ଭୂଖା

୧୯୮୯ର ଓଡ଼ିଆ କଥାଚିତ୍ର

ଭୂଖା ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ କଥାଚିତ୍ର । 'ଭୂଖା' ସମ୍ବଲପୁରୀ ଭାଷାରେ ନିର୍ମିତ ପ୍ରଥମ କଥାଚିତ୍ର, ଏହା ସବ୍ୟସାଚୀ ମହାପାତ୍ରଙ୍କଦ୍ୱାରା କୁମାର୍ ପ୍ରଡକ୍ସନ୍ ବ୍ୟାନର୍ ତଳେ ନିର୍ମିତ ହୋଇଥିଲା । ଏହା ମଙ୍ଗଳୁ ଚରଣ ବିଶ୍ୱାଳଙ୍କଦ୍ୱାରା ଲିଖିତ ସମ୍ବଲପୁରୀ ନାଟକ ଭୂଖା ଉପରେ ଆଧାରିତ ।[୧] 'ଭୂଖା'ରେ ପଶ୍ଚିମ ଓଡ଼ିଶାର ଗରିବ ହରିଜନ ଅଧିବାସୀଙ୍କ ବଜନିଆ ସମାଜର ଲୋକଙ୍କ ଜୀବନ ଓ ଜୀବିକା ଉପରେ ଆଧୁନିକ ସଭ୍ୟତା କିଭଳି ଭାବରେ ପ୍ରଭାବ ପକାଉଛି ଏବଂ ସେମାନେ ଧନୀ ଶ୍ରେଣୀର ଲୋକଙ୍କ ଅତ୍ୟାଚାର ସତ୍ତ୍ୱେ ନିଜର ଜୀବିକା, ସଂକୃତି,ଓ ପରମ୍ପରାକୁ କିଭଳି ଭାବରେ ବଜାୟ ରଖିଛନ୍ତି ତାହା ଅତି ସୁନ୍ଦର ଭବରେ ଚିତ୍ରଣ କରାଯାଇଛି । ଏହା ଓଡ଼ିଶାର ପ୍ରଥମ ଆଞ୍ଚଳିକ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । [୨][୩][୪]

ଭୂଖା
ନିର୍ଦ୍ଦେଶକସବ୍ୟସାଚୀ ମହାପାତ୍ର
ମୂଳ ଆଧାରଭୁଖା 
by ମଙ୍ଗଳୁ ଚରଣ ବିଶ୍ୱାଳ
କଳାକାରଶରତ ପୂଜାରୀ, ସାଧୁ ମେହେର, ବିଜୟ ପୂଜାରୀ, ସ୍ୱାତୀ ରାୟ
ସଙ୍ଗୀତରମେଶ କୁମାର ମହାନନ୍ଦ
ମୁକ୍ତିଲାଭ ତାରିଖ
୧୯୮୯
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

‘ଭୂଖା’ କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତସମ୍ପାଦନ କରନ୍ତୁ

ବଜନିଆମାନଙ୍କଦ୍ୱାରା ବ୍ୟବହୃତ ପାରମ୍ପରିକ ଢୋଲ ଓ ମହୁରିଦ୍ୱାରା ପରିବେଷିତ ଏହାର ପଲ୍ଲିଗୀତଗୁଡ଼ିକ ପଶ୍ଚିମାଞ୍ଚଳର ପର୍ବପର୍ବାଣିର ପରମ୍ପରା ଓ ପ୍ରଥାକୁ ସୂଚାଏ ।

  • ଫଟାଇ ଖାଇଲି ବେଲ କୁକିଲ ରେ
  • ଆରତ ତାରିଣୀ ଗୋ ଅଶ୍ଟଉଦୟା ଆରତେ ଯେ ଚିନ୍ତେ
  • ମଲ୍ଲି ଫୁଟି ମହକିଲା
  • ଶୁଭ ଲଗନେ ବର କଲେ ଗମନ ହୋ

ପୁରସ୍କାର ଏବଂ ଚୟନସମ୍ପାଦନ କରନ୍ତୁ

  • ୧୯୯୦ ମସିହା ସ୍ପେନ୍ର ଗିଜୋନ୍ ଆନ୍ତର୍ଜାତୀୟ ଫିଲ୍ମ୍ ମହୋତ୍ସବରେ ଆନ୍ତର୍ଜାତୀୟ ଜୁରି ପୁରସ୍କାର ।
  • ଫ୍ରାନ୍ସ୍ର ଓରିଲାକ୍ଠାରେ ଅନୁଷ୍ଠିତ ବିଶ୍ୱ ଗ୍ରାମୀଣ ଫିଲ୍ମ୍ ମହୋତ୍ସବ ପାଇଁ ନାମାଙ୍କିତ ଓ ଶ୍ରେଶ୍ଠ ପରିସ୍ଥିତି ଉପରେ ଅଧାରିତ ଫିଲ୍ମ୍ ଭାବେ ପୁରଷ୍କ୍ରୁତ ।

ଆଧାରସମ୍ପାଦନ କରନ୍ତୁ

  1. ତ୍ରିପାଠୀ, ଶିବପ୍ରସାଦ. "ପିତାପାଲିର ମିଠା ମଣିଷ ମଙ୍ଗଳୁଚରଣ". ନଜର୍ (ନିତିଦିନ). Retrieved 2 October 2016.
  2. Chakra, Shyamahari (8 November 2014). "Acclaimed film-maker starts his second film". The Hindu. Retrieved 23 January 2016.
  3. Ramanath V, Riyan (10 December 2012). "Sambalpuri art film wins hearts". The Times of India. Retrieved 23 January 2016.
  4. Pratyush, Patra (2 November 2013). "GenY film-makers shun rip-offs, turn scene stealers at international arena". Retrieved 23 January 2016.

ଅଧିକ ତଥ୍ୟସମ୍ପାଦନ କରନ୍ତୁ

  • ଇଣ୍ଟରନେଟ ମୁଭି ଡାଟାବେସରେ ଭୂଖା