ରଘୁନାଥ ମହାନ୍ତି

ଭାରତୀୟ ସ୍ୱାଧିନତା ସଂଗ୍ରାମୀ

ରଘୁନାଥ ମହାନ୍ତି ଜଣେ ଓଡ଼ିଶା-ଜନ୍ମିତ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ମୁଖ୍ୟତଃ ରଣପୁର ବିଦ୍ରୋହ[୧] ତଥା ଗଡ଼ଜାତ ବିଦ୍ରୋହରେ ପ୍ରମୁଖ ନେତୃତ୍ୱ ନେଇଥିଲେ । ୧୯୪୦ ମସିହାରେ ଇଂରେଜମାନେ ତାଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ ।

ଶହୀଦ

ରଘୁନାଥ ମହାନ୍ତି
Born(1910-07-18)୧୮ ଜୁଲାଇ ୧୯୧୦
ବାଦଭୂଇଁ, ରଣପୁର
Died୪ ଅପ୍ରେଲ ୧୯୪୧(1941-04-04) (ବୟସ ୩୦)
ଭାଗଲପୁର, ବିହାର
Cause of deathଫାଶୀ
Nationalityଭାରତୀୟ
Movementପ୍ରଜାମଣ୍ଡଳ ଆନ୍ଦୋଳନ
Parent(s)ନଟବର ମହାନ୍ତି, ଲାବଣ୍ୟ ଦେବୀ

ଜୀବନୀ ସମ୍ପାଦନା

ରଘୁନାଥ ମହାନ୍ତି ରଣପୁରର ବାଦଭୂଇଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ରଣପୁର ଆଦି ଗଡ଼ଜାତ ଅଞ୍ଚଳକୁ ସେତେବେଳେ ଅନ୍ଧାରୀ ମୁଲକ କୁହାଯାଉଥିଲା, କାରଣ ଏଠିକାର ଅଧିବାସୀ ନିଜ ଅଧିକାର ବିଷୟରେ ଅନଭିଜ୍ଞ ଥିଲେ । ରଘୁନାଥ ମହାନ୍ତି ନିଜ ସାଥୀ ଦିବାକର ପରିଡ଼ାଙ୍କ ସହ ମିଶି ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ କରିଥିଲେ ।[୨] ସେ ଦୁହେଁ ରାସବିହାରୀ ବୋଷ, ଭଗତ ସିଂହ, ବାଘା ଯତୀନ, ଚନ୍ଦ୍ରଶେଖର ଆଜାଦ ଏବଂ ବୀର ସାବରକାର ଆଦି ସ୍ୱାଧୀନତା ସଂଗ୍ରାମୀଙ୍କଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଏ ଦୁଇଜଣ ରଘୁ-ଦିବାକର ଭାବେ ପରିଚିତ । ୧୯୩୯ ମସିହା ଜାନୁୟାରୀ ୫ ତାରିଖରେ ରଣପୁର ରାଜପ୍ରାସାଦ ସମ୍ମୁଖରେ ରଘୁ-ଦିବାକରଙ୍କ ନେତୃତ୍ୱରେ ଲୋକମାନେ ବିକ୍ଷୋଭ କରିଥିଲେ । ଏଥିରେ ସେତେବେଳ ସମୟରେ ଓଡ଼ିଶା ପାଇଁ ନିଯୁକ୍ତ ଇଂରାଜୀ ରାଜନୈତିକ ପ୍ରତିନିଧି ମେଜର ଆର.ଏଲ. ବାଜେଲଗେଟଙ୍କୁ[୩] ଲୋକମାନେ ଠେଙ୍ଗାରେ ପିଟି ପିଟି ମାରିଦେଇଥିଲେ । ବ୍ରିଟିଶ ସରକାର ମୃତ୍ୟୁର ତଦନ୍ତ ପାଇଁ ଏକ ଟିମ ଓଡ଼ିଶାକୁ ପଠାଇଲେ ରଣପୁରବାସୀଙ୍କୁ ମିଥ୍ୟା ସାକ୍ଷୀ ଦେବାକୁ ବିବଶ କରାଗଲା ଏବଂ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ଭୁଲ ମାମଲାରେ ଫସାଇ ଅତ୍ୟାଚାର କରାଗଲା । ଶେଷରେ ସେମାନଙ୍କୁ ଫାସୀଦଣ୍ଡରେ ଦଣ୍ଡିତ କରିବାକୁ ନିଷ୍ପତ୍ତି ନିଆଗଲା । ସେମାନଙ୍କୁ ରେଳଗାଡ଼ିଦ୍ୱାରା ରଣପୁର ଜେଲରୁ ବିହାରର ଭଗଲପୁର ଜେଲକୁ ନିଆଗଲା । ୧୯୪୧ ମସିହା ପୂର୍ବାହ୍ନରେ ସେମାନଙ୍କୁ ସେ ଦୁହିଁଙ୍କୁ ଫାସୀ ଦିଆଗଲା[୪]

ଆଧାର ସମ୍ପାଦନା

  1. "Freedom fighters of Odisha who left British hopeless - Baji Rout, Jayee Rajguru, Buxi Jagabandhu, Veer Surendra Sai, Laxman Nayak, Dharanidhar Bhuyan, Chakhi Khuntia, Raghu and Dibakar". Incredible Orissa. 21 January 2018.
  2. "The Office of Speaker Lok Sabha". speakerloksabha.nic.in.
  3. "Prime Minister stirs Paika emotion". The Telegraph.
  4. "Narendra Modi writes about freedom fighters: Who they are and why you should know about them". India Today (in ଇଂରାଜୀ).