ଭରତ ଚନ୍ଦ୍ର ନାୟକ

ଭାରତୀୟ ଓଡ଼ିଆ ସାହିତ୍ୟିକ

ଭରତ ଚନ୍ଦ୍ର ନାୟକ (ମାର୍ଚ୍ଚ ୧୮୮୭ - ୧୯୬୯) ଜଣେ ଓଡ଼ିଆ ଭାଷୀ ସଂସ୍କାରକ, ସମାଜସେବୀ, ପୁର୍ବତନ ବିଚାରପତି ଓ ସାହିତ୍ୟିକ ଥିଲେ । ସେ ନିଜ ଆତ୍ମଜୀବନୀ 'ମୋର ପର୍ବ ସ୍ମୃତିକଥା' ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[] ପାଇଥିଲେ ।[]

ଭରତ ଚନ୍ଦ୍ର ନାୟକ
ଜନ୍ମ ଓ ଜନ୍ମସ୍ଥାନମାର୍ଚ୍ଚ ୧୯୮୭
ଆଗଲପୁର, ବଲାଙ୍ଗୀର ଜିଲ୍ଲା
ମୃତ୍ୟୁ୧୯୬୯
ସମ୍ବଲପୁର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ବିଷୟସାହିତ୍ୟିକ
ସାହିତ୍ୟ କୃତିମୋର ପୁର୍ବ ସ୍ମୃତିକଥା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ସମ୍ପର୍କୀୟଭଗବାନ ନାୟକ (ପିତା), ସୀତା ଦେବୀ (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଭରତ ଚନ୍ଦ୍ର ଓଡ଼ିଶାର ପୂର୍ବତନ ଗଡ଼ଜାତ ପାଟଣା ରାଜ୍ୟର ଆଗଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୮୯୮ରୁ ୧୯୦୨ ପର୍ଯ୍ୟନ୍ତ ବଲାଙ୍ଗୀର ମଧ୍ୟ ଇଂରାଜୀ ବିଦ୍ୟାଳୟରେ, ୧୯୦୨ରୁ ୧୯୦୪ ସମ୍ବଲପୁର ଜିଲ୍ଲାସ୍କୁଲରେ, ୧୯୦୪ରୁ ୧୯୦୮ ରେଭେନସା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୦୯ରୁ ୧୯୪୨ ମସିହା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଥିଲେ । ୧୯୨୪ରୁ ୧୯୨୭ ସେ ବଣାଇଗଡ଼ରେ ରାଜା ଧରଣୀଧର ଇନ୍ଦ୍ରଦେଓଙ୍କ ଦେୱାନ ଥିଲେ । ସମ୍ବଲପୁରରେ ସେ ଡେପୁଟୀ ମାଜିଷ୍ଟ୍ରେଟ୍ ଥିଲେ । ସମୟକ୍ରମେ ସେ ବାଲେଶ୍ୱର, ପୁରୀ ଓ କଟକରେ କାର୍ଯ୍ୟ କରି ପୁଣି ସମ୍ବଲପୁରକୁ ଫେରିଲେ । ସେଠାରେ ସେ ପ୍ରଶାସନିକ କ୍ଷେତ୍ରରେ, ଉଚ୍ଚଶିକ୍ଷାର ବିକାଶ ସର୍ବୋପରି ସାମାଜିକ କୁସଂସ୍କାର ବିରୋଧରେ ସଂସ୍କାର ଆଣିବାକୁ ଚେଷ୍ଟା କରି ସଫଳ ହୋଇଥିଲେ । ତାଙ୍କ ଉଦ୍ୟମ ଯୋଗୁଁ ସମ୍ବଲପୁର ବାଳିକା ବିଦ୍ୟାଳୟ ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଉନ୍ନୀତ ହୋଇପାରିଥିଲା । ଶେଷରେ ସେ ୧୯୪୨ ସେପ୍ଟେମ୍ବର ୨୯ରେ ଅବସର ନେଇଥିଲେ ।[][]

