ଏହା ସାଧାରଣତଃ ବିଭିନ୍ନ ରଙ୍ଗରେ ଦେଖିବାକୁ ମିଳେ । ଏହା ମୁଖ୍ୟତଃ ହିନ୍ଦୁ ଦେବଦେବୀମାନଙ୍କର ପୁଜାରେ ଲାଗିଥାଏ । ଏହା ସବୁ ଋତୁରେ ଫୁଟିଥାଏ। ଏହି ଗଛ ସାଧାରଣତଃ ଝଙ୍କାଳିଆ ହୋଇଥାଏ । ଏହାର ପତ୍ରଗୁଡ଼ିକ ଅଳ୍ପ କଟାକଟା ହୋଇଥାଏ। ଏହି ଗଛ ବହୁତ ବର୍ଷ ବଞ୍ଚିଥାଏ । ଏହା ମୁଖ୍ୟତଃ ପୂର୍ବ ଏସିଆରେ ମିଳିଥାଏ । ଏହି ଫୁଲରେ ଔଷଧୀୟ ଗୁଣ ଥାଏ । ମନ୍ଦାର ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଏକ ସୁନ୍ଦର ଫୁଲ ଭାବେ ମଧ୍ୟ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ କୁଞ୍ଚୁ-କୁଞ୍ଚିଆ। ଫୁଲ ଗୁଡ଼ିକ ଗୋଟିକିଆ ହୋଇ ଫୁଟେ। ଏହାର କଢ଼ି ସକାଳୁ ଟିକେ ଟିକେ ଖୋଲିବାକୁ ଆରମ୍ଭ କରେ ଓ ବାୟୁମଣ୍ଡଳର ତାପମାତ୍ରା ବଢିବା ସହିତ ଏହା ପୂରା ଖୋଲି ଯାଏ।

ମନ୍ଦାର
ମନ୍ଦାର ଫୁଲ ଓ ପତ୍ର
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Malvales
କୁଳ: Malvaceae
ପ୍ରଜାତି: Hibiscus
ଜାତି: H. rosa-sinensis
ବାଇନୋମିଆଲ ନାମ
Hibiscus rosa-sinensis
ମନ୍ଦାର ଫୁଲ

ବିବିଧ ଭାଷାରେ ନାମ

ସମ୍ପାଦନା
ଭାଷା ନାମ
ଓଡ଼ିଆ ମନ୍ଦାର
ସଂସ୍କୃତ ଜପା
ହିନ୍ଦୀ Jasut
ଗୁଜରାଟୀ Jasuva
ତାମିଲ Semparuthi
ତେଲୁଗୁ Java pushpanudasam
ବଙ୍ଗଳା Joba
ମରାଠି Dasindacha phula
ମାଲୟାଲମ Chembarathi
ବର୍ମିଜ Hkaung-yarn ban
English Hibiscus

ବ୍ୟବହାର

ସମ୍ପାଦନା

ଏହାର ସର୍ବାଙ୍ଗ ଔଷଧ ରୂପେ ବ୍ୟବହାର କରାଯାଏ।

  • ଥଣ୍ଡା ସର୍ଦ୍ଦିରେ (ମୂଳର ଅର୍କ)
  • ମୃଦୁ ବିରେଚକ (ପତ୍ର)
  • ଦରଜ ଦୂରକାରୀ
  • ଆନ୍ତରିକ ଓ ବାହ୍ୟ କ୍ଷତ ଭଲକରେ (ଫୁଲ)।
  • ଖାଦ୍ୟନଳୀର ରୋଗ ଦୂରକରେ (ଫୁଲ)।
  • ଦେହର ତାପମାତ୍ରାକୁ କମାଏ।
  • ପ୍ରମେହ, ପ୍ରଦର ଆଦି ଦୂର କରେ (କଢ଼)।

ଅନ୍ୟାନ୍ୟ

ସମ୍ପାଦନା

ବାହାର ଆଧାର

ସମ୍ପାଦନା
  • Plants That Heal by Dr. J C Kurian, Oriental Watchman Publishing House, Pune, India
  • ଲକ୍ଷ୍ମଣ ମିଶ୍ରଙ୍କ ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା

ଗ୍ୟାଲେରି

ସମ୍ପାଦନା

Cultivars with flowers of many colours are used as ornamental plants: