ଭାଗିରଥୀ ସେଠୀ

ଓଡ଼ିଆ ରାଜନୀତିଜ୍ଞ

ଭାଗିରଥୀ ସେଠୀ (ଜନ୍ମ: ୨୭ ଜାନୁଆରୀ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ଓଡ଼ିଶା ରାଜନୀତିରେ ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯ ଓ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଭାଗିରଥୀ ସେଠୀ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଜୟଦେବ ଜେନା
ପର ଅଧିକାରୀମାୟାଧର ଜେନା
ନିର୍ବାଚନ ମଣ୍ଡଳୀଆନନ୍ଦପୁର
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀମାୟାଧର ଜେନା
ନିର୍ବାଚନ ମଣ୍ଡଳୀଆନନ୍ଦପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-01-27) ୨୭ ଜାନୁଆରୀ ୧୯୫୫ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି
ସନ୍ତାନ୧ ପୁଅ ୧ ଝିଅ
ବାପା/ବୋଉପୋକ ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ପରିବାର ଓ ଶିକ୍ଷା ସମ୍ପାଦନା

ଭାଗିରଥୀ ସେଠୀ ୧୯୫୫ ମସିହାର ଜାନୁଆରୀ ମାସ ୨୭ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୋକ ସେଠୀ । ଭାଗିରଥୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।

ରାଜନୈତିକ ଜୀବନ ସମ୍ପାଦନା

ଭାଗିରଥୀ ସେଠୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗିରଥି ସେଠୀ ପ୍ରଥମେ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ | ଏହି ନିର୍ବାଚନରେ ସେ ସମୁଦାୟ ୫୧,୫୭୫ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ଏହି ନିର୍ବାଚନରେ କଂଗ୍ରେସର ଦଳର ପ୍ରାର୍ଥୀ ଜୟଦେବ ଜେନା ସମୁଦାୟ ୫୯,୫୭୨ ଖଣ୍ଡ ଭୋଟ ପାଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗିରଥୀ ସ୍ୱାଧୀନ ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧୨,୪୪୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ ।[୨] ଏହି ନିର୍ବାଚନରେ କଂଗ୍ରେସର ଦଳର ପ୍ରାର୍ଥୀ ଜୟଦେବ ଜେନା ସମୁଦାୟ ୬୯,୦୩୨ ଖଣ୍ଡ ଭୋଟ ପାଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗିରଥୀ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭୨,୭୬୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଜୟଦେବ ଜେନାଙ୍କୁ ୨୩,୮୦୫ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୩] ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗିରଥୀ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପୁଣିଥରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୮୯ ,୮୫୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଜୟଦେବ ଜେନାଙ୍କୁ ୪୪,୧୯୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।

ଆଧାର ସମ୍ପାଦନା

  1. "Shri Bhagirathi Sethy". odishaassembly.nic.in. Odisha Assembly. Retrieved 9 July 2019.
  2. ୨.୦ ୨.୧ "Orissa 2004". Election Commission of India (in Indian English). Retrieved 2019-06-27.
  3. ୩.୦ ୩.୧ "Orissa 2009". Election Commission of India (in Indian English). Retrieved 2019-06-27.