ମହିମା ଧର୍ମ (ପୂରା ନାମ "ସତ୍ୟ ମହିମା ଅଲେଖ ଧର୍ମ") ମୁଖ୍ୟତଃ ଓଡ଼ିଶା ଓ ଏହାର ଆଖପାଖ ରାଜ୍ୟମାନଙ୍କରେ ପ୍ରଚଳିତ ଏକ ଅଦ୍ୱୈତ ସାମାଜିକ-ଧର୍ମଧାରା । ଏହା ଉନବିଂଶ ଶତାବ୍ଦୀରେ ସମାଜର ନିମ୍ନ ଜାତି ଭାବେ ଜଣା ଜାତିର ଲୋକଙ୍କଦ୍ୱାରା ବ୍ରାହ୍ମଣବାଦର ବିରୋଧରେ ଏକ ନୂତନ ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିଲା । ଏଥିରେ ମୂର୍ତ୍ତି ପୂଜାକୁ ବିରୋଧ କରି ଶୂନ୍ୟ ନିରାକାର ବ୍ରହ୍ମବାଦରେ ବିଶ୍ୱାସ କରାଯାଏ । ଏହା ପୃଥିବୀର କନିଷ୍ଟତମ ଧର୍ମ ଭାବେ ଜଣା ।[] ଏଥିରେ ବୌଦ୍ଧଜୈନ ଧର୍ମ ତଥା ଅଦ୍ୱେତ ବେଦାନ୍ତର ପ୍ରଭାବ ପଡ଼ିଛି । ଏହା ହିନ୍ଦୁ ସମାଜର ପୌତଳିକତା, ଜାତିବାଦ ଓ ବାହ୍ୟ ଉପଚାର ଆଦି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା । []

ଭାରତର ଓଡ଼ିଶାଠାରେ ଥିବା ଢେଙ୍କାନାଳର ଜୋରନ୍ଦା ମହିମା ଗାଦି
ଭୁବନେଶ୍ୱର ଏକ ରାସ୍ତାରେ ଚାଲିଚାଲି ଯାଉଥିବା ଜଣେ ମହିମା ଅଲେଖ ସାଧୁ ।
ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱରଠାରେ ଏକ କ୍ୟାବିନ ଭିତରେ ଶୋଇଥିବା ଜଣେ ମହିମା ଅଲେଖ ସାଧୁ ।

ନାମକରଣ

ସମ୍ପାଦନା

"ମହିମା" ଓଡ଼ିଆ ଶବ୍ଦ ମହିମ, ମୂଳ ପାଳି ମଝିମରୁ ଆହରିତ ଯାହାର ଅର୍ଥ "ମଝି" ବା "ମଧ୍ୟ"।

ଏହି ଧର୍ମ ଏକ ଧାର୍ମିକ ସଂସ୍ଥା ଅପେକ୍ଷା ଓଡ଼ିଆଙ୍କ ମୌଳିକ ବିଚାର ବହନ କରୁଥିବା ଏକ ସାଂସ୍କୃତିକ ସଂସ୍ଥା ସ୍ଥାପନ ଉପରେ ଅଧିକ ଦୃଷ୍ଟି ଦେଇଥିଲା । ମହିମା ଧର୍ମର ମୂଳ ଆଧାର "ନିରାକାର ବାଦ" ବା "ଶୂନ୍ୟ ପୁରୁଷ ପୂଜନ" ଉପରେ ଆଧାରିତ । ଏହା ବ୍ରାହ୍ମଣ ପ୍ରାଧାନ୍ୟ ମୂର୍ତ୍ତି ପୂଜାର ପରିପନ୍ଥୀ । ଏଥିରେ ଓଡ଼ିଶାର ମୌଳିକ ଆରାଧନା ସୂର୍ଯ୍ୟପୂଜା "ଅଲେଖ" ଭାବେ ସାଙ୍କେତିକ ରୂପରେ ପୂଜିତ । ଭୀମଭୋଇଙ୍କ ରଚନାରେ ଏହି ଦର୍ଶନ ଫୁଟି ଉଠିଥିବା ପରିଲକ୍ଷିତ ହୁଏ ।

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।।

— ଭୀମଭୋଇ

ଇତିହାସ

ସମ୍ପାଦନା

ଉନବିଂଶ ଶତାବ୍ଦୀରେ ଧୂଳିଆବାବା ଆବିର୍ଭାବ ହୋଇ ପ୍ରଥମେ ମହିମା ଧର୍ମର ବିଚାର ବାଢ଼ିଥିଲେ । ଏଥିରେ ଜାତି ପ୍ରଥାର କଠୋରତାକୁ ସମ୍ପୂର୍ଣ୍ଣ ବିରୋଧ କରିବା ସହିତ ମୂର୍ତ୍ତି ପୂଜା, ପୂଜା ପଦ୍ଧତି ଆଦି ଛାଡ଼ି ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡ ଭିତରେ ସୀମିତ ନଥିବା ପ୍ରାରମ୍ଭିକ ପରମ୍ପରା ସପକ୍ଷରେ କହିଥିଲେ । ତାଙ୍କ ଶିଷ୍ୟ ଭୀମଭୋଇ ବ୍ରାହ୍ମଣବାଦ ବିରୋଧରେ ଶକ୍ତ ଆନ୍ଦୋଳନ ଗଢ଼ିତୋଳିଥିଲେ ।

  1. କାନୁନ୍‌ଗୋ, ପଞ୍ଚାନନ (୨୦୧୪). ସଂସ୍କୃତି ବୈଭବ.
  2. Mishra, R.N. "The Alekh Cult: A Religion of the Masses". Boloji.com. Retrieved 6 October 2014.