ଦିବାକର ପରିଡ଼ା

ସ୍ୱାଧୀନତା ସଂଗ୍ରାମୀ

ଦିବାକର ପରିଡ଼ା (୩୦ ନଭେମ୍ବର ୧୯୧୧- ୪ ଅପ୍ରେଲ ୧୯୪୧)[୧] ଜଣେ ପ୍ରଜାମଣ୍ଡଳର ନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ନିଜ ସାଥୀ ରଘୁନାଥ ମହାନ୍ତିଙ୍କ ସହ ଫାଶୀ ପାଇଥିଲେ । ଏ ଦୁହେଁ ରଘୁ-ଦିବାକର ଭାବେ ପରିଚିତ ।[୨]

ଶହୀଦ

ଦିବାକର ପରିଡ଼ା
Born(1911-11-30)୩୦ ନଭେମ୍ବର ୧୯୧୧
ଗଡ଼ବାଣିକିଲୋ, ରଣପୁର
Died୪ ଅପ୍ରେଲ ୧୯୪୧(1941-04-04) (ବୟସ ୩୦)
Cause of deathଫାଶୀ
Nationalityଭାରତୀୟ
Movementପ୍ରଜାମଣ୍ଡଳ ଆନ୍ଦୋଳନ
Parent(s)ବିଷୋୟୀ ସାମନ୍ତ ହରିହର ପରିଡ଼ା, ତାରା ଦେବୀ
Relativesରତ୍ନାକର,ଚକ୍ରଧର (କନିଷ୍ଠ ଭ୍ରାତା)
ଇନ୍ଦୁମତୀ (କନିଷ୍ଠା ଭଗ୍ନୀ)

ଜୀବନୀ ସମ୍ପାଦନା

ବିଦ୍ରୋହୀ ଦିବାକର ପରିଡ଼ା, ପିତା ବିଷୋୟୀ ସାମନ୍ତ ହରିହର ପରିଡ଼ା ଓ ମାତା ତାରା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ । ସେ ୧୯୧୧ ମସିହା ନଭେମ୍ବର ମାସ ୩୦ ତାରିଖରେ ରଣପୁରର ଗଡ଼ବାଣିକିଲୋଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କର ମୃତ୍ୟୁ ପରେ ଉତ୍ତରାଧିକାରୀ ସୂତ୍ରରେ ବହୁ ଭୂସମ୍ପତିର ମାଲିକାନା ପାଇଥିବା ସତ୍ତ୍ୱେ, ସେ ରଣପୁର ରାଜାଙ୍କ ପ୍ରିଣ୍ଟିଂ ପ୍ରେସରେ ଚାକିରି କରୁଥିଲେ । ଦିବାକର ଜଣେ କବି ଓ ଜ୍ୟୋତିଷ ଶାସ୍ତ୍ର ବିଶାରଦ ମଧ୍ୟ ଥିଲେ । ଶ୍ରୀ ଶ୍ରୀ ଆର୍ତେଶ୍ୱର ଦେବଙ୍କ ଜଣାଣ, ଏବଂ ଜାତକାଳଙ୍କାର ନାମରେ ସେ ଦୁଇଟି ପୁସ୍ତକ ତଥା ଜାଗିଉଠ ଏବଂ ଆଗେଇ ଚାଲ ନାମରେ ଦୁଇଟି କ୍ରାନ୍ତିକାରୀ କବିତା ପୁସ୍ତକ ରଚନା କରିଛନ୍ତି । [୩]

