ଚନ୍ଦ୍ରଶେଖର ଆଜାଦ
ଚନ୍ଦ୍ରଶେଖର ଆଜାଦ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୨] ସେ ହିନ୍ଦୁସ୍ଥାନ ରେପବଲିକାନ ଆସୋସିଏସନର ପ୍ରତିଷ୍ଠାତାମାନଙ୍କ ମୃତ୍ୟୁ ପରେ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରେପବଲିକାନ ଆର୍ମି ଗଠନ କରିଥିଲେ ।
ଚନ୍ଦ୍ରଶେଖର ଆଜାଦ | |
---|---|
ଜନ୍ମ | ଚନ୍ଦ୍ରଶେଖର ତିୱାରୀ ୨୩ ଜୁଲାଇ ୧୯୦୬ ଭର୍ବା, ମଧ୍ୟପ୍ରଦେଶ[୧] |
ମୃତ୍ୟୁ | ୨୭ ଫେବୃଆରୀ ୧୯୩୧ | (ବୟସ ୨୪)
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଆଜାଦ |
ବୃତ୍ତି(ସମୂହ) | ସ୍ୱାଧୀନତା ସଂଗ୍ରାମୀ ରାଜନୈତିକ କାର୍ଯ୍ୟକର୍ତ୍ତା ନେତା |
ଜୀବନୀ
ସମ୍ପାଦନାପ୍ରାଥମିକ ଜୀବନ ଏବଂ ବୃତ୍ତି
ସମ୍ପାଦନାଚନ୍ଦ୍ରଶେଖର ଆଜାଦ ୧୯୦୬ ମସିହା ଜୁଲାଇ ୨୩ ତାରିଖରେ ମଧ୍ୟପ୍ରଦେଶର ଅଲିରାଜପୁରସ୍ଥିତ ଭର୍ବା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂର୍ବଜମାନେ କାନପୁର ନିକଟସ୍ଥ ଭନ୍ନାଉ ଜିଲ୍ଲାରେ ବସବାସ କରୁଥିଲେ । ତାଙ୍କ ମାତା ଜଗରାଣୀ ଦେବୀ ତିୱାରୀ ପିତା ଶିବରାମ ତିୱାରୀଙ୍କ ତୃତୀୟ ସ୍ତ୍ରୀ ଥିଲେ । ଚନ୍ଦ୍ରଶେଖରଙ୍କ ବଡ଼ଭାଇ ଶୁଖଦେବ ତିୱାରୀଙ୍କ ଜନ୍ମ ପରେ ତାଙ୍କ ପରିବାର ଅଲିରାଜପୁରକୁ ଚାଲିଆସିଥିଲେ । ଚନ୍ଦ୍ରଶେଖର ଆଜାଦଙ୍କ ମାଆ ଚାହୁଁଥିଲେ ଯେ ସେ ଜଣେ ସଂସ୍କୃତ ବିଦ୍ୱାନ ପଢ଼ନ୍ତୁ, ତେଣୁ ପିତା ତାଙ୍କୁ ବାରାଣସୀର କାଶୀ ବିଦ୍ୟାପୀଠକୁ ପଠାଇଦେଲେ ।[୩][୪]
୧୯୨୧ମସିହାରେ ଯେତେବେଳେ ମହାତ୍ମାଗାନ୍ଧୀ ଅସହଯୋଗ ଆନ୍ଦୋଳନର ସୂତ୍ରପାତ କଲେ, ୧୫ ବର୍ଷୀୟ ଚନ୍ଦ୍ରଶେଖର ସେଥିରେ ଯୋଗ ଦେଇଥିଲେ । ଯେତେବେଳେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖକୁ ନିଆଗଲା, ସେ ନିଜ ନାମ ଆଜାଦ, ପିତାଙ୍କ ନାମ ସ୍ୱତନ୍ତ୍ରତା ଏବଂ ନିଜ ଘର ଜେଲ ବୋଲି ଉତ୍ତର ଦେଲେ । ସେବେଠାରୁ ସେ ଚନ୍ଦ୍ରଶେଖର ଆଜାଦ ନାମେ ଜଣା ।[୫]
କ୍ରାନ୍ତିକାରୀ ଜୀବନ
ସମ୍ପାଦନାଆରମ୍ଭ କରିଥିବା ଅସହଯୋଗ ଆନ୍ଦୋଳନକୁ ମହାତ୍ମାଗାନ୍ଧୀ ୧୯୨୨ ମସିହାରେ ସ୍ଥଗିତ କରିବା ହେତୁ ଚନ୍ଦ୍ରଶେଖର ଆଜାଦ କ୍ରୋଧ ପ୍ରକାଶ କଲେ । ମନମଥନାଥ ଗୁପ୍ତା ନାମକ ଜଣେ ଯୁବ ସ୍ୱାଧୀନତା ସଂଗ୍ରାମୀ ତାଙ୍କୁ ହିନ୍ଦୁସ୍ଥାନ ରେପବଲିକାନ ଆସୋସିଏସନର ପୁରୋଧା ରାମ ପ୍ରସାଦ ବିସମିଲଙ୍କ ସହ ଭେଟ କରାଇଲେ । ତାପରେ ସେ ଏଚ.ଆର.ଏର ଜଣେ ସକ୍ରିୟ ସଭ୍ୟ ହୋଇଗଲେ ଏବଂ ସେଥିପାଇଁ ପାଣ୍ଠି ଯୋଗାଡ଼ରେ ଲାଗିପଡିଲେ । ସେ ବ୍ରିଟିଶ ସରକାରଙ୍କ ସମ୍ପତ୍ତିକୁ ଲୁଣ୍ଠନ କରିବାକୁ ଆରମ୍ଭ କଲେ । କାକୋରି ରେଳଗାଡ଼ି ଲୁଣ୍ଠନ, ସେବେକାର ଭାଇସରୟଙ୍କ ରେଳଗାଡ଼ି ନଷ୍ଟ କରିବାର ଉଦ୍ୟମ ଏବଂ ଲାଲ ଲଜପତ ରାଏ ହତ୍ୟାକରିଥିବା ଜେ.ପି.ସଉନଦରସ ହତ୍ୟାରେ ତାଙ୍କର ଅବଦାନ ଥିଲା । କଂଗ୍ରେସର ସଦସ୍ୟ ହେବା ସତ୍ତ୍ୱେ ଜବାହରଲାଲ ନେହେରୁ ଚନ୍ଦ୍ରଶେଖରଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଉଥିଲେ ।[୬]
