ମିଲ୍ଟେଫୋସିନ
ମିଲ୍ଟେଫୋସିନ (ଇରାଜୀ ଭାଷାରେ Miltefosine, ବିକ୍ରୟ ନାମ ଇମ୍ପାଭିଡୋ/Impavido) ଏକ ଔଷଧ ଯାହା ଲିସମାନିଆସିସ (leishmaniasis) ଓ ନେଗ୍ଲେରିଆ ଫ୍ଲାୱଲେରି (Naegleria fowleri) ଭଳି ଆମିବା ସଂକ୍ରମଣରେ (amoeba infections) ଦିଆଯାଏ ।[୧] ଚର୍ମ, ଭିସେରାଲ ଓ ମ୍ୟୁକୋସାଲ ଲିସମାନିଆସିସ ଇତ୍ୟାଦି ରୋଗରେ ଏହା ଦିଆଯାଏ ।[୩] ଏହା ଲାଇପୋସୋମାଲ ଆମ୍ଫୋଟେରିସିନ ବି (liposomal amphotericin B) ବା ପାରୋମୋମାଇସିନ ଔଷଧ ସାଥିରେ ଦିଆଯାଏ ।[୪] ଏହି ଔଷଧ ପାଟିରେ ଦିଆଯାଏ । [୩]
Clinical data | |
---|---|
Trade names | Impavido, Miltex, others |
AHFS/Drugs.com | monograph |
Pregnancy category |
|
Routes of administration | By mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | High |
Protein binding | ~98% |
Metabolism | Slow hepatic (non-CYP-dependent) |
Elimination half-life | 6 to 8 days and 31 days[୨] |
Excretion | Primarily fecal |
Identifiers | |
| |
CAS Number | |
PubChem CID | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
ECHA InfoCard | 100.151.328 |
Chemical and physical data | |
Formula | C21H46NO4P |
Molar mass | 407.568 g/mol |
3D model (JSmol) | |
| |
| |
(what is this?) (verify) |
ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି (vomiting), ପେଟ ଯନ୍ତ୍ରଣା, ଜ୍ୱର, ମୁଣ୍ଡବଥା ଓ କମ ବୃକ୍କ କ୍ରିୟା ସାଧନ ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ସ୍ଟିଭେନ-ଜନସନ ସିଣ୍ଡ୍ରୋମ (Stevens-Johnson syndrome) ବା କମ ସଂଖ୍ୟକ ରକ୍ତ ପ୍ଲାଟେଲେଟ (low blood platelets) ଦେଖାଯାଏ । ଗର୍ଭାବସ୍ଥାରେ ଦେଲେ ହାନୀ ହେଉଥିବାରୁ ଏହା ଦିଆଯାଏନାହିଁ ଓ ସ୍ତନ୍ୟପାନ ସମୟରେ ମଧ୍ୟ ଦେବାକୁ ମନା କରାଯାଏ । ଏହା କାର୍ଯ୍ୟବିଧି ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛି । [୧]
ମିଲ୍ଟେଫୋସିନ ପ୍ରଥମେ ୧୯୮୦ ମସିହାରେ ପ୍ରସ୍ତୁତ ହେବାବେଳେ କର୍କଟ ରୋଗର ଚିକିତ୍ସା ନିମନ୍ତେ ଅନୁଶୀଳନ କରାଯାଇଥିଲା ।[୫] କିଛି ବର୍ଷ ପରେ ଏହ ଲିସମାନିଆସିସ ରୋଗରେ ଉପକାର କରୁଥିବା ଜଣାଯିବାରୁ ଭାରତରେ ସନ ୨୦୦୨ରୁ ବ୍ୟବହାର ନିମନ୍ତେ ସ୍ୱିକୃତ ହେଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ବିକାଶଶୀଳ ଦେଶମାନଙ୍କରେ developing world ଏହାର ଗୋଟିଏ କୋର୍ଷର ମୂଲ୍ୟ ୬୫ରୁ ୧୫୦ ଆମେରିକୀୟ ଡଲାର । ବିକଶିତ ଦେଶମାନଙ୍କରେ ଏହି ମୂଲ୍ୟ ଅପେକ୍ଷା ୧୦ର ୫୦ ଗୁଣ ଅଧିକ ମୂଲ୍ୟ ଥାଏ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ American Society of Health-System Pharmacists (26 February 2016). "Miltefosine Monograph for Professionals". www.drugs.com. Retrieved 16 November 2016.
- ↑ Dorlo, T. P. C.; Balasegaram, M.; Beijnen, J. H.; de Vries, P. J. (2012). "Miltefosine: a review of its pharmacology and therapeutic efficacy in the treatment of leishmaniasis". Journal of Antimicrobial Chemotherapy. 67 (11): 2576–2597. doi:10.1093/jac/dks275. PMID 22833634.
- ↑ ୩.୦ ୩.୧ Yao, Stephanie (19 March 2014). "FDA approves Impavido to treat tropical disease leishmaniasis". FDA NEWS RELEASE. U.S. Food and Drug Administration. Retrieved 30 August 2014.
- ↑ ୪.୦ ୪.୧ Control of the leishmaniasis: report of a meeting of the WHO Expert Committee on the Control of Leishmaniases (PDF). World Health Organization. March 2010. p. 59, 88, 186. ISBN 9789241209496.
- ↑ Greenwood, David (2008). Antimicrobial Drugs: Chronicle of a Twentieth Century Medical Triumph (in ଇଂରାଜୀ). OUP Oxford. p. 310. ISBN 9780199534845.
- ↑ Kumar, Awanish (2013). Leishmania and Leishmaniasis (in ଇଂରାଜୀ). Springer Science & Business Media. p. 39. ISBN 9781461488699.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.