ପାରିବାରିକ ଜୀବନ

ସମ୍ପାଦନା

୧୯୦୬ ମସିହାରେ ସେ ଏଫ୍ ଏ ପରିକ୍ଷା ଦେଉଥିବାବେଳେ ସେ ଶକ୍ରାବତୀ ଦେବୀଙ୍କୁ ବିବାହ କରିଥିଲେ । ଭରତ ଚନ୍ଦ୍ର ଶକ୍ରାବତୀଙ୍କୁ ଜଣେ "ପ୍ରକୃତ ସହଧର୍ମିଣୀ, କାର୍ଯ୍ୟକ୍ଷମା, ଉତ୍ସାହଦାତ୍ରୀ" ବୋଲି ବର୍ଣ୍ଣନା କରିଥିଲେ । ତାଙ୍କ ଝିଅ ସୁଷମା ଓଡ଼ିଶାରେ ପ୍ରଥମ ବ୍ରାହ୍ମଣ ମାଟ୍ରିକୁଲେଟ୍, ପ୍ରଥମ ଆଇ ଏସ୍ ସି, ପ୍ରଥମ ଏମ୍ ବିବିଏସ୍ ଡାକ୍ତର ହୋଇ ୧୯୪୫ରେ ପାଟଣା ମେଡ଼ିକାଲ କଲେଜରୁ ଦ୍ୱିତୀୟ ସ୍ଥାନରେ ସର୍ବୋଚ୍ଚ ଭାରତୀୟ ଛାତ୍ରୀ ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ତତ୍କାଳୀନ ବଡ଼ଲାଟ ୱେଭ୍ୱଲଙ୍କଠାରୁ ୱେଭେଲ୍ ମେଡ଼ାଲ୍ ପାଇଥିଲେ । ତାଙ୍କର ଅନ୍ୟ ପୁତ୍ରକନ୍ୟାମାନେ ଉଚ୍ଚଶିକ୍ଷା ପାଇ ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟକରିଥିଲେ । ସାହିତ୍ୟିକ ଓ ପ୍ରଫେସର ଭୁବନେଶ୍ୱର ବେହେରା ତାଙ୍କର ଜାମାତା ଥିଲେ ।[]

ସାହିତ୍ୟ ରଚନା

ସମ୍ପାଦନା

ନିଜ ଜ୍ଯେଷ୍ଠ ପୁତ୍ରର ଅକାଳ ମୃତ୍ୟୁ ପରେ ସେ ପରିଣତ ବୟସରେ ସାହିତ୍ୟ ରଚନା ଆରମ୍ଭ କରି ସାହିତ୍ୟ ଲେଖାପଢ଼ା କରୁଥିଲେ । ତାଙ୍କ ଆତ୍ମଜୀବନୀ ମୋର ପୂର୍ବ ସ୍ମୃତିକଥା[] ପାଇଁ ସେ ୧୯୬୬ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ ହୋଇଥିଲେ । ପ୍ରଥମେ ଏହା 'ନବଜୀବନ'ରେ ଧାରାବାହିକ ଭାବେ ପ୍ରକାଶ ପାଉଥିଲା । ତାଙ୍କର ଆଉ ଏକ ଉଲ୍ଲେଖନୀୟ ଗଦ୍ୟରଚନା ହେଲା 'ହୁଏନସାଂ ଓ ତାହାଙ୍କ ଭାରତ ଭ୍ରମଣ' ।[]

ରଚନାବଳୀ

ସମ୍ପାଦନା
  • କୁମାର ସମ୍ଭବମ୍ (୧୯୨୭)
  • ହୁଏନସାଂ ଓ ତାହାଙ୍କ ଭାରତ ଭ୍ରମଣ (୧୯୪୦)
  • ମୋର ପୂର୍ବ ସ୍ମୃତିକଥା (୧୯୬୬)

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମୋର ପୁର୍ବ ସ୍ମୃତିକଥା ପାଇଁ ୧୯୬୬ ମସିହା ପାଇଁ
  1. "Odisha Sahitya Akademi". odishasahityaakademi.org. Retrieved 2024-10-30.
  2. http://odishasahityaakademi.org/English/sahitya-award1.php
  3. ପ୍ରଧାନ, କୃଷ୍ଣଚନ୍ଦ୍ର (୨୦୧୫). ଭାରତ ଚନ୍ଦ୍ର ନାୟକ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. ISBN 978-81-7586-210-4.
  4. https://archive.org/details/bharat-chandra-nayak-2015
  5. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୩ୟ ଭାଗ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୧୭୨. ISBN 81-903352-0-0.
  6. https://orissamatters.wordpress.com/tag/bharat-chandra-nayak/
  7. ମହାରାଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୪୦୪, ୮୪୪. ISBN 81-7400-331-2.