ନିତ୍ୟାନନ୍ଦ ମହାପାତ୍ର
ନିତ୍ୟାନନ୍ଦ ମହାପାତ୍ର ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଏବଂ ଓଡ଼ିଆ ଔପନ୍ୟାସିକ ଥିଲେ । ସେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୭-୭୧ରେ ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଥିଲେ । [୨] ସେ ଥରେ ଜନ କଂଗ୍ରେସରୁ ଓ ଦୁଇଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ଆନ୍ଦୋଳନ କରି ସେ ତିନିଥର କାରାବରଣ କରିଥିଲେ ।[୩] ସେ ୧୧ ଖଣ୍ଡ ଉପନ୍ୟାସ, ୪ ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନ ରଚନା କରିଥିଲେ ।
ନିତ୍ୟାନନ୍ଦ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ତାଳପଦା, ଭଦ୍ରକ ଜିଲ୍ଲା | ୧୭ ଜୁଲାଇ ୧୯୧୨
ମୃତ୍ୟୁ | ୧୭ ଅପ୍ରେଲ ୨୦୧୨ | (ବୟସ ୯୯)
ବୃତ୍ତି | ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଔପନ୍ୟାସିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ଘରଡିହ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ହରପ୍ରିୟା ମହାପାତ୍ର[୧] |
ସମ୍ପର୍କୀୟ | କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ବାପା) |
୨୦୧୨ ଅପ୍ରେଲ ୧୭ରେ ସେ ଶ୍ୱାସନଳୀ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ ।
ଜୀବନୀ
ସମ୍ପାଦନାନିତ୍ୟାନନ୍ଦ ମହାପାତ୍ର ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ତାଳପଦାଠାରେ ୧୯୧୨ ଜୁଲାଇ ୧୭ (ରଥଯାତ୍ରା) ଦିନ[୪] ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତାଙ୍କ ନାମ ଥିଲା ଲବଙ୍ଗଲତା ଓ ତାଙ୍କର ପିତା ଥିଲେ ଖ୍ୟାତନାମା ଓଡ଼ିଆ ସାହିତ୍ୟିକ ଲକ୍ଷ୍ମୀକାନ୍ତ ମହାପାତ୍ର ।[୫] ସେ ତାଙ୍କ ପିତାମାତାଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । [୬]
ରଚନାବଳୀ
ସମ୍ପାଦନାନିତ୍ୟାନନ୍ଦ ମହାପାତ୍ର ୧୧ଟି ଉପନ୍ୟାସ, ୪ ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନ ରଚନା କରିଥିଲେ । ମାତ୍ର ୭ ବର୍ଷ ବୟସରେ ସେ "ସାବିତ୍ରୀ" ନାମକ ଏକ ପଦ୍ୟ ଲେଖିଥିଲେ । "ମାଉସୀ" ଥିଲା ତାଙ୍କର ପ୍ରଥମ ଗଳ୍ପ ଏବଂ "ଭୁଲ୍" ଥିଲା ତାଙ୍କର ପ୍ରଥମ ଉପନ୍ୟାସ । ଏହି ଉପନ୍ୟାସକୁ ସେ ବାପାଙ୍କ ପ୍ରଦତ୍ତ "ଅବଧୂତ" ଛଦ୍ମନାମରେ ଲେଖିଥିଲେ । ସେ ବ୍ରହ୍ମପୁର କାରାଗାରରେ ଥିବାବେଳେ ସିପିଆଇ, ଓଡ଼ିଶା ଶାଖା ପାଇଁ ଦଳର ପତାକା ଉତ୍ତୋଳନ ସଂଗୀତ "ଏଇ ଲାଲ ପତାକା ତଳେ" ରଚନା କରି ବହୁଚର୍ଚ୍ଚିତ ହୋଇଥିଲେ । ସେ ଡଗର ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।[୭] ଏଥିରେ "ଡଗର ନିତ୍ୟାନନ୍ଦ" ଶୀର୍ଷକରେ ନିଜର ବ୍ୟଙ୍ଗଚିତ୍ର ପ୍ରକାଶକରି ନିଜ ବିଷୟରେ ଲେଖିଥିଲେ:
ଆପଣ ଜଣେ ବ୍ୟର୍ଥ ପ୍ରେମିକ, ବ୍ୟର୍ଥ ରାଜନୈତିକ, ବ୍ୟର୍ଥ ଲେଖକ, ବ୍ୟର୍ଥ ସାହିତ୍ୟିକ, ବ୍ୟର୍ଥ ମନୁଷ୍ୟ, ବୋଧହୁଏ ବ୍ୟର୍ଥ ପଶୁ ମଧ୍ୟ...
