ମହମ୍ମଦ ହନିଫ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ

ମହମ୍ମଦ ହନିଫ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ମହମ୍ମଦ ହନିଫ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀନିତ୍ୟାନନ୍ଦ ମହାପାତ୍ର
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୬ ଅକ୍ଟୋବର ୧୯୬୭(୧୯୬୭-୧୦-୦୬)
ନାଗରିକତାବ୍ରିଟିଶ ଭାରତ, ଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିରାଜନୀତିଜ୍ଞ

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ସମ୍ପାଦନା

ହନିଫ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୩] ସେ ଅବକାରୀ ବିଭାଗରୁ ଚାକିରି ଛାଡ଼ି ଦେଶ ସେବାରେ ନିୟୋଜିତ ହୋଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।[୩] ୨୦୧୮ ମସିହାରେ ୧୮ଶ ଭଦ୍ରକ ପୁସ୍ତକ ମେଳାରେ ମହମ୍ମଦ ହନିଫଙ୍କର ୫୧ତମ ଶ୍ରାଦ୍ଧ ବାର୍ଷିକ ପାଳନ ହେବା ସହ ତାଙ୍କ ଜୀବନୀ ଉପରେ ରଚିତ ପୁସ୍ତକ ସଂଗ୍ରାମୀ ହନିଫ ଉନ୍ମୋଚିତ ହୋଇଥିଲା, ଯାହାର ରଚନା କରିଥିଲେ ଅଟକ ବିହାରୀ ନାୟକ ।[୪]

ରାଜନୈତିକ ଜୀବନ ସମ୍ପାଦନା

ମହମ୍ମଦ ହନିଫ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।

୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫][୬] ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୭]

୧ମ ଓଡ଼ିଶା ବିଧାନ ସଭାରେ ହନିଫ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୪] ଏଥି ସହ ସେ ରାଜ୍ୟ ସଭାକୁ ମଧ୍ୟ ମନୋନୀତ ହୋଇଥିଲେ ।[୪]

ମୃତ୍ୟୁ ସମ୍ପାଦନା

ମହମ୍ମଦ ହନିଫ ୧୯୬୭ ମସିହାର ସେପ୍ଟେମ୍ବର ମାସ ୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ୪ ଡିସେମ୍ବର ୧୯୬୭ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Late Mahamad Hanif". odishaassembly.nic.in. Odisha Assembly. Retrieved 2 May 2019.
  2. "ଜିଲ୍ଲା ସମ୍ବନ୍ଧରେ | ଭଦ୍ରକ ଜିଲ୍ଲା, ଓଡ଼ିଶା ସରକାର" (in od). Retrieved 2019-05-02.{{cite web}}: CS1 maint: unrecognized language (link)
  3. ୩.୦ ୩.୧ "ଭଦ୍ରକ ପୁସ୍ତକ ମେଳାର ୫ମ ସନ୍ଧ୍ୟା : ସଂଗ୍ରାମୀ ମହମ୍ମଦ ହନିଫଙ୍କ ୫୧ତମ ଶ୍ରାଦ୍ଧ ଉପଲକ୍ଷେ ସମର୍ପିତ - Odia Pua". DailyHunt (in ଇଂରାଜୀ). Retrieved 2019-05-02.
  4. ୪.୦ ୪.୧ ୪.୨ Dharitri. "ଭଦ୍ରକ ପୁସ୍ତକ ମେଳା: 'ସଂଗ୍ରାମୀ ମହମ୍ମଦ ହନିଫ ଭଦ୍ରକର ଗର୍ବ ଓ ଗୌରବ ଥିଲେ'". Dharitri.com (in ଇଂରାଜୀ). Retrieved 2019-05-02.
  5. "Mahamad Hanif, Bhadrak Assembly Elections 1951 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-05-02.
  6. "MLA Late Mahamad Hanif Profile | BHADRAK Constituency". naveenpatnaik.com. Archived from the original on 2017-10-26. Retrieved 2019-05-02.
  7. "MLA Late Mahamad Hanif Profile | BHADRAK Constituency". odishahelpline.com. Retrieved 2019-05-02.