଉପଲକ୍ଷେ ବାଲୁକା କଳା". ସମ୍ବାଦ. Archived from the original on 4 March 2016. Retrieved 31 July 2015.
- ↑ Dutta, Ganesh. "Rasgulla: National Sweet of India". ifood.tv. Archived from the original on 22 October 2014. Retrieved 30 July 2015.
- ↑ ସମ୍ବାଦ ୨୨/୦୧/୨୦୧୫ ପୃଷ୍ଠା ୧୫
- ↑ "ରସଗୋଲା ଦିବସ ଉପଲକ୍ଷେ ପାହାଳରେ ଉଦ୍ଘାଟନୀ ସଭା ଆଜି". ସମ୍ବାଦ. Retrieved 30 July 2015.[permanent dead link]