ପଞ୍ଚାନନ ନାୟକ

ଓଡ଼ିଆ ଗୀତିକାର

ପଞ୍ଚାନନ ନାୟକ (ଜନ୍ମ: ୭ ଫେବୃଆରୀ ୧୯୭୨) ଜଣେ ଓଡ଼ିଆ ଗୀତିକାର ।[୧][୨] ସେ ଓଡ଼ିଆ କଥାଚିତ୍ର, ଆଧୁନିକ ଆଲବମ୍ ଆଦିରେ ଅନେକ ଗୀତ ରଚନା କରିଛନ୍ତି ।[୩] ପଞ୍ଚାନନ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ରଚନା କରିବା ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଲବମ ଜଗତରେ ଗୀତ ଲେଖି ଜଣେ ଗୀତିକାର ଭାବରେ ପ୍ରବେଶ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ କାମ ଆରମ୍ଭ କରିଥିଲେ ।

ପଞ୍ଚାନନ ନାୟକ
Panchanan Nayak Odia Lyricist.jpg
ଭଦ୍ରକରେ ଆୟୋଜିତ ସାଳନ୍ଦୀ ପୁସ୍ତକ ମେଳାରେ ଓଡ଼ିଆ ଗୀତିକାର ପଞ୍ଚାନନ ନାୟକ
ଜନ୍ମ ଓ ଜନ୍ମସ୍ଥାନ
ପଞ୍ଚାନନ ନାୟକ

(1972-02-07) ୭ ଫେବୃଆରୀ ୧୯୭୨ (ବୟସ ୫୧)
ଜୀବିକାଗୀତିକାର
କାର୍ଯ୍ୟକାଳ୨୦୦୫-ଏବେଯାଏଁ
ଦସ୍ତଖତ
Signature of Panchanan Nayak.png

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ପଞ୍ଚାନନ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକରେ ଜନ୍ମଗ୍ରହଣ କରିଥିଲେ ।[୨]

ଗୀତ ରଚନାସମ୍ପାଦନ କରନ୍ତୁ

ପଞ୍ଚାନନ ନାୟକ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍ ଗୀତରେ ଗୀତ ରଚନା କରିଥିଲେ ।

ପରର୍ବତ୍ତୀ ସମୟରେ ସେ ଟୋପାଏ ସିନ୍ଦୂର ଦି ଟୋପା ଲୁହ, ମୁନ୍ନା: ଏ ଲୋଭ୍ ଷ୍ଟୋରୀ, ବନ୍ଦେ ଉତ୍କଳ ଜନନୀ, ପ‌ହିଲି ରଜ, ଆସିବୁ କେବେ ତୁ ସାଜି ମୋ ରାଣୀ, ଚୋରି ଚୋରି ମନ ଚୋରି, ଏମିତି ବି ପ୍ରେମ ହୁଏ, ରାଜୁ ଆୱାରା, ସପନର ନାୟିକା ଆଦି କଥାଚିତ୍ରରେ ଗୀତ ରଚନା କରିଥିଲେ ।

କଥାଚିତ୍ରରେ ଗୀତ ରଚନାସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର
୨୦୦୫ ତତେ ମୋ ରାଣ
ଟୋପାଏ ସିନ୍ଦୂର ଦି ଟୋପା ଲୁହ
ମୁନ୍ନା: ଏ ଲୋଭ୍ ଷ୍ଟୋରୀ
୨୦୦୮ ବନ୍ଦେ ଉତ୍କଳ ଜନନୀ
ପ‌ହିଲି ରଜ
୨୦୧୦ ଆସିବୁ କେବେ ତୁ ସାଜି ମୋ ରାଣୀ
ଚୋରି ଚୋରି ମନ ଚୋରି
୨୦୧୧ ଏମିତି ବି ପ୍ରେମ ହୁଏ
୨୦୧୨ ରାଜୁ ଆୱାରା
ଏମିତି ବି ପ୍ରେମ ହୁଏ
୨୦୧୩ ସପନର ନାୟିକା
୨୦୧୪ ଖାସ୍ ତୁମରି ପାଇଁ

ଆଧାରସମ୍ପାଦନ କରନ୍ତୁ

  1. "Film to lift a page from history - Ranjan Mishra's Jai Hind to recreate massacre at Bhadrak's Eram". /www.telegraphindia.com. The Telegraph. Retrieved 10 May 2019.{{cite web}}: CS1 maint: url-status (link)
  2. ୨.୦ ୨.୧ "ଗୀତିକାର ପଞ୍ଚାନନ ନାୟକଙ୍କ ସହ ଆଳାପ".
  3. "ବ୍ୟକ୍ତିତ୍ୱ". No. ନିତିଦିନ ୧୦/୦୫/୨୦୧୯ ପୃଷ୍ଠା ୯. ନିତିଦିନ. Archived from the original on 19 July 2020. Retrieved 10 May 2019.

ବାହାର ଆଧାରସମ୍ପାଦନ କରନ୍ତୁ