ଭି. କାର୍ତ୍ତିକେୟ ପାଣ୍ଡିଆନ

ଭାରତୀୟ ପ୍ରଶାସନିକ ଅଧିକାରୀ ଓ ରାଜନେତା

ଭି. କାର୍ତ୍ତିକେୟ ପାଣ୍ଡିଆନ (ଜନ୍ମ: ୨୯ ମଇ ୧୯୭୪; ଜନ୍ମସ୍ଥାନ: ତାମିଲନାଡ଼ୁ) ଜଣେ ପୂର୍ବତନ ଭାରତୀୟ ପ୍ରସାଶନିକ ଅଧିକାରୀ ଏବଂ ବିଜୁ ଜନତା ଦଳର ରାଜନେତା । ୨୦୦୦ ମସିହାରେ ସେ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ[୧] ଏବଂ ଦୀର୍ଘ ଦିନ ଧରି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରିବା ସହିତ ଓଡ଼ିଶା ସରକାରଙ୍କଦ୍ୱାରା ଆରମ୍ଭ କରାଯାଇଥିବା ୫ଟି (ଫାଇଭ୍ ଟି/5T) କାର୍ଯ୍ୟକ୍ରମର ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତି ।[୨][୩][୪]

ଭି. କାର୍ତ୍ତିକେୟ ପାଣ୍ଡିଆନ
ଜନ୍ମ (1974-05-29) ୨୯ ମଇ ୧୯୭୪ (ବୟସ ୪୯)
ଶିକ୍ଷାକୃଷିଶିକ୍ଷାରେ ସ୍ନାତକୋତ୍ତୋର
ବୃତ୍ତି(ସମୂହ)ଅବସରପ୍ରାପ୍ତ ଭାରତୀୟ ପ୍ରସାଶନିକ ସେବା ଅଧିକାରୀ, ୫ଟି ଅଧକ୍ଷ
ରାଜନୈତିକ ଦଳବିଜୁ ଜନତା ଦଳ (୨୦୨୩ – ଏବେଯାଏଁ)
ବୈବାହିକ-ସାଥୀସୁଜାତା ରାଉତ କାର୍ତ୍ତିକେୟନ

ପ୍ରାଥମିକ ଜୀବନ ଏବଂ ଶିକ୍ଷା ସମ୍ପାଦନା

ସେ କୃଷିଶିକ୍ଷା କ୍ଷେତ୍ରରେ ସ୍ନାତକ କରିବା ପରେ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ସ୍ନାତକୋତ୍ତର କରିଥିଲେ ।

ବୃତ୍ତି ସମ୍ପାଦନା

ସେ ୨୦୦୦ ମସିହାରେ ଭାରତୀୟ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ ଏବଂ ୨୦୦୨ ମସିହାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପ-ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୦୫ ମସିହାରେ ସେ ମୟୂରଭଞ୍ଜର ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଇଥିଲେ ଏବଂ ୨୦୦୭ ମସିହାରେ ଗଞ୍ଜାମକୁ ବଦଳି ହୋଇଥିଲେ । ୨୦୧୧ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ ହୋଇଥିଲେ ।[୫] ୨୦୨୩ ମସିହା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ ।[୬][୭][୮]

୨୦୧୯ ମସିହାରେ ସେ ଓଡ଼ିଶା ସରକାରଙ୍କ ୫ଟି (ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟକ୍ରମ, ସମୟ ଏବଂ ପରିବର୍ତ୍ତନ) କାର୍ଯ୍ୟକ୍ରମର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୫] ୨୦୨୩ ମସିହାରେ ସେ ପ୍ରସାଶନିକ ସେବାରୁ ସ୍ୱଚ୍ଛାକୃତ ଭାବରେ ଅବସର ନେଇଥିଲେ ।[୯]

୨୭ ନଭେମ୍ବର ୨୦୨୩ରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ଯୋଗ ଦେବା ପରେ ସେ ପୁଣିଥରେ ୫ଟିର ଅଧକ୍ଷ ଭାବରେ ନିଯୁକ୍ତ ହୋଇଥିଲେ ।[୧୦]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସେ ଜଣେ ଭାରତୀୟ ପ୍ରସାଶନିକ ସେବା ଅଧିକାରୀ ସୁଜାତା ରାଉତଙ୍କୁ ବିବାହ କରିଥିଲେ ।[୧୧]

ପୁରସ୍କାର ସମ୍ପାଦନା

ଜାନୁଆରୀ ୨୯, ୨୦୨୩ରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପ ୨୦୨୩ ସମୟରେ ଆନ୍ତର୍ଜାତୀୟ ହକି ଫେଡ଼େରେସନ, ଓଡ଼ିଶାରେ ହକିର ସଫଳ ଆୟୋଜନ ପାଇଁ ତାଙ୍କୁ ଏଫ୍ଆଇଏଚ୍ ପ୍ରେସିଡେଣ୍ଟ ପୁରସ୍କାର ପ୍ରଦାନ କରିଥିଲା ।[୧୨]

ଆଧାର ସମ୍ପାଦନା

  1. https://ga.odisha.gov.in/civil-list/IAS?page=1
  2. "V Karthikeyan Pandian: 'Super CM' or efficient bureaucrat". The Times of India. 2018-02-11. ISSN 0971-8257. Retrieved 2023-10-29.
  3. "FIH honour for Odisha IAS officer V K Pandian". The Times of India. 2021-05-23. ISSN 0971-8257. Retrieved 2023-10-29.
  4. Takkar, Jatin (2023-10-25). "Odisha CM Naveen Patnaik's aide gets cabinet rank". The Economic Times. ISSN 0013-0389. Retrieved 2023-10-29.
  5. ୫.୦ ୫.୧ "The rise of VK Pandian, from an IAS officer to Naveen Patnaik's right-hand man". India Today (in ଇଂରାଜୀ). Retrieved 2024-01-24.
  6. Barik, Satyasundar (2023-10-24). "Day after quitting IAS, Odisha Chief Minister's aide V.K. Pandian takes up key roles". The Hindu (in Indian English). ISSN 0971-751X. Retrieved 2023-10-29.
  7. "CM Patnaik's Private Secretary VK Pandian gets additional responsibility of 5Ts". The New Indian Express. Retrieved 2023-10-29.
  8. Barik, Satyasundar (2023-06-28). "V.K. Pandian, Odisha's influential bureaucrat". The Hindu (in Indian English). ISSN 0971-751X. Retrieved 2023-10-29.
  9. Barik, Satyasundar (24 October 2023). "Day after quitting IAS, Odisha Chief Minister's aide V.K. Pandian takes up key roles". The Hindu (in Indian English).
  10. "Naveen Patnaik's ex-private secretary VK Pandian joins BJD; likely to get number-2 position in party". The Indian Express (in ଇଂରାଜୀ). 27 November 2023.
  11. Sharma, Nootan (2023-09-19). "Odisha is becoming an IAS state. Patnaik-Pandian combo is changing grammar of governance". ThePrint (in ଆମେରିକୀୟ ଇଂରାଜୀ). Retrieved 2023-10-29.
  12. "FIH honour for Odisha IAS officer V K Pandian". The Times of India. 23 May 2021.

ବାହାର ଆଧାର ସମ୍ପାଦନା