ଭଞ୍ଜକିଶୋର ପଟ୍ଟନାୟକ
ଭଞ୍ଜ କିଶୋର ପଟ୍ଟନାୟକ(୧୩ ନଭେମ୍ବର ୧୯୨୨ - ୨୭ ନଭେମ୍ବର ୧୯୯୯)[୧] ଜଣେ ଓଡ଼ିଆ ନାଟ୍ୟକାର ଥିଲେ ।[୨] ସ୍ୱାଧୀନତା ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ଜଣେ ଅଗ୍ରଣୀ ନାଟ୍ୟକାର ଥିଲେ ।[୩] ସେ ୩୫ଟି ନାଟକ, ୮ଟି ଏକାଙ୍କିକା, ୪ଟି କ୍ଷୁଦ୍ରଗଳ୍ପ ପୁସ୍ତକ, କବିତା ଓ "ମରୁପଥୀକ" ନାମରେ ଏକ ଉପନ୍ୟାସ ରଚନା କରିଥିଲେ । ତାଙ୍କର ୧୨ଟି ନାଟକ ବେତାର ଓ ଦୂରଦର୍ଶନରେ ମଧ୍ୟ ପ୍ରସାରିତ ହୋଇଛି । "ଅଗ୍ନି-ପରୀକ୍ଷା" ନାଟକ ପାଇଁ ସେ ୧୯୫୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । "ଜୀବନର ଜୟଯାତ୍ରା" ତାଙ୍କର ଆତ୍ମଜୀବନୀ ।
ଭଞ୍ଜକିଶୋର ପଟ୍ଟନାୟକ | |
---|---|
ଜନ୍ମ | |
ମୃତ୍ୟୁ | ୨୭ ନଭେମ୍ବର ୧୯୯୯ | (ବୟସ ୭୭)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ ୧୯୫୬ |
ଶିକ୍ଷାନୁଷ୍ଠାନ | ଖ୍ରୀଷ୍ଟ ମହାବିଦ୍ୟାଳୟ,ଉତ୍କଳ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ନାଟ୍ୟକାର |
ପିତାମାତା(s) | ସାଧୁଚରଣ ପଟ୍ଟନାୟକ, ସତ୍ୟଭାମା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନୀ
ସମ୍ପାଦନାଭଞ୍ଜ କିଶୋର କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ଛାଣିପୁରଗ୍ରାମରେ ୧୯୨୨ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମିତ ପିତାଙ୍କ ନାମ ଥିଲା ଦୁର୍ଗାଚରଣ ପଟ୍ଟନାୟକ ଓ ମାତାଙ୍କ ନାମ ଥିଲା ସତ୍ୟଭାମା । ତାଙ୍କ ଜନ୍ମନାମ ଥିଲା ମହେନ୍ଦ୍ର । ତାଙ୍କୁ ୯ମାସ ବୟସ ହୋଇଥିବାବେଳେ ହଇଜା ରୋଗରେ ପୀଡ଼ିତ ହୋଇ ତାଙ୍କ ମାତାଙ୍କର ନିଧନ ଘଟିଥିଲା । ଏହା ପରେ ଅପୁତ୍ରିକ ସେ ସାଧୁଚରଣ ପଟ୍ଟନାୟକଙ୍କଦ୍ୱାରା ପାଳିତ ହୋଇଥିବାରୁ, ସାଧୁଚରଣ ହିଁ ତାଙ୍କର ପିତାଭାବରେ ପରିଚିତ । ସାଧୁଚରଣ ତାଙ୍କ ନାମ ପରିବର୍ତ୍ତନ କରି ରଖିଥିଲେ ଭଞ୍ଜ କିଶୋର । ପିଲାଦିନ ତାଙ୍କର ବାରିପଦାରେ ବିତିଥିଲା ।[୪] ବାରିପଦାର ମହାରାଜା ହାଇସ୍କୁଲରୁ ସେ ମାଟ୍ରିକ ପାସ କରିଥିଲେ । ସେ ଥିଲେ ସ୍କୁଲ କ୍ରିକେଟ ଓ ଫୁଟବଲ ଦଳର ଅଧିନାୟକ । ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସେ ସ୍ନାତକ ପାଠ ପଢ଼ିଥିଲେ ।[୫] ସେ ଓଡ଼ିଶା ସରକାରଙ୍କର ଶିକ୍ଷା ବିଭାଗରେ ଚାକିରି କରିଥିଲେ ।[୬]
୧୯୯୯ ନଭେମ୍ବର ୨୭ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।
ନାଟ୍ୟକାର ଜୀବନ
ସମ୍ପାଦନା୧୯୩୯ ମସିହାରେ ଭଞ୍ଜ କିଶୋର ପଢୁଥିବା ମହାରାଜା ହାଇସ୍କୁଲରେ ତାଙ୍କ ପ୍ରଥମ ନାଟକ ଝଡ଼ରାତି ମଞ୍ଚସ୍ଥ ହୋଇଥିଲା । ୧୯୪୦ ମସିହାରେ ତାଙ୍କ ଗ୍ରାମ ଛାଣିପୁରର "ଭୀଷ୍ମ ରଙ୍ଗମଞ୍ଚ"ରେ ତାଙ୍କ ଦ୍ୱିତୀୟ ନାଟକ "ପ୍ରେମପୁଷ୍ପ" ମଞ୍ଚସ୍ଥ ହୋଇଥିଲା । ଏହି ନାଟକରେ ସେ ନାରୀ ଚରିତ୍ର "ପୁଷ୍ପ" ଭୂମିକାରେ ଅଭିନୟ କରିଥିଲେ । ସେହି ଭୀଷ୍ମ ରଙ୍ଗମଞ୍ଚରେ ତାଙ୍କର ଅନ୍ୟାନ୍ୟ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା । କଟକରେ ଚାକିରୀ କରିବା ସମୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଏ ଓ ବି ତଥା "ଜନତା" ରଙ୍ଗମଞ୍ଚରେ ତାଙ୍କର ଅନେକ ନାଟକ ମଞ୍ଚସ୍ଥ ହୋଇଥିଲା ।
