ମହିଷାସୁର (ଓଡ଼ିଆ କଥାଚିତ୍ର)

୨୦୨୨ ଓଡ଼ିଆ କଥାଚିତ୍ର

ମହିଷାସୁର ୨୦୨୨ ମସିହାରେ ଦୂରଦର୍ଶନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନନରେ ନିର୍ମାଣ କରାଯାଇଥିଲା, ଯାହାର ପ୍ରଯୋଜନା କରିଥିଲେ ଅଜୟ ରାଉତ । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୨]

ମହିଷାସୁର
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକଅଜୟ ରାଉତ
ସଂଳାପବି. ଚନ୍ଦନ କୁମାର
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କାହାଣୀଦେବୀଦତ୍ତ ମହାନ୍ତି
କଳାକାରଅର୍ଚ୍ଚିତା ସାହୁ
ବବି ମିଶ୍ର
ବିରଞ୍ଚି ନାରାୟଣ ନାୟକ
ପରାଗ ପଟ୍ଟନାୟକ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଇଶ୍ୱର
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୫ ଅକ୍ଟୋବର ୨୦୨୨ (ଓଟିଟି)
୯ ଅକ୍ଟୋବର ୨୦୨୨ (ଟିଭି)
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତ ସାହୁ ।[୩] ବବି ମିଶ୍ର, ବିରଞ୍ଚି ନାରାୟଣ ନାୟକ, ପରାଗ ପଟ୍ଟନାୟକ, ଅଞ୍ଜନା ଦାସ, ରାଜା ଡି., ରାକେଶ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୫ ତାରିଖରେ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ଏବଂ ୯ ଅକ୍ଟୋବର ୨୦୨୨ରେ ଦୂରଦର୍ଶନରେ ପ୍ରଦର୍ଶିତ ହୋଇଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୩] ଗୀତିକାର ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତାରିକ୍ ଅଜିଜ୍ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ହେ ଆହ୍ଲା ହେ ଇଶ୍ୱର"ଦେବୀଦତ୍ତ ମହାନ୍ତିତାରିକ୍ ଅଜିଜ୍୦୩:୨୮

ଆଧାର ସମ୍ପାଦନା

  1. "ଦଶହରାରେ 'ମହିଷାସୁର'". ପ୍ରମେୟ (ରବିବାର). 25 September 2022. p. ୯. Archived from the original on 19 December 2022. Retrieved 19 December 2022.
  2. "ପୂଜା ବଜାର: ନିରାଶ କରିବେ ଓଲିଉଡର ଲୋକପ୍ରିୟ ନାୟିକା". ସମ୍ବାଦ. ଭୁବନେଶ୍ୱର: sambad.in. 4 October 2022. Archived from the original on 19 December 2022. Retrieved 19 December 2022.
  3. ୩.୦ ୩.୧ "ଆସୁଛନ୍ତି ଅର୍ଚ୍ଚିତା". ସକାଳ (ରବିବାର). 25 September 2022. p. ୨. Archived from the original on 19 December 2022. Retrieved 19 December 2022.

ବାହାର ଆଧାର ସମ୍ପାଦନା