ପାରୋମୋମାଇସିନ
ପାରୋମୋମାଇସିନ (ଇଂରାଜୀ ଭାଷାରେ Paromomycin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଆମିବାୟାସିସ (amebiasis), ଜିଆଡିଆସିସ, ଲିସମାନିଆସିସ ଓ ଟେପୱର୍ମ (tapeworm infection) ଇତ୍ୟାଦି ସଂକ୍ରମଣରେ ବ୍ୟବହୃତ ହୁଏ । ଗର୍ଭାବସ୍ଥାରେ ଆମିବାୟାସିସ ଓ ଜିଆର୍ଡ଼ିଆସିସ ଥଲେ ଏହା ପ୍ରଥମ ଧାଡ଼ିର ଚିକିତ୍ସା ରୂପେ ଦିଆଯାଏ । ଅନ୍ୟଥା ଏହା ଦ୍ୱିତୀୟ ଧାଡ଼ିର ବିକଳ୍ପ ଔଷଧ । ଏହା ପାଟିରେ ଦିଆଯାଏ, ଚର୍ମରେ ଲଗାଯାଏ ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
Clinical data | |
---|---|
Trade names | Catenulin, Aminosidine, others[୨] |
Synonyms | monomycin, aminosidine[୩] |
AHFS/Drugs.com | monograph |
MedlinePlus | a601098 |
Pregnancy category |
|
Routes of administration | By mouth, intramuscular, topical[୧] |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Poorly absorbed in the GI tract |
Metabolism | Not Available |
Elimination half-life | ? |
Excretion | Fecal |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
ChEBI | |
ChEMBL | |
ECHA InfoCard | 100.028.567 |
Chemical and physical data | |
Formula | C23H47N5O18S |
Molar mass | 615.629 g/mol |
3D model (JSmol) | |
| |
| |
(what is this?) (verify) |
ପାରୋମୋମାଇସିନ ପାଟିରେ ନେଉଥିଲେ ସାଧାରଣ ପ୍ରତିକ୍ରିୟାରେ ଅରୁଚି, ବାନ୍ତି, ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ହୋଇପାରେ । ଚର୍ମରେ ଲଗାଉଥିଲେ ପ୍ରତିକ୍ରିୟାରେ ଗଲୁ, ଲାଲ ଦେଖାଯିବା ଓ ଫୋଟକା ଆଦି ଦେଖାଯାଏ । ଇଞ୍ଜେକସନ ଆକାରରେ ନେଉଥିଲେ ଜ୍ୱର, ଯକୃତ ସମସ୍ୟା ଓ ଶ୍ରବଣହାନୀ (hearing loss) ହୋଇପାରେ ।[୧] ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[୪] ପାରୋମୋମାଇସିନ ଏକ ଆମିନୋଗ୍ଲାଇକୋସାଇଡ ଶ୍ରେଣୀର ଔଷଧ ଓ ବ୍ୟାକ୍ଟେରିଆର ପ୍ରୋଟିନ ତିଆରି ଅବରୋଧ କରି ତାକୁ ମାରିଦିଏ ।[୧]
ସନ ୧୯୫୦ରେ ସ୍ଟ୍ରେପ୍ଟୋମାଇସେସ କ୍ରେସ୍ଟୋମ୍ୟୁସେଟିକସରୁ ପାରୋମୋମାଇସିନ ଆବିଷ୍କୃତ ହୋଇଥିଲା ଓ ୧୯୬୦ରେ ଡାକ୍ତରୀ ବ୍ୟବହାର କରାଗଲା । [୨][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୬] ଭାରତରେ ୨୦୦୭ରେ ଏହାର ଇଞ୍ଜେକସନ କୋର୍ଷର ମୁଲ୍ୟ ପ୍ରାୟ ୪.୧୯ରୁ ୮.୩୮ ପାଉଣ୍ଡ ଥିଲା ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Paromomycin Sulfate". The American Society of Health-System Pharmacists. Retrieved 3 December 2016.
- ↑ ୨.୦ ୨.୧ Publishing, William Andrew (2013). Pharmaceutical Manufacturing Encyclopedia, 3rd Edition (in ଇଂରାଜୀ) (3 ed.). Elsevier. p. 21p. ISBN 9780815518563.
- ↑ Neal RA, Murphy AG, Olliaro P, Croft SL (1994). "Aminosidine ointments for the treatment of experimental cutaneous leishmaniasis". Transactions of the Royal Society of Tropical Medicine and Hygiene. 88 (2): 223–5. doi:10.1016/0035-9203(94)90307-7. PMID 8036682.
- ↑ ୪.୦ ୪.୧ Davidson RN, den Boer M, Ritmeijer K (2008). "Paromomycin". Transactions of the Royal Society of Tropical Medicine and Hygiene. 103 (7): 653–60. doi:10.1016/j.trstmh.2008.09.008. PMID 18947845.
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 2014-04-22.
- ↑ ୬.୦ ୬.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 54. ISBN 9781284057560.