ମଳଦ୍ୱାର କର୍କଟ

ମଳଦ୍ୱାର କର୍କଟ ଏକ ପ୍ରକାର କର୍କଟ ରୋଗ ଯାହା ପାଇଅନ୍ତନଳୀର ଶେଷ ଭାଗରେ ଥିବା ମଳଦ୍ୱାରରୁ ସୃଷ୍ଟି ହୁଏ ।

 

Anal cancer
Diagram showing stage 1 anal cancer
ବିଭାଗOncology
ଲକ୍ଷଣAnal bleeding or lump[୧]
ଆକ୍ରାନ୍ତ ସମୟAge over 45 years[୨]
ବିପଦ କାରକHuman papillomavirus (HPV), HIV/AIDS, receptive anal sex, smoking, many sexual partners[୧]
ରୋଗ ନିର୍ଣ୍ଣୟ ପଦ୍ଧତିPhysical examination, tissue biopsy[୧]
ସଠିକ ରୋଗ ନିର୍ଣ୍ଣୟAnal warts, hemorrhoids, anal fissure[୩]
ପ୍ରତିକାରHPV vaccination, avoiding risk factors[୪]
ଚିକିତ୍ସାRadiation therapy, chemotherapy, surgery[୧]
PrognosisFive year survival ~68% (US 2015)[୨]
ପୁନଃପୌନିକ8,300 (US 2019)[୨]
ମୃତ୍ୟୁ ସାନ୍ଦ୍ରତା1,280 (US 2019)[୨]

ମଳଦ୍ୱାର କର୍କଟ ଏକ ପ୍ରକାର କର୍କଟ ରୋଗ ଯାହା ପାଇଅନ୍ତନଳୀର ଶେଷ ଭାଗରେ ଥିବା ମଳଦ୍ୱାରରୁ ସୃଷ୍ଟି ହୁଏ । [୧] ଏହି ରୋଗରେ ମଳଦ୍ୱାର ପାଖରେ ଗୋଟାଳି ସୃଷ୍ଟି ହୁଏ ବା ମଳଦ୍ୱାରରୁ ରକ୍ତସ୍ରାବ ହୁଏ | [୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମଳଦ୍ୱାରରେ ଯନ୍ତ୍ରଣା, ଗଲୁ କିମ୍ବା ତରଳ ପଦାର୍ଥ ନିର୍ଗତ ହୋଇପାରେ। [୧] ଅନ୍ତନଳୀର ଗତି ପରିବର୍ତ୍ତନ ମଧ୍ୟ ହୋଇପାରେ | [୧]

ବିପଦ କାରଣ ମଧ୍ୟରେ ମାନବ ପାପିଲୋମାଭୂତାଣୁ (ଏଚପିଭି) (HPV), ଏଚ୍.ଆଇ.ଭି / ଏଡସ୍, ଏକାଧିକ ଯୌନ ସାଥୀ, ଧୂମପାନ ଏବଂ ମଳଦ୍ୱାର ମୈଥୁନ ଅନ୍ତର୍ଭୁକ୍ତ ହୋଇପାରେ | [୧] ମଳଦ୍ୱାର କର୍କଟ ସାଧାରଣତଃ ଏକ ପ୍ରକାର ସ୍କ୍ୱାମସ ସେଲ କର୍କଟ ରୋଗ | [୫] ଆଡେନୋକାର୍ସିନୋମା, ସ୍ମଲ ସେଲ କାର୍ସିନୋମା ଓ ମେଲାନୋମା ଯୋଗୁ ମଧ୍ୟ ଏହି ରୋଗ ସଙ୍କଟ ଆସିପାରେ ।[୫] ଶାରୀରିକ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରିବା ପରେ ତନ୍ତୁ ବାୟୋପ୍ସି କରି ସୁନିଶ୍ଚିତ କରାଯାଏ। [୧]

ବିପଦ କାରଣ ଗୁଡ଼ିକ ଏଡ଼େଇବା ଏବଂ ଏଚପିଭି ଟିକା ଦେଇ ଏହି ରୋଗକୁ ପ୍ରତିରୋଧ କରାଯାଇ ପାରେ | [୬] ମାନକ ଚିକିତ୍ସାରେ ବିକିରଣ ଥେରାପି, କେମୋଥେରାପି ଓ ଅସ୍ତ୍ରୋପଚାର କରି ଏହାର ଚିକିତ୍ସା କରାଯାଏ । ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୮,୩୦୦ ଲୋକଙ୍କର ଏହି ରୋଗ ନିର୍ଣ୍ଣୟ ହୁଏ ଯାହାକି ପ୍ରାୟ ୦.୫% ନୂତନ କର୍କଟ ରୋଗର ପ୍ରତିନିଧିତ୍ୱ କରିଥାଏ। [୨] ସାଧାରଣତଃ ୪୫ ବର୍ଷ ବୟସ ପରେ ଏହି ରୋଗ ହୋଇଥାଏ। [୨] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। [୨] ୧୯୯୦ ମସିହା ପରଠାରୁ ଏହି ରୋଗ ସଂଖ୍ୟା ବୃଦ୍ଧି ପାଇଛି। [୫] ଯୁକ୍ତରାଷ୍ଟ୍ରରେ ଏହି ରୋଗରେ ବଞ୍ଚିବା ହାର ପ୍ରାୟ ୬୮% ଅଟେ। [୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Anal Cancer Treatment". National Cancer Institute (in ଇଂରାଜୀ). 2018. Retrieved 30 May 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Cancer of the Anus, Anal Canal, and Anorectum - Cancer Stat Facts". SEER (in ଇଂରାଜୀ). Retrieved 30 May 2019.
  3. Garden, O. James; Bradbury, Andrew W.; Forsythe, John L. R.; Parks, Rowan W. (2012). Principles and Practice of Surgery E-Book (in ଇଂରାଜୀ). Elsevier Health Sciences. p. 272. ISBN 9780702051166.
  4. "Anal Cancer Prevention". National Cancer Institute (in ଇଂରାଜୀ). 14 February 2014. Retrieved 30 May 2019.
  5. ୫.୦ ୫.୧ ୫.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; Nel2017 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; NCI2019Pre ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।