ରଣପୁର ରାଜାଙ୍କ ଅମଳରେ ଚାଲିଥିବା, 'ସଡ଼କ ବେଠି'ରେ ନିରିହ ପ୍ରଜାମାନଙ୍କୁ ଉପରେ ଚାଲିଥିବା ଦାରୋଗାର ଜୁଲମ ତାଙ୍କ ମନରେ ଘୋର ଆଲୋଡନ ସୃଷ୍ଟି କରିଥିଲା । ଗଡ଼ଜାତୀ ଅନ୍ୟାୟ ଓ ଜୁଲମର ବିରୋଧରେ ସେ ଚାକିରିରୁ ଇସ୍ତଫା ଦେଇ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୩୯ ମସିହା ଜାନୁଆରୀ ମାସ ୫ ତାରିଖ, ପୌଷ ପୂର୍ଣ୍ଣିମାଦିନ ପ୍ରଜାମଣ୍ଡଳର ଆହ୍ୱାନକ୍ରମେ ରଣପୁର ଗଡ଼ ରାଜ ଉଆସ ସାମ୍ନାରେ ପ୍ରବଳ ଜନସମାଗମ ହୋଇଥିଲା । ଏହି ଜନ ସମାଗମକୁ ଦମନ କରିବାକୁ ଆସିଥିବା ଫିରିଙ୍ଗି ରାଜନୈତିକ ଏଜେଣ୍ଟ ବେଜେଲଗେଟ, ସେଠାରେ ଘଟିଥିବା ଗଣ୍ଡଗୋଳରେ ନିହତ ହୋଇଥିଲେ । ବେଜେଲଗେଟଙ୍କ ମୃତ୍ୟୁ ପାଇଁ ବିଦ୍ରୋହୀ ଦିବାକର ଓ ତାଙ୍କ ସାଥୀ ରଘୁନାଥଙ୍କୁ ଦାୟୀ କରି ଗିରଫ କରାଗଲା । ଫିରିଙ୍ଗି ବିଚାରପତି ସିଅରରଙ୍କ ଅଦାଲତରେ ଦିବାକର ଓ ରଘୁନାଥଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡାୟିତ କରାଗଲା । ୧୯୪୧ ମସିହା ଅପ୍ରେଲ ମାସ ୪ ତାରିଖ ପ୍ରାତଃ କାଳରେ ବିହାର ଭାଗଲପୁର ଜେଲରେ ରଘୁ-ଦିବାକରଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା ।

ଦିବାକରଙ୍କ ପଦାଙ୍କ ଅନୁସରଣ କରି, ତାଙ୍କ କନିଷ୍ଠ ଭ୍ରାତା ରତ୍ନାକରଓ ଚକ୍ରଧର ତଥା କନିଷ୍ଠା ଭଗ୍ନୀ ଇନ୍ଦୁମତୀ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । [୪]

ରଘୁନାଥ ମହାନ୍ତି ଏବଂ ଦିବାକର ପରିଡ଼ାଙ୍କର ସଂଗ୍ରାମ କାହାଣୀକୁ ନେଇ ସମରେନ୍ଦ୍ର ବଳିଆର ସିଂହ ବିପ୍ଳବୀ ବୀର ରଘୁ ଦିବାକର ଏକ ପୁସ୍ତକ ରଚନା କରିଥିଲେ ।[୫]

ଆଧାର ସମ୍ପାଦନା

  1. ବଳିଆରସିଂହ, ସତ୍ୟବାଦୀ. "ବିଦ୍ରୋହୀ ଦିବାକର". ସୂର୍ଯ୍ୟପ୍ରଭା. Retrieved 12 December 2017.[permanent dead link]
  2. http://orissa.gov.in/e-magazine/Orissareview/2013/apr/engpdf/34-37.pdf
  3. D. P. Mishra (1 January 1998). People's Revolt in Orissa: A Study of Talcher. Atlantic Publishers & Dist. pp. 210–. ISBN 978-81-7156-739-3.
  4. http://orissa.gov.in/e-magazine/Orissareview/2008/August-2008/engpdf/14-15.pdf
  5. "ବିପ୍ଳବୀ ବୀର ରଘୁ ଦିବାକର". www.dharitri.com. Archived from the original on 21 February 2019. Retrieved 2019-02-21.