ମହାଦେବ ମନ୍ଦିର, ଦେଓବାଲୋଦା

ଭଗବାନ ଶିବଙ୍କୁ ସମର୍ପିତ ହୋଇଥିବା ଏହା ଏକ ମନ୍ଦିର ଯାହା ଭାରତର ଛତିଶଗଡ଼ ପ୍ରଦେଶରେ ଥିବା ଦେଓବାଲୋଦାରେ ଅବସ୍

ମହାଦେବ ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ହୋଇଥିବା ଏକ ମନ୍ଦିର ଯାହା ଭାରତର ଛତିଶଗଡ଼ ପ୍ରଦେଶରେ ଥିବା ଦେଓବାଲୋଦାରେ ଅବସ୍ଥିତ । କାଳଚୁରି କାଳରେ ଏହି ମନ୍ଦିର ତିଆରି ହୋଇଥିଲା ।[୧] ଭାରତର ଆର୍କିଓଲୋଜିକାଲ ସଂସ୍ଥା (Archaeological Survey of India) ଏହି ମନ୍ଦିରକୁ ସୁରକ୍ଷିତ ସ୍ମାରକୀ ଭାବରେ ଘୋଷଣା କରିଛନ୍ତି । ମହାଶିବରାତ୍ରି ଦିନ ଶିବଙ୍କ ଆଶୀର୍ବାଦ ଭିକ୍ଷା ନିମନ୍ତେ ବହୁତ ଭକ୍ତ ଆସି ଜମା ହୁଅନ୍ତି । ସେହି ଦିନ ଏଠାରେ ଗୋଟିଏ ମେଳା ମଧ୍ୟ ହୁଏ ।[୨][୩]

ମହାଦେବ ମନ୍ଦିର, ଦେଓବାଲୋଦା
ମହାଦେବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districten:Durg district
ଦେବାଦେବୀଶିବ
Location
ସ୍ଥାନଦେଓବାଲୋଦା, Bhilai Charoda ଟାଉନ
Stateଛତିଶଗଡ଼
Countryଭାରତ
ମହାଦେବ ମନ୍ଦିର, ଦେଓବାଲୋଦା is located in Chhattisgarh
ମହାଦେବ ମନ୍ଦିର, ଦେଓବାଲୋଦା
Location in Chhattisgarh
ଭୌଗଳିକ ଅବସ୍ଥିତି21°13′07″N 81°28′43″E / 21.21861°N 81.47861°E / 21.21861; 81.47861
Architecture
Typeନାଗରା

ସାରାଂଶ ସମ୍ପାଦନା

ତ୍ରୟୋଦଶ ଶତାବ୍ଦୀରେ ଏହି ମନ୍ଦିର ‘କାଲଚୁରି’ ସମୟରେ ତିଆରି ହୋଇଥିଲା ।[୪][୩] କଥିତ ଅଛି, ଏହି ମନ୍ଦିର ମାତ୍ର ଛଅ ମାସ ମଧ୍ୟରେ ତିଆରି ହୋଇଥିବାରୁ ଏହାକୁ ୬ ମାସି ମନ୍ଦିର ମଧ୍ୟ କୁହାଯାଏ ।[୫] ଏହି ମନ୍ଦିର ପରିସରରେ ଏକ ଜଳ କୁଣ୍ଡ ଅଛି ଯାହା ଛତିଶଗଡ଼ର ଅରଙ୍ଗ (Arang) ନାମକ ଏକ ଟାଉନ ସହ ଏକ ଟନେଲ ମାଧ୍ୟମରେ ସଂଯୁକ୍ତ ହୋଇଥିବା କୁହାଯାଏ ।[୧]

