ମଙ୍ଗଳୁ ଚରଣ ବିଶ୍ୱାଳ
ମଙ୍ଗଳୁ ଚରଣ ବିଶ୍ୱାଳ(ଜନ୍ମ : ୪ ମେ ୧୯୩୫), ଜଣେ ଓଡ଼ିଆ ଓ କୋଶଳୀ ଭାଷାରେ ଲେଖୁଥିବା ସାହିତ୍ୟିକ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ । ଗଳ୍ପ, କବିତା, ନାଟକ, ଶିଶୁସାହିତ୍ୟ ଆଦି ସାହିତ୍ୟର ବହୁ ବିଭାଗରେ ତାଙ୍କର ପ୍ରବେଶ ରହିଛି ।[୨]
ମଙ୍ଗଳୁ ଚରଣ ବିଶ୍ୱାଳ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ମଙ୍ଗଳୁ ଚରଣ ବିଶ୍ୱାଳ ୪ ମଇ ୧୯୩୫ |
ଜାତୀୟତା | ଭାରତୀୟ |
ଶିକ୍ଷା | ଏମ.ଏ, ବି.ଏଡ଼[୧] |
ପ୍ରସିଦ୍ଧି | ସାହିତ୍ୟିକ ଓ ଶିକ୍ଷାବିତ |
ଜୀବନସାଥି | ଶୈଳବାଳା |
ବାପା ବୋଉ | ଶ୍ରୀବତ୍ସ, ଭଗବତୀ |
ଜୀବନୀସମ୍ପାଦନ କରନ୍ତୁ
ମଙ୍ଗଳୁ ଚରଣ ୧୯୩୫ ମସିହା ମେ ୪ ତାରିଖରେ ସମ୍ବଲପୁର ଜିଲ୍ଲାର ପିତାପଲିଠାରେ ଜନ୍ମଗ୍ରହଣ କରିଥିଲେ ।[୩] ପିତାଙ୍କ ନାମ ଥିଲା ଶ୍ରୀବତ୍ସ ଓ ମାତାଙ୍କ ନାମ ଭଗବତୀ । ୧୯୫୫ ମସିହାରେ ସେ ଶୈଳବାଳାଙ୍କୁ ବିବାହ କରିଥିଲେ । ବିବାହ ଉପରାନ୍ତେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୫୬ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ଯୋଗୁ ତାଙ୍କ ଗ୍ରାମ ପାଣିରେ ଲିନ ହୋଇଥିଲା ଓ ତାଙ୍କ ପରିବାରକୁ ବିସ୍ଥାପିତ ହେବାକୁ ପଡିଥିଲା । ଜଣେ ଶିକ୍ଷକ ଭାବରେ ସେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ଉଚ୍ଚଶିକ୍ଷା ଲାଭ କରିଥିଲେ ମଧ୍ୟ, ସେ ଶିକ୍ଷକତାକୁ ହିଁ ନିଜର ବୃତ୍ତି ଭାବରେ ଜାରି ରଖିଥିଲେ । ୩୮ବର୍ଷର ଶିକ୍ଷକତା ମଧ୍ୟରେ ସେ ଦୁଇଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।[୪]
ସାହିତ୍ୟ କୃତିସମ୍ପାଦନ କରନ୍ତୁ
ମଙ୍ଗଳୁ ଚରଣ ୫୬ଟି ପୁସ୍ତକ ନିଜେ ରଚନା କରିଛନ୍ତି ଓ ୩୫୦ଟି ପୁସ୍ତକର ମୁଖବନ୍ଧ ରଚନା କରିଛନ୍ତି । ତାଙ୍କର ପ୍ରଥମ କବିତା "ଧୂମାଳ" ୧୯୫୧ ମସିହାରେ କଲିକତାରୁ ପ୍ରକାଶିତ "ଯୁଗଭାରତୀ" ପତ୍ରିକାରେ ପ୍ରକାଶ ପାଇଥିଲା । ସେତେବେଳକୁ ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ସେହିବର୍ଷ ତାଙ୍କର ପ୍ରଥମ କବିତା ସଂକଳନ "ବସନ୍ତ ଆସିଲା ଫେରି" ମଧ୍ୟ ପ୍ରକାଶ ପାଇଥିଲା ।
କବିତାସମ୍ପାଦନ କରନ୍ତୁ
- ବସନ୍ତ ଆସିଲା ଫେରି
- ଦରିଆ ପାରିର କବିତା
- ବରଫ ଦେଶର କନ୍ୟା
- ମଗ୍ନ ମାଟିର ମେଖଳା
ଗଳ୍ପସମ୍ପାଦନ କରନ୍ତୁ
- ଅସ୍ତରାଗର କବି
- ଅଗ୍ନିସମ୍ଭବା
- ଦି'ଧାର ଲୁହ
ଉପନ୍ୟାସସମ୍ପାଦନ କରନ୍ତୁ
- ଦୂର ବସନ୍ତ
ଶିଶୁ ସାହିତ୍ୟସମ୍ପାଦନ କରନ୍ତୁ
ପ୍ରବନ୍ଧସମ୍ପାଦନ କରନ୍ତୁ
- ଚିନ୍ତା ଓ ଚୈତନ୍ୟ
ନାଟକସମ୍ପାଦନ କରନ୍ତୁ
- ଭୁଖା[୭]
- ଉଡଲା ପତର ବୁଡଲା ଡଙ୍ଗା
- ଲୁରା
- ସୁନା ନେଉଳ
ଆତ୍ମଜୀବନୀସମ୍ପାଦନ କରନ୍ତୁ
- ହଜିଲା ଦିନ
ଅନୁବାଦସମ୍ପାଦନ କରନ୍ତୁ
- ରୋମର ରୂପସୀ[୮]
ଆଧାରସମ୍ପାଦନ କରନ୍ତୁ
- ↑ Bhagirathi Nepak (1974*). Bhima Bhoi, the greatest adivasi poet prophet. Publication Committee.
- ↑ Navin Menon; Bhavana Nair (1999). Children's literature in India. Children's Book Trust. ISBN 978-81-7011-872-5.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ Jagannatha Mahanti; Jagannātha Mahānti; Oḍiśā Sāhitya Ekāḍemī (1993). Children's literature of Orissa. Orissa Sahitya Akademi.
- ↑ Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
- ↑ The Indian Publisher and Bookseller. Sadanand G. Bhatkal. 1972.
- ↑ http://www.caluniv.ac.in/global-mdia-journal/COMMENTARY-DEC%202013/Commentary_2_Alok_Baral.pdf
- ↑ "ପିତାପାଲିର ମିଠା ମଣିଷ". ନିତିଦିନ ୦୨/୧୦/୨୦୧୬ ପୃଷ୍ଠା ୧୦. Retrieved 3 October 2016.