ଭୁବନେଶ୍ୱର ବେହେରା

ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ

ଭୁବନେଶ୍ୱର ବେହେରା (୧ ଜାନୁଆରୀ ୧୯୧୬ - ୧୬ ଅପେଲ ୨୦୦୧)[୧] ଜଣେ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକବିଜ୍ଞାନ ଲେଖକ ଥିଲେ ।[୨]

ଭୁବନେଶ୍ୱର ବେହେରା
ଜନ୍ମ ଓ ଜନ୍ମସ୍ଥାନ(1916-01-01)୧ ଜାନୁଆରୀ ୧୯୧୬
କାଶିବାହାଲ , କଳାହାଣ୍ଡି ଜିଲ୍ଲା
ମୃତ୍ୟୁ୧୬ ଅପ୍ରେଲ ୨୦୦୧(2001-04-16) (ବୟସ ୮୫)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିଗାଁର ଡାକ
ପୁରସ୍କାରସାରଳା ସମ୍ମାନ, ୧୯୯୦

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବେହେରା ତାତ୍କାଳିକ କଳାହାଣ୍ଡି ରାଜ୍ୟର କାଶିବାହାଲ ଗାଆଁରେ ୦୧ ଜାନୁଆରୀ ୧୯୧୬ରେ ଜନ୍ମିତ ।[୩] ତାଙ୍କର ପ୍ରାରମ୍ଭିକ ପାଠପଢ଼ା ଭବାନୀପାଟଣାରେ ହୋଇଥିଲା ।[୪]

ଉଚ୍ଚଶିକ୍ଷା ସମ୍ପାଦନା

ସେଠାରୁ ୧୯୩୫ ମସିହାରେ ଦଶମ ପାସ କଲା ପରେ ସେ ୧୯୩୯ ମସିହାରେ ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ବିଏସସି (ଅନର୍ସ) ପାସକରିଥିଲେ । ସେ ପାଟଣାର ବିହାର କଲେଜ ଅଫ ଇଞ୍ଜିନିୟରିଂରୁ ୧୯୪୩ ମସିହାରେ ସିଭିଲ ଇଞ୍ଜିନିୟରିଂ ବିଭାଗରେ ବିଏସସି (ଇଞ୍ଜିନିୟରିଂ) ପାସକରିଥିଲେ ।[୪]

ଚାକିରି ସମ୍ପାଦନା

ଓଡ଼ିଶା ସରକାରଙ୍କ ଏକ ଆପ୍ରେଣ୍ଟିସ କରିବା ପରେ ସେ ସେ ମହୀଶୂର ରାଜ୍ୟର କାର୍ଯ୍ୟ ଓ ଜଳସେଚନ ବିଭାଗ ଅଧୀନରେ ଜଗ ଜଳବିଦ୍ୟୁତ କେନ୍ଦ୍ରରେ ସହଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ଏହି ସମୂରେ କଳାହାଣ୍ଡି ରାଜଦରବାର ଅଧୀନରେ ୧୯୪୫ ମସିହା ଯାଏ ବିଶେଷ ଭାବେ ଜଳସେଚନ କାର୍ଯ୍ୟ ତଦାରଖ ମଧ୍ୟ କରୁଥିଲେ ।[୪]