ସ୍ଥାପତ୍ୟ ସମ୍ପାଦନା

ପୂର୍ବ ଦିଗକୁ ମୁଖ ଥିବା ଏହି ମନ୍ଦିର ବାଲି ପଥରରେ ତିଆରି ହୋଇଛି । ଏହାର ଏକ ଗର୍ଭ ଗୃହ ଓ ଏକ ମଣ୍ଡପ ଅଛି ଯେଉଁଥିରେ ଅନେକ ସ୍ତମ୍ଭ ଲାଗିଛି । ନଗର ସ୍ଥାପତ୍ୟ ଶୈଳୀରେ ତିଆରି ଏହାର ଏକ ଗମ୍ବୁଜ ଅଛି । ଗର୍ଭ ଗୃହରେ ଥିବା ଶିବ ବିଗ୍ରହର ଉଚ୍ଚତା ୧.୫ ଫୁଟ[୪] ଓ ଏହା ଭିତରକୁ ଯିବା ଦ୍ୱାର ପାଖରେ ଶୈବ ଦ୍ୱାରପାଳ ରହିଛନ୍ତି ।[୪] ଗର୍ଭଗୃହରେ ଦେବୀ ପାର୍ବତୀ, ଗଣେଶ, ଓ ହନୁମାନଙ୍କ ବିଗ୍ରହ ଅଛି । ମଣ୍ଡପର ସ୍ତମ୍ଭରେ ଭୈରବ, ବିଷ୍ଣୁ, ଶିବ, ନର୍ତ୍ତକୀ, ସଂଗୀତଜ୍ଞ, ମହିଷାସୁରକୁ ବଧ କରିଥିବା ଦେବୀ ଦୂର୍ଗାଙ୍କର ମହିଷାସୁରମର୍ଦ୍ଦିନୀ[୪] ଓ କୀର୍ତ୍ତିମୁଖ ପ୍ରତିମୂର୍ତ୍ତି ଅଙ୍କିତ ହୋଇଛି ।[୨] ମନ୍ଦିର ବାହାର ପାଖ ପ୍ରବେଶ ଦ୍ୱାର ପାଖରେ ଗଜ, ଅଶ୍ୱ ଓ ନରମାନଙ୍କ ଚିତ୍ର ଅଙ୍କିତ ହୋଇଛି । ମନ୍ଦିର କାନ୍ଥରେ ଶିବ, ଗଜନ୍ତକ ଶିବ, ନୃସିଂହ, ରାଧା କୃଷ୍ଣ, ଗଣେଶ, ବରାହ, ଲକ୍ଷ୍ମୀ ଓ ଅନ୍ୟାନ୍ୟ ଦେବ ଦେବୀଙ୍କର ଛବି ଅଙ୍କିତ ହୋଇଛି । ଏହା ସହିତ ଶିକାର, ଶିକାରୀ ଓ ଷଣ୍ଢ ଯୁଦ୍ଧ ଚିତ୍ର ମଧ୍ୟ ଅଛି ।[୬]

ମନ୍ଦିର ସମ୍ମୁଖର ନନ୍ଦୀ ପ୍ରତିମୂର୍ତ୍ତି ଅଛି ଯାହା ମନ୍ଦିରକୁ ଜଗିଥିବା ଭଳି ଲାଗେ ।[୨][୪]

ମନ୍ଦିର ପରିସରରେ ଥିବା ଏକ ସ୍ଥାନରେ ପୂରାତନ ମୂର୍ତ୍ତି ସବୁ ରଖାଯାଇଛି ଯାହା ଖୋଳିବା ସମୟରେ ମିଳିଥିଲା ।[୪]

କିମ୍ବଦନ୍ତୀ ସମ୍ପାଦନା

ଏହି ମନ୍ଦିର ତିଆରି କରୁଥିବା ସ୍ଥପତି ନିଜ କାମରେ ଏତେ ମଗ୍ନ ରହୁଥିଲା ଯେ ନିଜ ଲୁଗାପଟା ପ୍ରତି ଧ୍ୟାନ ରହୁନଥିଲା । ମନ୍ଦିର କାମ ସାରିବା ପାଇଁ ଦିନ ରାତି କାମ କଲାବେଳେ ସେ ଉଲଗ୍ନ ହୋଇଯାଉଥିଲା । ତାଙ୍କର ପତ୍ନୀ ଖାଦ୍ୟ ନେଇ ଆସୁଥିଲେ । ଦିନେ ତାଙ୍କର ଭଗିନୀ ଖାଦ୍ଯ ନେଇ ଆସିଥିଲେ । ଭଉଣୀକୁ ଦେଖି ଲଜ୍ଜାରେ ନିଜ ଉଲଗ୍ନତା ଲୁଚେଇବା ପାଇଁ ଭାଇ ଛାତ ଉପରୁ କୁଣ୍ଡକୁ ଡିଆଁ ମାରିଦେଲେ । ଏହା ଦେଖି ଭଗିନୀ ମଧ୍ୟ ପାଖରେ ଥିବା ଏକ ପୋଖରୀକୁ ଡେଇଁପଡ଼ିଥିଲେ । ଉଭୟ କୁଣ୍ଡ ଓ ପୋଖରୀ ଅଦ୍ୟାପି ଅଛି । ପୋଖରୀକୁ ଅଧୁନା କଶର ତାଲାବ[୧][୪][୬] କୁହାଯାଉଛି କାରଣ ସେ ଏକ କଳଶ ଧରି ଆସୁଥିଲେ । ସେଠାରେ ଏକ କଳଶ ଭଳି ମୂର୍ତ୍ତି ଅଦ୍ୟାପି ଅଛି ।[୧]