୧୯୨୪ ମସିହାର ବିସମିଲ, ଚାଟର୍ଜୀ, ସଚିନ୍ଦ୍ରନାଥ ସାନୟାଲ ଏବଂ ଶଚିନ୍ଦ୍ରନାଥ ବକ୍ସିଙ୍କ ନେତୃତ୍ୱରେ ହିନ୍ଦୁସ୍ଥାନ ରେପବଲିକାନ ଆସୋସିଏସନ ଗଠିତ ହୋଇଥିଲା । କାକୋରି ରେଳଗାଡ଼ି ଲୁଣ୍ଠନ ପରେ ବ୍ରିଟିଶ ସରକାର ଧୀରେ ଧୀରେ କ୍ରାନ୍ତିକାରୀ ମନୋବୃତ୍ତିକୁ ଦମନ କରିବାକୁ ଆରମ୍ଭ କଲେ । ଆଜାଦ ଏବଂ ଭଗତ ସିଂହ ମିଶି ଏଚ.ଆର.ଏକୁ ଏଚ.ଏସ.ଆର.ଏ ରୂପେ ପୁନଃଗଠିତ କରିଥିଲେ ।[୭] ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା, ସମାଜବାଦୀ ସିଦ୍ଧାନ୍ତାନୁସାରେ ସ୍ୱାଧୀନ ଭାରତର ନିର୍ମାଣ ।
ମୃତ୍ୟୁ
ସମ୍ପାଦନାଚନ୍ଦ୍ରଶେଖର ୧୯୩୧ ମସିହା ଫେବୃୟାରୀ ୨୭ ତାରିଖରେ ଆଲ୍ଲାହାବାଦର ଆଲଫ୍ରେଡ଼ ପାର୍କରେ ମୃତ୍ୟୁବରଣ କରିଥିଲେ ।[୮] ନିଜ ଭାଇ ଏବଂ ନିଜକୁ ବଞ୍ଚାଇବାର ଉଦ୍ୟମରେ ସେ ନିଜେ କ୍ଷତବିକ୍ଷତ ହେବାସହ ସେ ତିନିଜଣ ପୁଲିସଙ୍କୁ ମାରିଦେଇଥିଲେ ଓ କେତେକଙ୍କୁ ଆଘାତ କରିଥିଲେ । ଇତିମଧ୍ୟରେ ସୁଖଦେବ ଖସିପଳେଇବାକୁ ସକ୍ଷମ ହୋଇଥିଲେ । ମାତ୍ର ନିଜେ କେବେ ଜୀବିତାବସ୍ଥାରେ ଇଂରେଜଙ୍କଦ୍ୱାରା ଧରା ହେବାକୁ ଚାହୁଁନଥିବାରୁ ନିଜ ପିସ୍ତଲରେ ସେ ନିଜକୁ ଗୁଳି ମାରିଦେଲେ । ସେହି ପିସ୍ତଲ ଏବେ ଆଲ୍ଲାହାବାଦ ସଂଗ୍ରହାଳୟରେ ସଂରକ୍ଷିତ ହୋଇ ରହିଛି ।[୯]
ଆଧାର
ସମ୍ପାଦନା- ↑ Bhawan Singh Rana (1 January 2005). Chandra Shekhar Azad (An Immortal Revolutionary Of India). Diamond Pocket Books (P) Ltd. p. 10. ISBN 978-81-288-0816-6. Retrieved 11 September 2012.
- ↑ Chandra Shekhar Azad (1906-1931)
- ↑ The Calcutta review. University of Calcutta. Dept. of English. 1958. p. 44. Retrieved 11 September 2012.
- ↑ Catherine B. Asher, ed. (June 1994). India 2001: reference encyclopedia. South Asia Publications. p. 131. ISBN 978-0-945921-42-4. Retrieved 11 September 2012.
- ↑ Rana, Bhawan Singh (2005). Chandra Shekhar Azad (An Immortal Revolutionary of India). Diamond Pocket Books. pp. 22–24. ISBN 9788128808166.
- ↑ Mittal, S. K.; Habib, Irfan (June 1982). "The Congress and the Revolutionaries in the 1920s". Social Scientist. 10 (6): 20–37. JSTOR 3517065. (subscription required)
- ↑ Habib, Irfan (September 1997). "Civil Disobedience 1930-31". Social Scientist. 25 (9/10): 43–66. doi:10.2307/3517680. JSTOR 3517680.
{{cite journal}}
: Unknown parameter|subscription=
ignored (|url-access=
suggested) (help) - ↑ Bhattacherje, S. B. (1 May 2009). Encyclopaedia of Indian Events & Dates. Sterling Publishers Pvt. Ltd. pp. B–19. ISBN 9788120740747. Retrieved 24 March 2014.
- ↑ Khatri, Ram Krishna (1983). Shaheedon Ki Chhaya Mein. Nagpur: Vishwabharati Prakashan. pp. 138–139.