ମନୋଜ ପଟ୍ଟନାୟକ (ଗୀତିକାର)

ଓଡ଼ିଆ ଗୀତିକାର

ମନୋଜ ପଟ୍ଟନାୟକ (ଜନ୍ମ: ୨୪ ଜୁନ ୧୯୫୫, କଟକ) ଜଣେ ଓଡ଼ିଆ ଗୀତିକବି ତଥା ଗୀତିକାର । ସେ ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଆ ଓଡ଼ିଆ ଭାଷାରେ ଗୀତ ରଚନ କରୁଛନ୍ତି । ଆକାଶବାଣୀ, ଦୂରଦର୍ଶନ ସମେତ ବିଭିନ୍ନ ଆଲବମ୍ କ୍ୟାସେଟ୍, ୟୁଟ୍ୟୁବ୍ ଭିଡିଓ ପାଇଁ ସେ ଗୀତ ରଚନା କରିଛନ୍ତି । ୨୦୧୧ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ତୁମେ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ମନୋଜ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନମନୋଜ ପଟ୍ଟନାୟକ
(1955-06-24) ୨୪ ଜୁନ ୧୯୫୫ (ବୟସ ୬୮)
ନନ୍ଦୀ ସାହି, ଚୌଧୁରୀ ବଜାର, କଟକ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିତୁମେ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧[୧]
ଜୀବନସାଥୀଗୋପୀନାଥ ପଟ୍ଟନାୟକ (ବାପା)
ପ୍ରତିମା ପଟ୍ଟନାୟକ (ମାଆ)

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ମନୋଜ ପଟ୍ଟନାୟକ ୧୯୫୫ ମସିହାର ଜୁନ ୨୪ ତାରିଖରେ କଟକ ଜିଲ୍ଲାର ଚୌଧୁରୀ ବଜାରସ୍ଥିତ ସନ୍ଦୀ ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋପୀନାଥ ପଟ୍ଟନାୟକ ଓ ମାତାଙ୍କ ନାମ ପ୍ରତିମା ପଟ୍ଟନାୟକ । ସେ କଟକସ୍ଥିତ ପ୍ୟାରୀମୋହନ ଏକାଡେମୀ ହାଇସ୍କୁଲରୁ ପାଠ ପଢ଼ା ଶେଷ କରି ଖ୍ରୀଷ୍ଟ ମହାବିଦ୍ୟାଳୟରେ ଦୁକ୍ତ ଦୁଇ ପଢ଼ିଥିଲେ । ପରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିବା ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ୍‌ରେ ମଧ୍ୟ ସ୍ନାତକ କରିଥିଲେ । ସେ କଟକ ବୋର୍ଡ଼ ଅଫ୍ ରେଭିନ୍ୟୁରେ ଚାକିରୀ କରିଥିଲେ ।[୨]

ଗୀତ ରଚନା ଏବଂ ସାହିତ୍ୟିକ ଜୀବନ ସମ୍ପାଦନା

ଅତିଶ କୁମାର ମଜୁମଦାର ତାଙ୍କ ଗୀତର ପ୍ରସଂଶା କରିବା ସହିତ ତାଙ୍କୁ ଗୀତିକାର ନରସିଂହ ମହାପାତ୍ରଙ୍କ ସହିତ ସାକ୍ଷାତର ପରାମର୍ଶ ଦେଇଥିଲେ । ଶ୍ରୀଯୁକ୍ତ ମହାପାତ୍ର ତାଙ୍କୁ ବିଭିନ୍ନ କଣ୍ଠଶିଳ୍ପୀ ଓ ସଙ୍ଗୀତକାରଙ୍କ ସହିତ ଭେଟ କରାଇଥିଲେ । ସେତେବେଳକୁ ତାଙ୍କ ଗୀତ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିଲା, ଯାହାକି ତାଙ୍କୁ ଗୀତ ଲେଖିବାକୁ ପ୍ରେରଣା ଦେଇଥିଲା ।

ସେ ରାଜ୍ୟସ୍ତରୀୟ ଓଡ଼ିଆ ଗୀତିକବି ସମାଜର ମୂଳ ସଭ୍ୟ ଥିଲେ ଏବଂ ପରବର୍ତ୍ତୀ ସମୟରେ ସମ୍ପାଦକ ଓ ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ରଚନାବଳୀ ସମ୍ପାଦନା

  • ତୁମେ (ଗୀତିକବିତା)
  • ହସର ରଙ୍ଗ ଲାଲ୍ (କ୍ଷୁଦ୍ରଗଳ୍ପ)

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "୨୦୦୮, ୨୦୦୯, ୨୦୧୦ ମସିହାରେ ପ୍ରକାଶିତ ୨୦୧୧ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 29 October 2021. Retrieved 15 July 2022.
  2. "ଗୀତିକବିତା ହୃଦୟକୁ ଆନ୍ଦୋଳିତ କରେ". ଧରିତ୍ରୀ. 1 August 2021. Archived from the original on 29 July 2022. Retrieved 29 July 2022. {{cite news}}: |archive-date= / |archive-url= timestamp mismatch; 1 ଅଗଷ୍ଟ 2021 suggested (help)