ମେଳଛାମୁଣ୍ଡା , ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାର ମେଳଛାମୁଣ୍ଡା ବ୍ଳକ ଅନ୍ତର୍ଗତ ଏକ ଗ୍ରାମ । ଏହା ପଦ୍ମପୁରଠାରୁ ୨୧ କିଲୋମିଟର ଏବଂ ବରଗଡ଼ଠାରୁ ୬୦ କିଲୋମିଟର ଦୂର । ଏହା ରାଜ୍ୟ ରାଜପଥ ଉପରେ ଅବସ୍ଥିତ । ଏହି ଗ୍ରାମର ୧୦ କିଲୋମିଟର ଦୁରବର୍ତୀ ଗଣିଆପାଳିଠାରେ ବୁଦ୍ଧସ୍ଥାପତ୍ୟର ଭଗ୍ନାବଶେଷ ଅବିଷ୍କୃତ ହେବା ପରେ ଏହି ଅଞ୍ଚଳ ପୁରାତନ ବୌଦ୍ଧିକ ଜ୍ଞାନ କେନ୍ଦ୍ର ଥିବାର ପ୍ରମାଣ ମିଳିଛି ।[୧] ଏହା। ପ୍ରାଚୀନ  ବୌଦ୍ଧ ଜ୍ଞାନ କେନ୍ଦ୍ର 'ମୁଚାଲିଣ୍ଡା'ର ଅଂଶ ବିଶେଷ ଥିବାର ଅନୁମାନ କରାଯାଏ ।[୨]

ଏହା ନିକଟରେ ମାତ୍ର ୧ କିଲୋମିଟର ଦୂରରେ ଦିପ୍ତିପୁରଠାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିର ଉନ୍ନତି ପାଇଁ ଗବେଷଣାଗାର ସହ ଏକ ପୂର୍ଣାଙ୍ଗ ହସ୍ପିଟାଲ ଓ ବିଦ୍ୟଳୟ ରହିଛି ।[୩] 

ଆଧାର  ସମ୍ପାଦନା

  1. "Boudh Bihar of Ganiapali". bargarh.nic.in. ବରଗଡ଼ ଜିଲ୍ଲା ପ୍ରଶାସନ. Retrieved 6 September 2019.
  2. "GANIAPALI Village". www.odishahelpline.com. odisha helpline. Retrieved 6 September 2019.
  3. D. Newell Williams; Douglas Allen Foster; Paul M. Blowers (30 March 2013). The Stone-Campbell Movement: A Global History. Chalice Press. pp. 398–. ISBN 978-0-8272-3527-4.

ବାହାର ଲିଙ୍କ  ସମ୍ପାଦନା