ଭାଗିରଥୀ ନେପାକ

ଓଡ଼ିଆ ସାହିତ୍ୟିକ

ଭାଗିରଥୀ ନେପାକ (୧ ଏପ୍ରିଲ ୧୯୩୧ - ୩ ଜାନୁଆରୀ ୨୦୦୭) ଜଣେ ଭାରତୀୟ ସମ୍ବଲପୁରୀଓଡ଼ିଆ-ଭାଷୀ ଲେଖକ ଓ ଗବେଷକ ଥିଲେ । ସେ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମିତ ଏବଂ ମହିମା ଧର୍ମଭୀମ ଭୋଇଙ୍କ ଉପରେ ଗବେଷଣା ପାଇଁ ଜଣାଶୁଣା । ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ଭାଗିରଥୀ ନେପାକ
ଭାଗିରଥୀ ନେପାକ
ଭାଗିରଥୀ ନେପାକ
ଜନ୍ମ ଓ ଜନ୍ମସ୍ଥାନଭାଗିରଥୀ ନେପାକ
(1931-04-01)୧ ଅପ୍ରେଲ ୧୯୩୧
ବିନିକା, ସୁବର୍ଣ୍ଣପୁର, ଓଡ଼ିଶା, ଭାରତ
ମୃତ୍ୟୁ୩ ଜାନୁଆରୀ ୨୦୦୭(2007-01-03) (ବୟସ ୭୫)
ଭୁବନେଶ୍ୱର
ଭାଷାସମ୍ବଲପୁରୀ, ଓଡ଼ିଆ
ଶିକ୍ଷାଦର୍ଶନରେ ସ୍ନାତକ
ଶିକ୍ଷାନୁଷ୍ଠାନଗଙ୍ଗାଧର ମେହେର ମହାବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଅନସୂୟା ନେପାକ
ସନ୍ତାନମନୋରମା, ରାଜେନ୍ଦ୍ର, ନିରୁପମା, ଦେବେନ୍ଦ୍ର, ଶୁଭେନ୍ଦ୍ର, ପ୍ରତିମା, ନରେନ୍ଦ୍ର

ଜୀବନୀ ସମ୍ପାଦନା

ଭାଗିରଥୀ ନେପାକ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକାଠାରେ ୧୯୩୧ ମସିହା ଅପ୍ରେଲ ୧ ତାରିଖରେ ପିତା ସଦାନନ୍ଦ ନେପାକଙ୍କ ଔରସ୍ୟରୁ ମାତା ଶ୍ରୀମତୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ପରେ ତାଙ୍କ ପରିବାର ସୁବର୍ଣ୍ଣପୁରର ଲଛିପୁର ଗ୍ରାମକୁ ଚାଲିଯାଇଥିଲେ । ସେ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ଦର୍ଶନରେ ସ୍ନାତକୋତ୍ତର ସମାପ୍ତ କରିବା ପରେ ଓଡ଼ିଶା ସରକାରଙ୍କ ଅଧୀନରେ ଜଣେ ଅଡିଟର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।

ସାହିତ୍ୟ ରଚନା ସମ୍ପାଦନା

ସେ ନିଜ ବିଦ୍ୟାଳୟ ପଢ଼ା କାଳରେ "କାଉ ଓ କୋଇଲି" ଲେଖିବା ଆରମ୍ଭ କରିଥିଲେ । ପରେ ସେ ଗବେଷଣା ପୁସ୍ତକ, ଉପନ୍ୟାସ, କ୍ଷୁଦ୍ରଗଳ୍ପ, କବିତା ଇତ୍ୟାଦି ସମେତ ଅନେକ ପୁସ୍ତକ ରଚନା କରିଥିଲେ । ତାଙ୍କର ୨୨୯ରୁ ଅଧିକ ରଚନାବଳୀ ପ୍ରକାଶିତ ହୋଇଛି । ସେଥିମଧ୍ୟରେ ୩୪ଟି ଉପନ୍ୟାସ, ୩ଟି କବିତା ସଂକଳନ ସମେତ ଅନେକ ଜୀବନୀ, ଶିଶୁ ସାହିତ୍ୟ, କ୍ଷୁଦ୍ର ନାଟକ ଅନ୍ତର୍ଭୁକ୍ତ ।[୧][୨] ସେ ନିଜର ଗବେଷଣା ଓ ସାହିତ୍ୟ ରଚନାରେ ମହିମା ଧର୍ମକୁ ଲୋକପ୍ରିୟ କରାଇଛନ୍ତି ।[୩][୪]

ରଚନାବଳୀ ସମ୍ପାଦନା

ପ୍ରବନ୍ଧ ସମ୍ପାଦନା

  • ଓଡ଼ିଶାର ଆଦିବାସୀ
  • ଭୀମ ଭୋଇ ଓ ଅନ୍ୟ ପ୍ରସଙ୍ଗ

ଉପନ୍ୟାସ ସମ୍ପାଦନା

  • ପୁନରାବୃତ୍ତି
  • ସୂଚନା
  • ପଟେଲ ବଧୁ ଯାଇକଢ଼ି
  • କାଲି, ଆଜି, ପରାଦିନ
  • ଜୁନ୍ ତେଇଶ ସୁଜାତାର ସ୍ୱପ୍ନ

କ୍ଷୁଦ୍ରଗଳ୍ପ ସମ୍ପାଦନା

  • କଥା ବିଚିତ୍ରା
  • ଚିର ସବୁଜ ଗଳ୍ପ
  • ଚିର ନୂତନ ଗଳ୍ପ

ଆଧାର ସମ୍ପାଦନା

  1. Orissa Sahitya Academy Award Archived 20 April 2009 at the Wayback Machine.
  2. Sāhitya samālocanā bicitrā
  3. Mahima Dharma, Bhima Bhoi and Biswanathbaba Archived 10 April 2009 at the Wayback Machine.
  4. "Bhagirathi Nepak".