ମେଫେନାମିକ୍ ଏସିଡ

ମେଫେନାମିକ୍ ଏସିଡ ହେଉଛି ଏକ ନନ୍ ଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAIDs) ଯାହା ଯନ୍ତ୍ରଣାଦାୟକ ଋତୁଶୂଳର

ମେଫେନାମିକ୍ ଏସିଡ ହେଉଛି ଏକ ନନ୍ ଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAIDs) ଯାହା ଯନ୍ତ୍ରଣାଦାୟକ ଋତୁଶୂଳରେ ହେଉଥିବା ସାମାନ୍ୟରୁ ମଧ୍ୟମ ଯନ୍ତ୍ରଣାର ଚିକିତ୍ସା କରିବାରେ ବ୍ୟବହୃତ ହୁଏ | [୧] [୨] ଯେ କୌଣସି ପ୍ରଦାହ ଯନ୍ତ୍ରଣାର ଉପଶମ ପାଇଁ ବ୍ୟବହାର କରାଯାଇପାରେ | [୩] ଏକ ସପ୍ତାହରୁ କମ୍ ସମୟ ପାଇଁ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ | [୪] ଏହା ପାଟିରେ ନିଆଯାଏ | [୪]

ମେଫେନାମିକ୍ ଏସିଡ
Clinical data
Trade namesPonstel, Ponstan, many others
AHFS/Drugs.commonograph
MedlinePlusa681028
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth, suppositories
ATC code
Legal status
Legal status
Pharmacokinetic data
Bioavailability90%
Protein binding>90%
MetabolismHepatic (CYP2C9)
Elimination half-life2 hours
ExcretionUrine (52–67%), faeces (20–25%)
Identifiers
  • 2-(2,3-dimethylphenyl)aminobenzoic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.467 Edit this at Wikidata
Chemical and physical data
FormulaC15H15NO2
Molar mass୨୪୧.୨୯ g·mol−1
3D model (JSmol)
  • O=C(O)c2c(Nc1cccc(c1C)C)cccc2
  • InChI=1S/C15H15NO2/c1-10-6-5-9-13(11(10)2)16-14-8-4-3-7-12(14)15(17)18/h3-9,16H,1-2H3,(H,17,18) checkY
  • Key:HYYBABOKPJLUIN-UHFFFAOYSA-N checkY
 ☒NcheckY (what is this?)  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଛାତିଜ୍ୱାଳା, ବାନ୍ତି, ବୃକ୍‌କ ସମସ୍ୟା, ତରଳ ପଦାର୍ଥ ଅବଧାରଣ ଏବଂ ରାସ୍ ବା ଦାଗ ହୋଇପାରେ | [୪] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦରକ୍ତନାଳୀ ରୋଗ, ଆଲର୍ଜି ପ୍ରତିକ୍ରିୟା, ଅମ୍ଳରୋଗ, ହେମୋଲାଇଟିକ ଆନିମିଆ, ଯକୃତ ସମସ୍ୟା ଏବଂ ହୃଦ୍‌ପାତ ହୋଇପାରେ । [୪] [୫] [୬] ଗର୍ଭାବସ୍ଥାର ଶେଷ ତୃତୀୟାଂଶରେ ଏବଂ ସ୍ତନ୍ୟପାନ ସମୟରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ | [୪] ଏଞ୍ଜାଇମ ସାଇକ୍ଲୋଅକ୍ସିଜେନେଜ ଜନିତ ପ୍ରୋଷ୍ଟାଗ୍ଲାଣ୍ଡିନ ଉତ୍ପାଦନ ହ୍ରାସ କରି ମେଫେନାମିକ୍ ଏସିଡ୍ କାମ କରେ | [୫]

ମେଫେନାମିକ୍ ଏସିଡ୍ ୧୯୬୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ନିମନ୍ତେ ବ୍ୟବହାର କରିବାକୁ ଅନୁମୋଦିତ ହୋଇଥିଲା। [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୩] ଯୁକ୍ତରାଜ୍ୟରେ ୨୫୦ ମିଗ୍ରାର ଏକ ଶହ ବଟିକାର ଏନଏଚଏସ ମୂଲ୍ୟ ପ୍ରାୟ ୨୦୨୦୨ ପାଉଣ୍ଡ ଅଟେ। [୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୩୫ ଡଲାର ଅଟେ। [୭] ଅପେକ୍ଷାକୃତ ଅଧିକ ପାର୍ଶ୍ୱ ପ୍ରତିକ୍ରିୟାର ଚିନ୍ତା ହେତୁ ଅନ୍ୟ କେତେକ ନନ୍ ଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ତୁଳନାରେ ଏହା ଯୁକ୍ତରାଷ୍ଟ୍ରରେ ବହୁଳ ଭାବରେ ବ୍ୟବହୃତ ହୁଏ ନାହିଁ | [୫] [୮]

ଆଧାର ସମ୍ପାଦନା

  1. "Mefenamic Acid Monograph for Professionals". Drugs.com (in ଇଂରାଜୀ). Retrieved 8 October 2020.
  2. BNF 79 : March 2020. London: Royal Pharmaceutical Society. 2020. p. 1182. ISBN 9780857113658.
  3. ୩.୦ ୩.୧ ୩.୨ BNF 79 : March 2020. London: Royal Pharmaceutical Society. 2020. p. 1182. ISBN 9780857113658.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Mefenamic Acid Monograph for Professionals". Drugs.com (in ଇଂରାଜୀ). Retrieved 8 October 2020.
  5. ୫.୦ ୫.୧ ୫.୨ "Mefenamic Acid". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Retrieved 8 October 2020.
  6. Aronson, Jeffrey K. (2009). Meyler's Side Effects of Analgesics and Anti-inflammatory Drugs (in ଇଂରାଜୀ). Elsevier. p. 334. ISBN 978-0-08-093294-1.
  7. "Mefenamic Acid Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Retrieved 8 October 2020.
  8. Aronson, Jeffrey K. (2009). Meyler's Side Effects of Analgesics and Anti-inflammatory Drugs (in ଇଂରାଜୀ). Elsevier. p. 334. ISBN 978-0-08-093294-1.