ଜୟପ୍ରକାଶ ନାରାୟଣ (୧୧ ଅକ୍ଟୋବର ୧୯୦୨ – ୮ ଅକ୍ଟୋବର ୧୯୭୯) (ଲୋକ ନାୟକ ବା JP ନାମରେ ଲୋକପ୍ରିୟ) ଜଣେ ଚିନ୍ତା ନାୟକ, ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା କମ୍ୟୁନିଷ୍ଟ ରାଜନେତା । ୧୯୭୦ ଦଶକର ମଧ୍ୟଭାଗରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ଏକ ଆନ୍ଦୋଳନର ନେତୃତ୍ୱ ନେଇ ସେ ବେଶ ଚର୍ଚ୍ଚିତ ହୋଇଥିଲେ । ତାଙ୍କର ରାଷ୍ଟ୍ରବାଦୀ ସାଥୀ ତଥା ହିନ୍ଦୀ ଭାଷାର ଲେଖକ ରାମବୃକ୍ଷ ବେଣୀପୁରୀ ହେଉଛନ୍ତି ଜୟପ୍ରକାଶଙ୍କ ଜୀବନୀ "ଜୟପ୍ରକାଶ"ର ରଚୟୀତା । ୧୯୯୯ ମସିହାରେ ସମାଜ ସେବା କ୍ଷେତ୍ରରେ ଜୟପ୍ରକାଶଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ଉପାଧୀ ଭାରତ ରତ୍ନଦ୍ୱାରା ସମ୍ମାନିତ କରାଯାଇଥିଲା । ପାଟଣାର ବିମାନ ବନ୍ଦର, ନୂଆ ଦିଲ୍ଲୀର ବାହୁଦୁର ଶାହା ଜାଫର ମାର୍ଗରେ ଅବସ୍ଥିତ ଏକ ପାର୍କ ଏବଂ ଦିଲ୍ଲୀର ସର୍ବ ବୃହତ ଚିକିତ୍ସାଳୟ ମଧ୍ୟ ଜୟପ୍ରକାଶଙ୍କ ନାମରେ ନାମିତ । ଅଗଷ୍ଟ ୧, ୨୦୧୫ରେ ଛାପ୍ରା-ଦିଲୀ-ଛାପ୍ରା ସାପ୍ତାହିକ ଦୃଗାମୀ ରେଳ ମଧ୍ୟ ଜୟପ୍ରକାଶଙ୍କ ସମ୍ମାନାର୍ଥେ "ଲୋକନାୟକ ଏକ୍ସପ୍ରେସ" ନାମରେ ନାମିତ ହୋଇଛି ।[୧]

୧୯୮୦ର ଏକ ଡାକଟିକଟରେ ଜୟପ୍ରକାଶ ନାରାୟଣ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଉଚ୍ଚ ଶିକ୍ଷା ସମ୍ପାଦନା

ରାଜନୈତିକ ଜୀବନ ସମ୍ପାଦନା

ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ ସମ୍ପାଦନା

ଆଧାର ସମ୍ପାଦନା

  1. "Archived copy". Archived from the original on 18 ଅକ୍ଟୋବର 2015. Retrieved 1 ଅଗଷ୍ଟ 2015.{{cite web}}: CS1 maint: archived copy as title (link)