ମନମୋହନ ଚୌଧୁରୀ
ମନମୋହନ ଚୌଧୁରୀ (୧୧ ଅକ୍ଟୋବର ୧୯୧୫ - ୨ ଜୁନ ୨୦୦୩) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ଓ ସାହିତ୍ୟିକ ଥିଲେ ।[୧] ସେ ୧୯୮୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୯୭ ମସିହାରେ ଶାରଳା ପୁରସ୍କାର ପାଇଥିଲେ ।
ମନମୋହନ ଚୌଧୁରୀ | |
---|---|
ଜନ୍ମ | ୧୧ ଅକ୍ଟୋବର ୧୯୧୫ |
ମୃତ୍ୟୁ | ୨ ଜୁନ ୨୦୦୩ | (ବୟସ ୮୭)
ଜାତୀୟତା | ଭାରତୀୟ |
ବୃତ୍ତି | ସର୍ବୋଦୟ ନେତା ଓ ସାହିତ୍ୟିକ |
ଉଲ୍ଲେଖନୀୟ କୃତି | ହାଟ-ବଜାରରେ ବ୍ରହ୍ମଜ୍ଞାନ |
ବୈବାହିକ-ସାଥୀ | ସୁମିତ୍ରା ଚୌଧୁରୀ |
ପିତାମାତା | ଗୋପବନ୍ଧୁ ଚୌଧୁରୀ, ରମାଦେବୀ ଚୌଧୁରୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ବାଲ୍ୟଜୀବନ
ସମ୍ପାଦନାମନମୋହନ ଚୌଧୁରୀଙ୍କ ପିତା ଗୋପବନ୍ଧୁ ଚୌଧୁରୀ ଓ ମାତା ରମାଦେବୀ ଚୌଧୁରୀ ଉଭୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୨] ପିଲାଦିନରୁ ହିଁ ମନମୋହନ, ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।[୩] ପିଲାଦିନେ ତାଙ୍କ ସାଙ୍ଗସାଥୀମାନେ ତାଙ୍କୁ "ଗାନ୍ଧୀ" ବୋଲି ଚିଡାଉଥିଲେ । ଥରେ ସେ ଖଦଡ଼ ପିନ୍ଧି ଏକ ବାହାଘରକୁ ମାର୍କୁଣ୍ଡି ହୋଇ ମଧ୍ୟ ଯାଇଥିଲେ । କୌଣସି ବିଧିବଦ୍ଧ ଶିକ୍ଷାଗ୍ରହଣ କରିନଥିଲେ ମଧ୍ୟ ମନମୋହନ ନିଜ ପ୍ରଚେଷ୍ଟାରେ ଏକାଧିକ ଭାରତୀୟ ଓ ବିଦେଶୀ ଭାଷା ଶିଖି ପାରିଥିଲେ ।[୪]
ରାଜନୈତିକ ଜୀବନ
ସମ୍ପାଦନାମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ, ମନମୋହନ ପିଲାବେଳରୁ ଦେଶପ୍ରେମୀ ଥିଲେ ।[୫] ସ୍ୱାଧୀନତା ଆନ୍ଦୋଳନରେ ସେ ପ୍ରତକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରେସର ଯୋଗଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ସେ କଂଗ୍ରେସ ଛାଡି ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ଜୀବନର ଶେଷ ଭାଗରେ ସେ ଗାଁ ସ୍ତରରେ କ୍ଷମତା ବିକେନ୍ଦ୍ରୀକରଣ କରିବା ପାଇଁ କାର୍ଯ୍ୟ କରୁଥିଲେ । ମହାତ୍ମା ଗାନ୍ଧୀ, ବିନୋବା ଭାବେ, ଜୟପ୍ରକାଶ ନାରାୟଣ, ଆଚାର୍ଯ୍ୟ ହରିହର ଓ ରବିନ୍ଦ୍ରନାଥ ଠାକୁରଙ୍କ ସହ ତାଙ୍କର ବ୍ୟକ୍ତିଗତ ପରିଚୟ ଥିଲା ।
ସାହିତ୍ୟିକ ଜୀବନ
ସମ୍ପାଦନାମନମୋହନ କେବେ ସ୍କୁଲ କଲେଜ ଯାଇନଥିଲେ ମଧ୍ୟ ହିନ୍ଦୀ, ବଙ୍ଗଳା, ଅହମୀୟା ଓ ଇଂରାଜୀ ଆଦି ଭାଷାକୁ ଶିଖି ପାରିଥିଲେ ।[୬] ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ସେ ତିରିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ଉଭୟ ଓଡ଼ିଆ ଓ ଇଂରାଜୀ ପୁସ୍ତକ ଅନୁବାଦ ମଧ୍ୟ କରିଛନ୍ତି । ୨୦୦୩ ମସିହା ଜୁନ ୨ ତାରିଖରେ ମନମୋହନଙ୍କ ତିରୋଧାନ ଘଟିଥିଲା । [୭]
ରଚନାବଳୀ
ସମ୍ପାଦନା- ହାଟ-ବଜାରରେ ବ୍ରହ୍ମଜ୍ଞାନ
- ପରଶମଣୀର ସନ୍ଧାନେ
- ବିଦେଶୀ ଯନ୍ତାରେ ଭାରତ
- ଏକତ୍ର ଆହ୍ୱାନ
- କ୍ରାନ୍ତି ଯାତ୍ରା
- ଜନତା କା ରାଜ(ହିନ୍ଦୀ ପୁସ୍ତକ)
- ଏକ୍ସପ୍ଲୋରିଙ୍ଗ ଗାନ୍ଧୀ(ଇଂରାଜୀ ପୁସ୍ତକ)
- କସ୍ତୁରୀ ମୃଗ ସମ(ଆତ୍ମ ଚରିତ)
- ସର୍ବୋଦୟ ପତ୍ରିକା(ସମ୍ପାଦନା)
- ଭିଜିଲ୍(ଇଂରାଜୀ ପତ୍ରିକା ସମ୍ପାଦନା)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୨
- ଶାରଳା ପୁରସ୍କାର, ୧୯୯୭
ଆଧାର
ସମ୍ପାଦନା- ↑ Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 253–. ISBN 978-81-260-0873-5.
- ↑ Aruṇa Kumāra Mahānti (2006). From bondage to freedom: memories of the freedom struggle in Orissa. Rupantar. ISBN 978-81-901759-4-4.
- ↑ http://odisha.gov.in/e-magazine/Orissareview/Aug2006/engpdf/1-5.pdf
- ↑ http://www.academia.edu/7807692/A_New_Morning_With_Chitta_Ranjan
- ↑ http://www.telegraphindia.com/1110131/jsp/orissa/story_13514763.jsp
- ↑ http://www.iopb.res.in/~maharana/Annapurna-Biography.pdf
- ↑ ସମ୍ବାଦ ୧୧/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬ରେ ପ୍ରକାଶିତ ଲେଖା "ସର୍ବୋଦୟ ଜ୍ୟୋତି ମନମୋହନ"