ମୂରଲୀଧର ଜେନା

ଓଡ଼ିଆ ରାଜନୀତିଜ୍ଞ

ମୂରଲୀଧର ଜେନା (ମୃତ୍ୟୁ: ୭ ଡିସେମ୍ବର ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ମୂରଲୀଧର ୧୯୫୭ ମସିହାରେ ୨ୟ ଓଡ଼ିଶା ବିଧାନ ସଭାକୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ପୁଣିଥରେ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ମୂରଲୀଧର ଜେନା
ନିର୍ବାଚନ ମଣ୍ଡଳୀଧାମନଗର
ବିଧାୟକ: ୨ୟ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୭ ଡିସେମ୍ବର ୧୯୬୬
ପୂର୍ବ ଅଧିକାରୀନୀଳମଣି ରାଉତରାୟ
ପର ଅଧିକାରୀସତ୍ୟଭାମା ଦେଇ
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସତ୍ୟଭାମା ଦେଇ
ସନ୍ତାନ୧ ପୁଅ, ୨ଝିଅ
ବୃତ୍ତିରାଜନୀତିଜ୍ଞ


ଶିକ୍ଷା ଓ ପରିବାର ସମ୍ପାଦନା

ମୂରଲୀଧର ଜେନା ବିଜ୍ଞାନରେ ସ୍ନାତକ କରିଥିଲେ ଏବଂ ପରେ ଜଣେ ଯନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ସତ୍ୟଭାମା ଦେଇଙ୍କୁ ବିବାହ କରିଥିଲେ ।[୨] ତାଙ୍କ ପତ୍ନୀ ସତ୍ୟଭାମା ଦେଇ ତାଙ୍କ ମୃତ୍ୟୁ ପରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୪ର୍ଥ ଓଡ଼ିଶା ବିଧାନ ସଭାରେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।

ରାଜନୈତିକ ଜୀବନ ସମ୍ପାଦନା

ମୂରଲୀଧର ଜେନା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।


୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ସେ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ପୁଣିଥରେ ଧାମନଗରରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୬୧ ମସିହାରୁ ୭ ଡିସେମ୍ବର ୧୯୬୬ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ହେବାଯାଏଁ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

୧୯୬୬ ମସିହାର ଡିସେମ୍ବର ମାସ ୭ ତାରିଖରେ ମୂରଲୀଧର ଜେନା ମୃତ୍ୟୁବରଣ କରିଥିଲେ ।[୩] ୨୩ ମାର୍ଚ୍ଚ ୧୯୬୭ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭା ଗୃହରେ ଶୋକସଭାର ଆୟୋଜନ କରାଯାଇଥିଲା ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ "Late Muralidhar Jena". odishaassembly.nic.in. Odisha Assembly. Retrieved 3 April 2019.
  2. ୨.୦ ୨.୧ "MLA Muralidhar Jena Profile | DHAMNAGAR Constituency". odishahelpline.com. Retrieved 2019-04-03.
  3. "MLA Muralidhar Jena Profile | DHAMNAGAR Constituency". naveenpatnaik.com. Archived from the original on 2017-10-27. Retrieved 2019-04-03.