ଏଚପିଭି ଟିକା
ହ୍ୟୁମ୍ୟାନ ପାପିଲୋମା ଭୁତାଣୁ (ଏଚପିଭି) ଟିକା ଏକ ପ୍ରକାର ଟିକା ଯାହା କେତେକ ପ୍ରକାର ହ୍ୟୁମ୍ୟାନ ପାପିଲୋମା ଭୁତାଣୁ ସଂକ୍ରମଣକୁ ପ୍ରତିରୋଧ କରେ ।[୧] ମିଳୁଥିବା ଟିକା ୨ ବା ୪ ବା ୯ ପ୍ରକାର ଏଚପିଭି ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ ।[୧][୨] ସବୁ ପ୍ରକାର ଟିକା ଅତି କମ୍ରେ ଏଚପିଭି ୧୬ ଓ ୧୮ ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ ଯେହେତୁ ଏହି ଦୁଇ ପ୍ରକାର ଭୁତାଣୁ ଜରାୟୁ ଗ୍ରୀବା କର୍କଟ ରୋଗ ସଙ୍କଟର କାରଣ ହୋଇପାରେ । ଏହି ଟିକା ଯୋଗୁ ୭୦ % ଜରାୟୁ ଗ୍ରୀବା କର୍କଟ, ୮୦% ମଳାଶୟ କର୍କଟ, ୬୦ % ଯୋନୀପଥ କର୍କଟ, ୪୦ % ମହିଳା ଯୋନୀ କର୍କଟ ଓ ସମ୍ଭବତଃ କେତେକ ମୁଖ କର୍କଟ ରୋଗରୁ ସୁରକ୍ଷା ମିଳେ । [୩][୪][୫] ଅଧିକନ୍ତୁ ଏଚପିଭି ୪ ଓ ୯ ଟିକା ଯୋଗୁ ଯୋନୀ ୱାର୍ଟରୁ ସୁରକ୍ଷା ମିଳେ । [୧]
Vaccine description | |
---|---|
Target disease | human papillomavirus |
Type | Protein subunit |
Clinical data | |
Trade names | Gardasil, Cervarix |
Pregnancy category |
|
Routes of administration | injection |
ATC code | |
Legal status | |
Legal status |
|
Identifiers | |
ChemSpider |
|
(what is this?) (verify) |
ରୁଟିନ ଟିକାକରଣ ସହିତ ଏଚପିଭି ଟିକା ସବୁ ସକ୍ଷମ ଦେଶରେ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଉଛି । ବୟସ ଅନୁପାତରେ ଦୁଇ ବା ତିନି ଡୋଜ ଟିକା ଦେବା ଆବଶ୍ୟକ । ଝିଅମାନଙ୍କୁ ୯ରୁ ୧୩ ବର୍ଷ ବୟସ ମଧ୍ୟରେ ଟିକା ଦେବା କଥା । ଏହି ଟିକା ଅତି କମ୍ରେ ୮ ବର୍ଷ ସୁରକ୍ଷା ଦିଏ । ଟିକା ନେବା ପରେ ମଧ୍ୟ ଜରାୟୁଗ୍ରାବା କର୍କଟ ସ୍କ୍ରୀନିଙ୍ଗ (Cervical cancer screening) କରିବା ଆବଶ୍ୟକ । [୬] ଥରେ ସଂକ୍ରମିତ ହୋଇସାରିଲା ପରେ ଟିକା ଦେଲେ ଅକାମୀ ହୋଇଯାଏ । [୧]
ଏଚପିଭି ଟିକା ବହୁତ ନିରାପଦ । ଇଞ୍ଜେକସନ ସ୍ଥାନରେ ୮୦ % ଲୋକଙ୍କର କଷ୍ଟ ହୁଏ । ସେହି ସ୍ଥାନଟି ଫୁଲିଯାଇପାରେ, ଲାଲ ଦେଖାଯାଏ ଓ ଜ୍ୱର ହୋଇପାରେ । ଗୁଲେନ-ବାରେ ସିଣ୍ଡ୍ରୋମ ସହିତ କୌଣସି ଲିଙ୍କ ମିଳିନାହିଁ । [୧]
ପ୍ରଥମ ଏଚପିଭି ଟିକା ସନ ୨୦୦୬ରେ ମିଳିଲା । ସନ ୨୦୧୪ ସୁଦ୍ଧା ୫୮ଟି ଦେଶ ଏହାକୁ ରୁଟିନ ଭାବରେ ଦେଉଛନ୍ତି ବିଶେଷତଃ ଝିଅମାନଙ୍କୁ ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଡୋଜ ପିଛା ୪୭ ଆମେରିକୀୟ ଡଲାର ଥିଲା ।[୮] ଆମେରିକାରେ ଏହାର ମୂଲ୍ୟ ୨୦୦ ଡଲାର ଅପେକ୍ଷା ଅଧିକ ।[୯] ବିକାଶଶୀଳ ଦେଶମାନଙ୍କରେ ଏହା ଲାଭଜନକ ହୁଏ । [୧୦]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Human papillomavirus vaccines: WHO position paper, October 2014" (PDF). Weekly epidemiological record. 43 (89): 465-492. Oct 24, 2014. PMID 25346960.
- ↑ Kash, N; Lee, MA; Kollipara, R; Downing, C; Guidry, J; Tyring, SK (3 April 2015). "Safety and Efficacy Data on Vaccines and Immunization to Human Papillomavirus". Journal of clinical medicine. 4 (4): 614–33. doi:10.3390/jcm4040614. PMID 26239350.
{{cite journal}}
: CS1 maint: unflagged free DOI (link) - ↑ De Vuyst, H; Clifford, GM; Nascimento, MC; Madeleine, MM; Franceschi, S (1 April 2009). "Prevalence and type distribution of human papillomavirus in carcinoma and intraepithelial neoplasia of the vulva, vagina and anus: a meta-analysis". International journal of cancer. Journal international du cancer. 124 (7): 1626–36. doi:10.1002/ijc.24116. PMID 19115209.
- ↑ Takes, RP; Wierzbicka, M; D'Souza, G; Jackowska, J; Silver, CE; Rodrigo, JP; Dikkers, FG; Olsen, KD; Rinaldo, A; Brakenhoff, RH; Ferlito, A (December 2015). "HPV vaccination to prevent oropharyngeal carcinoma: What can be learned from anogenital vaccination programs?". Oral oncology. 51 (12): 1057–60. doi:10.1016/j.oraloncology.2015.10.011. PMID 26520047.
- ↑ Thaxton, L; Waxman, AG (May 2015). "Cervical cancer prevention: immunization and screening 2015". The Medical clinics of North America. 99 (3): 469–77. doi:10.1016/j.mcna.2015.01.003. PMID 25841595.
- ↑ Saville, AM (30 November 2015). "Cervical cancer prevention in Australia: Planning for the future". Cancer cytopathology. PMID 26619381.
- ↑ "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
- ↑ "Vaccine, Hpv". International Drug Price Indicator Guide. Archived from the original on 17 December 2019. Retrieved 6 December 2015.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 314. ISBN 9781284057560.
- ↑ Fesenfeld, M; Hutubessy, R; Jit, M (20 August 2013). "Cost-effectiveness of human papillomavirus vaccination in low and middle income countries: a systematic review". Vaccine. 31 (37): 3786–804. doi:10.1016/j.vaccine.2013.06.060. PMID 23830973.