ସାହିତ୍ୟ ଓ ରାଜନୀତି ଭିତରେ, ଧର୍ମ ଓ ପ୍ରେମ ଭିତରେ, ଧନୀ ଓ ଦରିଦ୍ର ଭିତରେ, ଜଡ଼ ଓ ଆଧ୍ୟାତ୍ମ ଭିତରେ ଦ୍ୱନ୍ଦ୍ୱ ଓ ସାଲିସ ବା ସାଲିସର ଅକ୍ଷମତା ହିଁ ଆପଣଙ୍କୁ 'ନିତ୍ୟ ଆନନ୍ଦ' ଦେଇଛି॥
ରଚନାବଳୀ
ସମ୍ପାଦନା
ଉପନ୍ୟାସସମ୍ପାଦନା
|
ଗଳ୍ପସମ୍ପାଦନା
କବିତାସମ୍ପାଦନା
ଜୀବନୀସମ୍ପାଦନା
|
ପୁରସ୍କାର ଓ ସମ୍ମାନ
ସମ୍ପାଦନା- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୭ [୧୦]
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୧୯୯୯ [୧୧]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୦ [୧୨]
- ଉତ୍କଳ ରତ୍ନ ସମ୍ମାନ, ୨୦୦୬
- ସହକାର ସମ୍ମାନ
ଆଧାର
ସମ୍ପାଦନା- ↑ http://www.newindianexpress.com/states/odisha/article382569.ece[permanent dead link]
- ↑ "Nityananda Mohapatra no more | | | The New Indian Express". expressbuzz.com. 2012. Retrieved 12 May 2012.
He was minister for Cultural Affairs and Food and Civil Supplies
[permanent dead link] - ↑ "Profile of Shri Nityananda Mahapatra". Orissa Legislative Assembly. Archived from the original on 26 March 2012. Retrieved 21 June 2011.
- ↑ http://www.odishatv.in/litterateur-nityananda-mohapatra-dead/[permanent dead link]
- ↑ Mahotsav, Amrit. "Nityananda Mahapatra". Azadi Ka Amrit Mahotsav, Ministry of Culture, Government of India (in English). Retrieved 2023-09-28.
{{cite web}}
: CS1 maint: unrecognized language (link) - ↑ "ଆର୍କାଇଭ୍ କପି". Archived from the original on 2021-10-22. Retrieved 2012-05-12.
{{cite web}}
: Cite has empty unknown parameter:|1=
(help) - ↑ Nayak, Jatindra K. (2012). "The Hindu : States / Other States : Odisha's man of many parts". thehindu.com. Retrieved 12 May 2012.
Under his inspiring editorship, Dagara (Messenger)...
- ↑ "'ହିଡ଼ମାଟି'ର ସ୍ରଷ୍ଟା". ସମ୍ବାଦ ଭୁବନେଶ୍ୱର ସଂସ୍କରଣ. 17 June 2015. Archived from the original on 4 March 2016. Retrieved 17 June 2015.
- ↑ "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୨୮- ଡିସେମ୍ବର ୧୧, ୨୦୧୫ ପୃଷ୍ଠା ୪. Retrieved 8 December 2015.
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021.
{{cite web}}
: Check date values in:|accessdate=
(help) - ↑ "NITYANAND MOHAPATRA". orissadiary.com. 2012. Archived from the original on 16 May 2012. Retrieved 12 May 2012.
In 1999, he was adorned with Atibadi Jagannath Das Award
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 2019-03-27. Retrieved ୧୮ ଜୁନ ୨୦୨୧.
{{cite web}}
: Check date values in:|accessdate=
(help)