ଅରଙ୍ଗ ସ୍ଥାନରେ ଥିବା ଏକ ମନ୍ଦିରର କୁଣ୍ଡ ସହିତ ଏହି ଲିକକାୟିତ ଲୁକ୍କାୟିତ ସୁଡଙ୍ଗ ମାଧ୍ୟମରେ ଏଠାକାର କୁଣ୍ଡ ସଂଯୁକ୍ତ ହୋଇଥିବା ବିଶ୍ୱାସ କରାଯାଏ । ସୁଡଙ୍ଗ ମଧ୍ୟରେ ସେହି ସ୍ଥପତି ଯାଇ ଅରଙ୍ଗରେ ପହଞ୍ଚିଲେ ଓ ସେଠାରେ ସେ ପଥର ପାଲଟିଗଲେ । ସେଠାରେ ବନଦେବ ମନ୍ଦିର ତିଆରି ହୋଇଛି ।[୫]

ସେହି କୁଣ୍ଡ ଭିତରକୁ ଯିବା ପାଇଁ ୨୩ଟି ପାହାଚ ଅଛି ଓ ପାଖରେ ଦୁଇଟି କୂଅ ଅଛି । ଗୋଟିଏ କୂଅରେ ଜଳ ସ୍ରୋତ କେବେ ହେଲେ ଶୁଖିଯାଏନି ।[୩]

ଗମନାଗମନ ସମ୍ପାଦନା

ଭିଲାଇ ଚାରକୋଡର ଦେଓବାଲଦା ନାମକ ଏକ ଛୋଟ ଟାଉନରେ ଏହି ମହାଦେବ ମନ୍ଦିର ନିର୍ମିତ ହୋଇଛି ।[୬] ବିଭିନ୍ନ ସ୍ଥାନ ସହିତ ଏହି ସ୍ଥାନ ରେଲ ଓ ରାସ୍ତା ଜରିଆରେ ସଂଯୁକ୍ତ ହୋଇଛି । [୨]

ରାସ୍ତା: ରାଜଧାନୀ ରାୟପୁରଠାରୁ ଏହି ମନ୍ଦିର ୨୦ କିମି ଦୂର ଓ ଭିଲାଇ ନଗରଠାରୁ ୧୫ କିମି ଦୂର ।

ରେଲ: ଏହି ମନ୍ଦିର ପାଖରେ ଦେଓବାଲଦା ଚାରକୋଦା ରେଲ ଷ୍ଟେସନ ଅଛି ଯେଉଁଠାକୁ ଲୋକାଲ ଓ ପାସେଞ୍ଜର ଟ୍ରେନ ଯିବା ଆସିବା କରେ ।

ଉଡ଼ାଜାହାଜ: ରାୟପୁରର ସ୍ୱାମୀ ବିବେକାନନ୍ଦ ଏୟାରପୋର୍ଟରୁ ଏଠାକୁ ଯିବା ଆସିବା କରିହୁଏ ।

ଗ୍ୟାଲେରି ସମ୍ପାଦନା

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା


ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "dev-baloda-shiv-temple". www.patrika.com (in hindi).{{cite web}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ ୨.୩ "Mahadev Temple in Devbaloda is 13th Century Shrine by Kalchuris". welcome236.com.
  3. ୩.୦ ୩.୧ ୩.୨ "देवबलोदा शिव मंदिर - Deobalod Shiv Temple". www.chhattisgarhgyan.in (in hindi).{{cite web}}: CS1 maint: unrecognized language (link)
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Mahadev Temple Dev Baloda". questchhattisgarh.blogspot.com (in ଇଂରାଜୀ). {{cite web}}: line feed character in |title= at position 20 (help)
  5. ୫.୦ ୫.୧ "#temple 6 महीने में बना था देवबलोदा चरोदा का 6-मासी शिव मंदिर". www.gondwanaexpress.com (in hindi). Gondwana Express. 2018-10-03. Archived from the original on 2022-01-18. Retrieved 2022-10-15.{{cite web}}: CS1 maint: unrecognized language (link)
  6. ୬.୦ ୬.୧ ୬.୨ "#temple 6 महीने में बना था देवबलोदा चरोदा का 6-मासी शिव मंदिर". chhattisgarhrojgar.com. CGRojgar Desk. 2018-10-03. Archived from the original on 2020-08-06. Retrieved 2022-10-15.