ରବିନ୍ଦ୍ର କୁମାର ମଲ୍ଲିକ

ଓଡ଼ିଆ ରାଜନୀତିଜ୍ଞ

ରବିନ୍ଦ୍ର କୁମାର ମଲ୍ଲିକ (ଜନ୍ମ: ୨୮ ଫେବୃଆରୀ ୧୯୫୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରବିନ୍ଦ୍ର କୁମାର ମଲ୍ଲିକ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ନିର୍ବାଚନ ମଣ୍ଡଳୀଗୋବିନ୍ଦପୁର
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ନିର୍ବାଚନ ମଣ୍ଡଳୀଗୋବିନ୍ଦପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1953-02-28) ୨୮ ଫେବୃଆରୀ ୧୯୫୩ (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରେଣୁବାଳା ମଲ୍ଲିକ
ବାପା/ବୋଉଦୁର୍ଯ୍ୟୋଧନ ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ରବିନ୍ଦ୍ର କୁମାର ମଲ୍ଲିକ ୧୯୫୩ ମସିହାର ଫେବୃଆରୀ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୁର୍ଯ୍ୟୋଧନ ମଲ୍ଲିକ ଓ ପତ୍ନୀଙ୍କ ନାମ ରେଣୁବାଳା ମଲ୍ଲିକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ରବିନ୍ଦ୍ର କୁମାର ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Rabindra Kumar Mallick". odishaassembly.nic.in. Odisha Assembly. Retrieved 5 August 2022.