ସେ ଭାରତ ସରକାରଙ୍କଦ୍ୱାରା ଯୁଦ୍ଧ ପରର ପୁନର୍ନିମାଣ ଅଧ୍ୟୟନ ନିଯୁକ୍ତ ହୋଇ ପରେ ଆମେରିକାର ଆଇଓଆ ବିଶ୍ୱବିଦ୍ୟାଳୟରୁ ୧୯୪୭ ମସିହାରେ ପିଏଚଡି ଲାଭ କରିଥିଲେ । ତାହାପରେ ସେ କଳାହାଣ୍ଡି ରାଜ୍ୟର ଇରିଗେସନ ଅଫିସର ଭାବେ ଯୋଗଦେଇଥିଲେ । ପରେ କଳାହାଣ୍ଡି ଓଡ଼ିଶା ସହ ୧୯୪୮ରେ ମିଶିଥିଲା । ହିରାକୁଦ ନଦୀବନ୍ଧ ନିର୍ମାଣରେ ସେ ୧୯୫୬ରେ କନିଷ୍ଠଯନ୍ତ୍ରୀ ଭାବେ ଯୋଗଦେଇ ପରେ ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ୧୯୫୮ରେ ସେ ୟୁନିଭର୍ସିଟି କଲେଜ ଅଫ ବୁର୍ଲାରେ ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭାବେ ଯୋଗଦେଇଥିଲେ । ପରେ ୧୯୬୧ ମସିହାରେ ସେ ସେହି କଲେଜର ଅଧ୍ୟକ୍ଷ ହୋଇଥିଲେ । ୧୯୬୨ ଫେବୃଆରୀ ମାସରେ ସେ ରିଜିଓନାଲ ଇଞ୍ଜିନିୟରିଂ କଲେଜରେ ଯୋଗଦେଇ ୧୯୭୧ରେ ସେହି କଲେଜର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ୧୯୭୧ରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳାଧିପତି ହୋଇ ୧୯୭୬ ମସିହା ଯାଏ ସେଠାରେ କାର୍ଯ୍ୟକରିଥିଲେ । ୧୯୭୭ରେ ଭାରତ ସରକାର ତାଙ୍କୁ ପଶ୍ଚିମ ଆଫ୍ରିକାର ଡେମୋକ୍ରାଟିକ ରିପବ୍ଲିକ ଅଫ ଲାଇବେରିଆକୁ ଜଣେ ବୈଷୟିକ ଶିକ୍ଷା ଉପାଦେଷ୍ଟା ଭାବେ ପଠେଇଥିଲେ । ପରେ ସେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ସଭ୍ୟ ଭାବେ ଯୋଗ ଦେଇଥିଲେ । ସେ କେନ୍ଦ୍ର ପବ୍ଲିକ ସର୍ଭିସ କମିଶନର ସଭ୍ୟ ଭାବେ ଯୋଗଦେଇ ୧୯୮୧ ମସିହା ଯାଏ ସେଠାରେ କାମକରିଥିଲେ ।[୪]

ରଚନାବଳୀ ସମ୍ପାଦନା

ସେ ମୋଟ ୭ଟି ବହି ଓ ଅନେକ ଗବେଷଣା ନିବନ୍ଧ ଲେଖିଥିଲେ ।

କବିତା ସମ୍ପାଦନା

  • ଭୟ

ପ୍ରବନ୍ଧ ସମ୍ପାଦନା

  • ଶୁଣ ପରୀକ୍ଷ
  • ଦଇବ ଦଉଡ଼ି

ଭ୍ରମଣ ସାହିତ୍ୟ ସମ୍ପାଦନା

  • ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି

ଆତ୍ମଜୀବନୀ ସମ୍ପାଦନା

ଭୁବନେଶ୍ୱର ବେହେରା ତାଙ୍କର ଏକମାତ୍ର ଆତ୍ମଜୀବନୀରେ ଗାଁର ଡାକରେ ତାଙ୍କ ସମ୍ପୂର୍ଣ୍ଣ ଜୀବନୀ ଉଲ୍ଲେଖ କରିଛନ୍ତି

ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. Orissa Society of Americas 32nd Annual Convention Souvenir: For Annual Convention Held in 2001 at Chicago, Illinois. Odisha Society of the Americas. pp. 23–. GGKEY:XRZX9HW3CCZ.
  2. Nayak, Abhipsa. "Remembrance of the Pathfinder: Professor Bhubaneshwar Behera". Monday Morning. Archived from the original on 10 August 2016. Retrieved 31 July 2016.
  3. "Prof. Bhubaneswar Behera, Irrigation Engineer". Project Monitor. Retrieved 31 July 2016.
  4. ୪.୦ ୪.୧ ୪.୨ ୪.୩ "PROF. BHUBANESWAR BEHERA". Retrieved 11 January 2017.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 March 2017.
  6. "Sarala Award Recipients". IMFA. Retrieved 3 March 2017.