ରଚନାବଳୀ
ସମ୍ପାଦନାଏକାଙ୍କିକାସମ୍ପାଦନା
ଚଳଚ୍ଚିତ୍ରସମ୍ପାଦନା
ଆତ୍ମଜୀବନୀସମ୍ପାଦନା
|
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୮(ଅଗ୍ନି-ପରୀକ୍ଷା)[୧୧]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ସମ୍ମାନୀତ - ୧୯୭୭
- କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ସମ୍ମାନୀତ
- ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ବିଷୁବ ପୁରସ୍କାର
- ଜାତୀୟ ପୁରସ୍କାର - ୧୯୮୪(କୋଣାର୍କ ନାଟକ ପାଇଁ)
- କବିଚନ୍ଦ୍ର ସ୍ମୃତି ସମ୍ମାନ - ୧୯୮୨
- ଓଡ଼ିଆ ନାଟକ ଶତବାର୍ଷିକୀ ସମ୍ମାନ - ୧୯୭୭
- ଆଦି ନାଟ୍ୟକାର ସମ୍ମାନ - ୧୯୯୬
- ରବୀନ୍ଦ୍ର କଳାକ୍ଷେତ୍ର ସମ୍ମାନ(ବାଙ୍ଗାଲୋର) - ୧୯୭୩
- ରାଷ୍ଟ୍ରପତି ପୁରସ୍କାର (ଚଳଚ୍ଚିତ୍ର ନବଜନ୍ମ ପାଇଁ)
- ନାଟ୍ୟରତ୍ନ ଉପାଧି
- ନାଟ୍ୟ ଭାରତୀ ଉପାଧି
ଆଧାର
ସମ୍ପାଦନା- ↑ "ଯୋଗଜନ୍ମା ଭଞ୍ଜକିଶୋର". No. ନିତିଦିନ ୧୩/୧୧/୨୦୧୯ ପୃଷ୍ଠା ୮. ନିତିଦିନ. Archived from the original on 2020-11-27. Retrieved 13 November 2019.
- ↑ "Literature: Drama". www.odisha.gov.in. Govt of Odisha. Retrieved 24 October 2019.
- ↑ Orissa (India). Orissa District Gazetteers: Cuttack. Superintendent, Orissa Government Press.
- ↑ Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
- ↑ "ଆଜି ଜନ୍ମଦିନ". No. ସମ୍ବାଦ ୧୩/୧୧/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୩. ସମ୍ବାଦ. Retrieved 13 November 2019.
- ↑ Reference India. Tradesman & Men India. 1969.
- ↑ Indian Literature. Sahitya Akademi. 1963.
- ↑ Orissa Review. Home Department, Government of Orissa. 1987.
- ↑ "ନାଟ୍ୟକାର ସ୍ୱର୍ଗତ ଭଞ୍ଜକିଶୋରଙ୍କୁ ସଂସ୍କୃତି ବିଭାଗ ଭୁଲିଗଲାଣି". eodishasamachar.com/. eodishasamachar.com. Archived from the original on 24 October 2019. Retrieved 24 October 2019.
{{cite web}}
: CS1 maint: bot: original URL status unknown (link) - ↑ Glimpses on Art and Literature, Orissa. Cuttack Students Store. 1976.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପୁସ୍ତକ ଓ ଲେଖକ". odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 October 2019.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଭଞ୍ଜକିଶୋର ପଟ୍ଟନାୟକ