"ମେରୁ ଯାତ୍ରା"ରେ ମେରୁ ସ୍ଥମ୍ଭ ସ୍ଥାପନ ହୁଏ । ଏହା ସମଗ୍ର ଓଡ଼ିଶାର କୃଷିଜୀବି ଅଧିବାସୀମାନଙ୍କର ଏକ ପ୍ରମୁଖ ପୂଜା ଅଟେ । ପଶ୍ଚିମ ଓଡ଼ିଶାରେ ଏକକୁ ଟିକେ ଯାକଜମକରେ ପାଳନ କରାଯାଏ । ଏକ ବିଶ୍ୱାସ ଅନୁଯାୟୀ ମେରୁ ଦେବତା ସନ୍ତୁଷ୍ଟ ହେଲେ ଖଳାରେ ପ୍ରଚୁର ପରିମାଣର ଧାନ ଅମଳ ହୁଏ । ଉପକୂଳ ଓଡ଼ିଶାରେ ମେଢ଼ି ପୋତା ନାମରେ ଜଣା । ଧାନ ଅମଳ ଋତୁ ପୂର୍ବରୁ ଏହି ବିଧି ପାଳନ ହୁଏ ।

ଶ୍ରାବଣ ମାସରେ କାଦୋ ଯାତ୍ରା ସାରିଥାଏ । ମାର୍ଗଶିର ମାସ ବେଳକୁ ଧାନ ପାଚେ, ଏଣୁ ଧାନ ଅମଳ ପାଇଁ ଖଳା ପରିଷ୍କାର ରଖିବାକୁ ହୁଏ । ଧାନ ମଡ଼ାଇବା ପାଇଁ ଖଳାକୁ ପରିଚ୍ଛନ୍ନ କରି ସେଠାରେ (ଖଳାର କେନ୍ଦ୍ରରେ) ଏକ ମେରୁ ସ୍ଥମ୍ଭ ପୋତାଯାଏ । ଏହାକୁ ମେରୁ ଦେବତାଙ୍କ ପ୍ରତୀକ ଭାବେ ଗ୍ରହଣ କରାଯାଏ । ମେରୁ ଖମ୍ବକୁ ଧୁଆଧୁଇ କରି ଆମ୍ବ ଡାଳ, ଚାଉଳ, ଫୁଲ, ଚୁଆ, ହଳଦୀ, ଚନ୍ଦନ, ସିନ୍ଦୁର ଆଦି ଲଗାଇ ପୂଜା କରାଯାଏ । []

ମେରୁ ଯାତ୍ରା ପରେ ଧାନ ମଡ଼ାଣ ହୋଇ ଧାନ ବେଙ୍ଗଳା ପକାଯାଏ । ପୁଣି ଥରେ ମେରୁ ପୂଜା କରାଯାଇ ଯାତ୍ରା ଉଦ୍ଯାପନ ହୁଏ । ପୁନଃ ବ୍ୟବହାର ସକାଶେ ସେଇ ଖମ୍ବକୁ ଆର ବର୍ଷକୁ ସାଇତି ରଖାଯାଏ ।

  1. ମିଶ୍ର, ଡକ୍ଟର ଅଜୟ କୁମାର (15 March 2016). ଓଡ଼ିଆ ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି. କଟକ: ବିଜୟିନୀ ପ୍ରକାଶନ. p. 183. ISBN 978-93-82360-50-6.